ଅନୁଗୋଳ ଜିଲ୍ଲାରୁ ଢେଙ୍କାନାଳ ଦେଇ ଯାଜପୁର ଜିଲ୍ଲାକୁ ସଂଲଗ୍ନ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲ । ଚାଷୀଙ୍କ ସୁବିଧା ପାଇଁ ଢେଙ୍କାନାଳ ପରଜଙ୍ଗ ଓ କାମାକ୍ଷାନଗର ବ୍ଲକରେ ଉଠା ଜଳସେଚନ ୧୯ଟି ପ୍ରକଳ୍ପ ବାମ ପାର୍ଶ୍ୱ କେନାଲ ଉପରେ ନିର୍ମାଣ ହୋଇଛି । ତେବେ ଏଠି ପ୍ରାୟ ପ୍ରକଳ୍ପରେ ଟ୍ରାନ୍ସଫର୍ମର ନାହିଁ, ପାଇପ୍ ମୋଟର ନାହିଁ । ଘର ଗୁଡିକରୁ ମେସିନ୍, ଇଲେକଟ୍ରୋନିକ୍ସ ସାମଗ୍ରୀ ଗାଏବ।
Also Read
ପ୍ରକଳ୍ପ ତିଆରି ପରଠୁ ବିଭାଗୀୟ ଅଧିକାରୀଙ୍କ ଦେଖା ନାହିଁ । ଉଭୟ ଖରିଫ ଓ ରବି ଋତୁରେ ଚାଷଜମିକୁ ଜଳସେଚନ ହେଉଥିବା କେବଳ କାଗଜ କଲମରେ ସୀମିତ । ଏନେଇ ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେବି ସ୍ଥିତି ଯଥା ପୂର୍ବଂ ତଥା ପରଂ ।
୧୯୯୭-୯୮ ମସିହାରୁ ନିର୍ମାଣ ହୋଇଥିବା ଏହି କେନାଲର କାମ ଏବେଯାଏ ସରିପାରୁନି । କେନାଲରେ ଜଳ ପ୍ରବାହ ଥିଲେ ମଧ୍ୟ ଚାଷୀ ମୁନ୍ଦେ ପାଣି ପାଇପାରୁନଥିବା ଅଭିଯୋଗ କରିଛନ୍ତି । ୧୯ଟି ପ୍ରକଳ୍ପରୁ ୧୭ଟି ଅଚଳ ରହିଛିା ଅନ୍ୟ ୨ଟି କେବଳ କାଗଜ କଲମରେ ଚାଲିଛି । ତେଣେ ଖୁବ ଶୀଘ୍ର ସବୁ ପ୍ରକଳ୍ପ କାମ ତ୍ୱରାନ୍ୱିତ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ ।