Advertisment

ପାଣି ଟୋପେ ପାଇଁ ଡହଳ ବିକଳ, ଉତ୍କଟ ରୂପ ନେଇଛି ପାନୀୟ ଜଳ ସମସ୍ୟା

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାତି ବଢୁଛି ଆଉ ତା ସାଙ୍ଗକୁ ଭୂତଳ ଜଳସ୍ତର ବି ହ୍ରାସ ପାଉଛି । କେଉଁଠି ସରକାରୀ ଯୋଜନାର ବିଫଳ ଯୋଗୁଁ ଲୋକେ ପାଣି ମୁନ୍ଦେରୁ ବଞ୍ଚିତ ରହୁଛନ୍ତି ତ ଅନ୍ୟ କେଉଁଠି କୋଶେ ବାଟ ଚାଲି ଚାଲି ଗଲେ ବି ସୁଦ୍ଧା ସ୍ୱଚ୍ଛ ପାଣି ମିଳିବାର ସୁଯୋଗ ମିଳୁନି । ତତଲା ଓଡ଼ିଶାରେ ଏବେ କେବଳ ଦୁର୍ଗମ ନୁହେଁ । ସହରାଞ୍ଚଳରେ ମଧ୍ୟ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି ।

ଅଦ୍ୟତନ ହୋଇଛି
 drinking water problem

drinking water problem

Advertisment

ବାଲେଶ୍ୱର ଜିଲ୍ଲା ସୋର ପୌରାଞ୍ଚଳର ଦୃଶ୍ୟ କିଛି ଦିନ ହେବ ଏଠାରେ ଗ୍ରୀଷ୍ମ ପ୍ରକୋପ ବଢିଛି । ଟାଣ ଖରାରେ ଲୋକେ ଅତିଷ୍ଠ ହେଲେଣି । ତାତି ଯେତିକି ଅସହ୍ୟ ହେଉଛି ଜଳ ଯନ୍ତ୍ରଣା ମଧ୍ୟ ସେତିକି ଲୋକଙ୍କ ଚିନ୍ତା ବଢ଼ାଉଛି । ସକାଳ ୮ଟାରୁ ବି ଘରୁ ବାହାରି ହେଉନି । ଏଭଳି ସ୍ଥିତିରେ ଜରୁରୀ କାମରେ ପଦାକୁ ଗୋଡ଼ କାଡୁଥିବା ଲୋକେ ବାଟରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି। ଦୁଃଖର କଥା ଖରାର ପ୍ରକୋପ ବଢୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଳଛତ୍ରଟିଏ ଖୋଲା ଯାଇପାରିନାହିଁ । ଏହାକୁ ନେଇ ଅସନ୍ତୋଷ ବଢ଼ିଛି ।

Advertisment

ଏବେ ଏହି ଉଚ୍ଚ କ୍ଷମତା ସଂପନ୍ନ ପାଣି ଟାଙ୍କି ଉପରେ ନଜର ପକାନ୍ତୁ । ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏହି ପାଣି ଟାଙ୍କିରୁ ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇଦେବାର ଯୋଜନା ପ୍ରସ୍ତୁତ ହୋଇଥିଲା । ତେବେ ନିର୍ମିତ ଏହି ପାନୀୟ ଜଳ ପ୍ରକଳ୍ପ ଦୁଇବର୍ଷ ହେଲା ଅଧପନ୍ତରିଆ ଅବସ୍ଥାରେ ରହିଛି । ଏଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ପଂଚାୟତ ଉତରଶାସନ ଗ୍ରାମ ନିକଟରେ ନିର୍ମାଣ ହୋଇଥିବା ପାନୀୟ ଜଳ ପ୍ରକଳ୍ପର ଏହି ପ୍ରକଳ୍ପ କାଯର୍ୟକ୍ଷମ ହେଉନଥିବାରୁ ଦୀର୍ଘଦିନ ହେଲା ନିକଟସ୍ଥ ଉତରଶାସନ, ଦୁବଗାଡିଆ, ଦକ୍ଷିଣଶାସନ, ଶଙ୍ଖାରିଡିହ ଗ୍ରାମବାସୀ ପାଇପ ପାଣି ପାଇବାରୁ ବଂଚିତ ହୋଇଛନ୍ତି ।

କୋରାପୁଟ ଲମତାପୁଟ ଚାରାଗୁଡା ଗାଁର ପ୍ରାୟ ୪୦ଟି ପରିବାର ଲୋକେ ମଧ୍ୟ ସ୍ୱଚ୍ଛ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି । ଗାଁରେ ୪ଟି ନଳକୂପ ରହିଥିଲେ ମଧ୍ୟ ୩ଟି ଅଚଳ । ପାଣି ସମସ୍ୟା ନେଇ ଲମତାପୁଟ ବିଡ଼ିଓଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲୁ । ମରାମତି ସାମଗ୍ରୀ ନଥିବାରୁ ଅଚଳ ନଳକୂପ ଗୁଡିକ ମରାମତିରେ ଅସୁବିଧା ହେଉଥିଲା । ନୂତନ ନଳକୂପ ତିଆରି ସହ ଅଚଳ ନଳକୂପ ମରାମତି ପାଇଁ ବିଭାଗୀୟ ଯନ୍ତ୍ରୀକୁ ନିର୍ଦ୍ଦେଶ ଦେଇଥିବା ଲମତାପୁଟ ବିଡିଓ ଭବାନୀ ଶଙ୍କର ମିଶ୍ର କହିଛନ୍ତି ।

Advertisment
Drinking Water Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ