ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ଜୁରିର ପ୍ରଥମ ବୈଠକ ସରିଲା

ପରବର୍ତ୍ତୀ ବୈଠକରେ ନାଁ ସର୍ଟଲିଷ୍ଟ କରାଯିବ । ତା ପରେ ହେବ ଅନ୍‌ଲାଇନ୍ ଭୋଟିଂ । ଅନ୍‌ଲାଇନ୍ ଭୋଟିଂ ଓ ଜୁରି ମତକୁ ନେଇ ବିଜେତା ଘୋଷଣା ।

Odisha Citizens Award

ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡର ଦଶମ ସଂସ୍କରଣ ପାଇଁ ବସିଲା ପ୍ରଥମ ଜୁରୀ ବୈଠକ । ଓଡ଼ିଶା ଟେଲିଭିଜନ ନେଟ୍ଓ୍ୱର୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡର ଦଶମ ସଂସ୍କରଣ ପାଇଁ ଆଜି ବସିଥିଲା ପ୍ରଥମ ଜୁରି ବୈଠକ ।

କଳା ଓ ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ମନୋରଂଜନ, ସମାଜ ସେବା, ବାଣିଜ୍ୟ, କ୍ରୀଡ଼ା ଓ ରାଜନୀତି । ଏପରି ୯ଟି ବର୍ଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ପ୍ରଦାନ କରାଯାଇଥାଏ । ଏସବୁ କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିମାନଙ୍କ ସଂପର୍କରେ ଆଜିର ଜୁରି ବୈଠକରେ ଆଲୋଚନା କରାଯାଇ ପ୍ରତ୍ୟେକ ବର୍ଗରୁ ୪ ଜଣଙ୍କ ନାଁ ସର୍ଟଲିଷ୍ଟ କରାଯାଇଛି ।

ପରବର୍ତ୍ତୀ ବୈଠକରେ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରାଯିବ । ଅନ୍‌ଲାଇନ୍ ଭୋଟିଂ ଓ ଜୁରିଙ୍କ ମତାମତକୁ ନେଇ, ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ବିଜେତାଙ୍କ ନାଁ ଘୋଷଣା କରାଯିବ । ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ବିଶେଷ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡର ମୂଳ ଉଦ୍ଦେଶ୍ୟ ।