ଏମିତି ଚାଲିଛି ସ୍ୱାସ୍ଥ୍ୟସେବା...ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ

ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ । ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ବିରଳ ଚିତ୍ର । ଏଠି ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ ।

The doctor is working as a security guard

News Summary

ସରକାରୀ ମେଡିକାଲରେ ଅବ୍ୟବସ୍ଥା

ଟିକେଟ୍ କାଟିବା ସହ ରୋଗୀଙ୍କ ପ୍ରେସର ମାପୁଛନ୍ତି ମେଡିକାଲ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀ । ଜଣ ଜଣ କରି ରୋଗୀ ଆସୁଛନ୍ତି ଆଉ ସେବା ଦେଉଛନ୍ତି ସିକ୍ୟୁରିଟି ଗାର୍ଡ । ଡାକ୍ତରଙ୍କ କାମ କରୁଛନ୍ତି ଏମାନେ । ଏହି ପରିସ୍ଥିତି ଦେଖି କେବଳ ଗୋଟାଏ କଥା କୁହାଯାଇପାରେ । କହିବ କାହାକୁ ଶୁଣିବ କିଏ ।

ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସୋର ବ୍ଲକ ଅଧୀନରେ ଥିବା ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏଭଳି ସ୍ଥିତି ପାଇଁ ଦାୟି କିଏ ? ସରକାର ବାରମ୍ବାର ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେଉଥିବା କଥା କହୁଥିବା ବେଳେ ଏଠାରେ କିନ୍ତୁ ଏପରି ସ୍ଥିତି l

 ଖୋଦ୍ ମୁଖ୍ୟମନ୍ତ୍ରୀ ଓ 5T ଅଧକ୍ଷ ନିଜେ ଡାଇଲୋସିସ କେନ୍ଦ୍ର ଭରଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ l କିନ୍ତୁ ଏହା ବି କାମ କରୁନଥିବା ଅଭିଯୋଗ ହୋଇଛି । ସୋର ଡାକ୍ତରଖାନାରେ ଲୋକଙ୍କ ନିର୍ଭରଶୀଳତା ଯେତେ ବଢୁଛି ଅବ୍ୟବସ୍ଥା ଓ ଲୋକଙ୍କର ଆସ୍ଥା ସେତେ କମିବାରେ ଲାଗିଛି ।