Glass Gate Broken
ଛତା ଖୋଲୁ ଖୋଲୁ ଭାଙ୍ଗିଗଲା କାଚ ଗେଟ୍ । ସେଥିପାଇଁ ଜଣେ ଯୁବତୀଙ୍କୁ ଅଟକ ରଖିଲେ ମଲ୍ କର୍ତ୍ତୃପକ୍ଷ । ଆଉ ଟଙ୍କା ଆଦାୟ କରିବାକୁ ଚେଷ୍ଟା କଲେ । ଖବର ପାଇ ପୋଲିସ ଆସି ଯୁବତୀଙ୍କୁ କଲା ଉଦ୍ଧାର । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାଉରକେଲାରୁ ।
ରାଉରକେଲା ରେଳଷ୍ଟେସନ ନିକଟରେ ଥିବା କ୍ରସ୍ରୋଡ୍ ମଲ୍ରେ ଏଭଳି ଘଟଣା ଘଟିଛି । ଜଣେ ଯୁବତୀ ମଲ୍କୁ ବୁଲିବାକୁ ଆସିଥିଲେ ବୋଲି କହିଛନ୍ତି । ଆଉ ମଲ୍ରେ ବୁଲା ବୁଲି ସରିବା ପରେ ସେ ବାହାରକୁ ବାହାରିଥିଲେ । ମଲ୍ ଗେଟ୍ ପାଖରେ ପହଞ୍ଚିବା ପରେ ସେ ନିଜ ଛତା ଖୋଲିଥିଲେ । ଏହି ସମୟରେ କାଚ ଗେଟ୍ ଟି ଭାଙ୍ଗିଯାଇଥିଲା ।
ତେବେ ଏହାକୁ କେନ୍ଦ୍ର କରି ପ୍ରଥମେ ମଲ୍ ସିକ୍ୟୁରିଟି ଗାର୍ଡ ତାଙ୍କୁ ପ୍ରଥମେ ବାହାରକୁ ଯିବାକୁ ଦେଇନଥିଲେ । ପରେ ମଲ୍ କର୍ତ୍ତୃପକ୍ଷ ସେଠାରେ ପହଞ୍ଚି ଯୁବତୀଙ୍କୁ କାଚ ଗେଟ୍ ବାବଦକୁ ଟଙ୍କା ମାଗିଥିଲେ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ । ଶେଷରେ ଯୁବତୀ ଜଣକ ଏଥିପାଇଁ ୨୫ ହଜାର ଟଙ୍କା ଦେବେ ବୋଲି ରାଜି ହୋଇଥିଲେ । ଏହାରି ମଧ୍ୟରେ ଖବର ପାଇ ସ୍ଥାନୀୟ ପୋଲିସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ତାଙ୍କ ଅଭିଯୋଗ ଅନୁଯାୟୀ ଥାନାରେ ଏନେଇ ଏକ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଚାଲିଛି ।
ଅନ୍ୟପଟେ ମଲ୍ କର୍ତ୍ତପକ୍ଷ ଯୁବତୀଙ୍କୁ ଟଙ୍କା ମାଗିଥିବା ନେଇ ସ୍ୱୀକାର କରିଥିବା ବେଳେ ଅଟକ ରଖିବା କଥାକୁ ଖଣ୍ଡନ କରିଛନ୍ତି । ହେଲେ ଯୁବତୀ ଜଣକ ଏନେଇ କିଛି କହିବାକୁ ମନା କରିଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652872859.jpg)