The High Court's order in the matter of Nata Mandap
ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଆସନ୍ତାକାଲିଠାରୁ ନାଟମଣ୍ଡପ ମରାମତି ଲାଗି ନିର୍ଦ୍ଦେଶ । ଏହା ସହ ଜଗମୋହନ ମରାମତି ମଧ୍ୟ କରାଯିବ । ଆସନ୍ତାକାଲିଠାରୁ ନାଟମଣ୍ଡପ ମରାମତି ଲାଗି ASIକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମରାମତି ଲାଗି ସମସ୍ତ ସହଯୋଗ ଯୋଗାଇବ ଶ୍ରୀମନ୍ଦିର ପ୍ରଶାସନ ।
ମରାମତି କାମର ଅନୁଧ୍ୟାନ କରିବେ ଆମିକସ୍ କ୍ୟୁରି । ଏନେଇ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମରାମତି କାମ ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ହାଇକୋର୍ଟଙ୍କୁ ରିପୋର୍ଟ ଦେବେ ଆମିକସ୍ କ୍ୟୁରି । ଡିସେମ୍ବର ୪ ତାରିଖରେ ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700037838.jpg)