Advertisment

ଏଣିକି ନଥିପତ୍ର ଜଞ୍ଜାଳରୁ ମୁକ୍ତ ହେବ ଜିଲ୍ଲା ଜଜ୍ କୋର୍ଟ

ପେପରଲେସ୍ ହେବ ରାଜ୍ୟର ସମସ୍ତ ଜିଲ୍ଲା ଜଜ୍ କୋର୍ଟ । ଯୋଜନାର ଶୁଭାରମ୍ଭ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ।

ଗୋଟିଏ ପରେ ଗୋଟିଏ ମୋଡ଼ ନେଉଛି ନୟାଗଡ଼ ନାବାଳିକା ହତ୍ୟା ମାମଲା, ସାମ୍ନାକୁ ଆସିଲା ନୂଆ ତଥ୍ୟ

highcourt

Advertisment

ଏଣିକି ନଥିପତ୍ର ଜଞ୍ଜାଳରୁ ମୁକ୍ତ ହେବ ଜିଲ୍ଲା ଜଜ୍ କୋର୍ଟ । ରାଜ୍ୟର ସମସ୍ତ ଜିଲ୍ଲା ଜଜ୍ କୋର୍ଟକୁ ପେପର୍ ଲେସ୍ ବା କାଗଜମୁକ୍ତ କରିବା ପାଇଁ ଯୋଜନାର ଶୁଭାରମ୍ଭ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଳିତ । କଟକ ସ୍ଥିତ ଜୁଡିସିଆଲ୍ ଏକାଡେମୀ ପରିସରରେ ଏଥିପାଇଁ ଆୟୋଜିତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୁଡ଼, ଜଷ୍ଟିସ୍ ଏମ୍.ଆର୍. ଶାହ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ୍. ମୂରଲୀଧର ପ୍ରମୁଖ ଯୋଗଦେଇ ନୂଆ ବ୍ୟବସ୍ଥା ସହ ଯୋଡ଼ି ହେବା ଲାଗି ସମସ୍ତଙ୍କୁ ଅପିଲ୍ କରିଥିଲେ ।

Advertisment

ଏହି ବ୍ୟବସ୍ଥା ଦ୍ୱାରା ଅଦାଲତର ସମୟ ବଞ୍ଚିବ, ମହକିଲ ଅଯଥା ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇବେ ଏବଂ ଆଇନଜୀବୀମାନେ ମଧ୍ୟ ଉପକୃତ ହେବେ ବୋଲି କହିଛନ୍ତି ଚିଫ୍ ଜଷ୍ଟିସ୍ ଉଦୟ ଉମେଶ ଲଳିତ । ଏହି ଅବସରରେ ଓଡ଼ିଶା ହାଇକୋର୍ଟ ସ୍ଥାପନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ଡାକ ଟିକଟ ମଧ୍ୟ ପ୍ରଚଳନ କରାଯାଇଛି । କଟକ କାର୍ଯ୍ୟକ୍ରମ ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ପୁରୀ ଯାଇ ପତ୍ନୀ ଅମିତା ଉଦୟ ଲଳିତଙ୍କ ସହ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଦର୍ଶନ କରିଛନ୍ତି । 

High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ