Advertisment

ନିଜ ଛୁଆର ଅନ୍ତିମ ସତ୍କାର କଲା ମାଆ

ହୋମ୍‌ ପାଇପ ଭିତରେ କୁକୁର ଛୁଆ ଫସି ଯାଇଥିବା ବେଳେ ମାଆ କୁକୁରଟି କିଛି ଉପାୟ ନପାଇ ନିଜ ଛୁଆକୁ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲା।

ଅଦ୍ୟତନ ହୋଇଛି
Mother Dog

Mother Dog

Advertisment

ମାଆ ନିଜର ଛୁଆଙ୍କ ପାଇଁ କିଛି ବି କରିପାରେ। ସେ ମଣିଷ ହେଉ ଅବା ପଶୁ କି ପକ୍ଷୀ। ଆଜିର ସ୍ୱାର୍ଥପର ସମାଜରେ ସାମାନ୍ୟ ଘଟଣାକୁ ନେଇ ମାଆ ନିଜ ହାତରେ ହତ୍ୟା କରୁଛି ଜନ୍ମ କଲା ଛୁଆକୁ। ହେଲେ ପଶୁ ହେଲେବି ହଜିଯାଇନି ମମତା ଆଉ ସ୍ନେହ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରରେ। ମାଆ କୁକୁରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଏକ ହୋମ୍‌ ପାଇପ ଭିତରେ କୁକୁର ଛୁଆ ଫସି ଯାଇଥିବା ବେଳେ ମାଆ କୁକୁରଟି କିଛି ଉପାୟ ନପାଇ ନିଜ ଛୁଆକୁ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲା।

Advertisment

କୁକୁର ଚିତ୍କାର ଶୁଣି ଲୋକରୁଣ୍ଡ ହୋଇଥିଲେ। ପରେ ଭଦ୍ରକ ପୋଲିସ ଓ ମୁନିସିପାଲିଟି କର୍ମଚାରୀଙ୍କ ସହାୟତାରେ ଦୀର୍ଘ ସମୟ ପରେ ନିଜ ଛୁଆକୁ ମାଆ କୁକୁର ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁଃଖର ବିଷୟ ପାଇପ୍‌ ଭିତରକୁ ପ୍ରବେଶ କରିପାରିଲେନି ଉଦ୍ଧାରକାରୀ ଦଳ। ଆଉ ଶେଷରେ କୁକୁର ନିଜ ଛୁଆକୁ ଯାଇ ପାଟିରେ ବାହାରକୁ ଟାଣି ଆଣିଲା। କିନ୍ତୁ ସେତେବେଳକୁ ଛୁଆ କୁକୁରର ମୃତ୍ୟୁ ଘଟିଥିଲା। ଏହି ହୃଦୟ ବିଦାରକ ଦୃଶ୍ୟ ହେଉଛି ଭଦ୍ରକ ଟାଉନ ଥାନା ନିକଟରେ।

ମୃତ ଛୁଆକୁ ପୋତୁଛି ମାଆ କୁକୁର ମୃତ ଛୁଆକୁ ପୋତୁଛି ମାଆ କୁକୁର

ସୂଚନା ଅନୁଯାୟୀ ଭଦ୍ରକ ଟାଉନ ଥାନା ନିକଟ ଏକ ଡ୍ରେନ ଭିତରେ ଥିବା ହୋମ ପାଇପ ଭିତରେ କୁକୁର ନିଜ ଛୁଆମାନଙ୍କୁ ନେଇ ରହୁଥିଲା। ହେଲେ ଗତକାଲି ରାତିରେ ପ୍ରବଳ ବର୍ଷା ହେବା ଫଳରେ ସେହି ହୋମ ପାଇପ ଭିତରେ ବର୍ଷା ପାଣି ପଶି ଯାଇଥିଲା। ଫଳରେ ଛୁଆ କୁକୁରଟି ଦୀର୍ଘ ସମୟ ଧରି ଫସି ରହିଥିଲା। ମାଆ କୁକୁର ନିଜ ଛୁଆକୁ ଉଦ୍ଧାର କରିବା ପାଇଁ ଚିତ୍କାର କରୁଥିବା ବେଳେ ଭଦ୍ରକ ପୋଲିସ ଓ ମୁନସିପାଲିଟି କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ବି ସଫଳ ହୋଇପାରି ନଥିଲେ। ଶେଷରେ କୁକୁର ନିଜେ ପାଇପ ଭିତରୁ ବାହାର କରିଥିଲା।

Advertisment

ପରେ ବିକଳ ହେଉଥିବା ମାଆ କୁକୁରଟି ହୋମ ପାଇପ ଭିତକୁ ପଶି ନିଜ ଛୁଆକୁ ଉଦ୍ଧାର କରିଥିବା ବେଳେ ସେତେବେଳେ ଛୁଆ କୁକୁରଟିର ମୃତ୍ୟୁ ହୋଇ ଯାଇଥିଲା। ପରେ ମାଆ ନିଜ ଛୁଆକୁ ଉଦ୍ଧାର କରିବା ପରେ ଏକ ସୁରକ୍ଷିତ ସ୍ଥାନରେ ରଖିଥିଲା ମାଆ କୁକୁର। ନିଜ ମୃତ ଛୁଆକୁ ମାଟି ଖୋଳି ନିଜେ ହି ପୋତିଥିଲା। ଏହି ଘଟଣା ସମାଜ ପାଇଁ ସତେ ଯେପରି ଉଦାହରଣ ହୋଇଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଵା ସହ ଉପସ୍ଥିତ ଲୋକଙ୍କ ଆଖିରେ ଲୁହ ଚାଲି ଆସିଥିଲା।

Odisha Police Mother's Love
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ