Advertisment

ହଠାତ୍ ବଦଳିଲେ ରାଜ୍ୟ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ

ଆଗକୁ ଆଇପିଏସ୍‌ ସ୍ତରରେ ଅଦଳବଦଳ ହୋଇପାରେ। ତେବେ ଆଜି କରାଯାଇଥିବା ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା ଭଳି ମନେ ହେଉ ନାହିଁ ।

Police

Police

Advertisment

ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ । ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ହେଲେ ଗୃହ ବିଭାଗ OSD । ଏଡିଜି ଆର୍. ପି. କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଆଗକୁ ଆଇପିଏସ୍‌ ସ୍ତରରେ ଅଦଳବଦଳ ହୋଇପାରେ। ତେବେ ଆଜି କରାଯାଇଥିବା ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା ଭଳି ମନେ ହେଉ ନାହିଁ । ଗୁଇନ୍ଦା ନିର୍ଦ୍ଦେଶକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଲଳିତ ଦାସଙ୍କୁ ହଠାତ୍ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରିବା କଥାକୁ ସହଜରେ ଗ୍ରହଣ କରି ହେଉ ନାହିଁ। କାରଣ ଓଏସ୍‌ଡି ଭାବେ କୌଣସି ସ୍ଥାନକୁ ପଠାଯିବା ଅର୍ଥ, ତାଙ୍କୁ ଗୁରୁତ୍ୱହୀନ କରିଦିଆଯିବା ବୋଲି ସାଧାରଣତଃ ବିବେଚନା କରାଯାଏ। ତେଣୁ ଏହା ପଛରେ କ’ଣ କାରଣ ରହିଛି, ତାହା ଜଣାପଡ଼ିନି।

ଅନ୍ୟପକ୍ଷରେ ଆଗକୁ ଆଇପିଏସ୍‌ ସ୍ତରରେ ଅଦଳବଦଳ ହେବାର ସୂଚନା ଆସୁଥିବାରୁ ଆର୍‌. ପି କୋଚେଙ୍କ ହାତରେ ଗୁଇନ୍ଦା ନିର୍ଦ୍ଦେଶକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅତିରିକ୍ତ ଭାବେ ରହିବ ନା ଆଉ କାହାକୁ ଏହି ଦାୟିତ୍ୱ ଦିଆଯିବ, ତାହା ଏବେ ଆଲୋଚନାର ବିଷୟ ହୋଇଛି।

Advertisment
Police IPS IAS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ