Advertisment

ମଲା ଲୋକ ନେଉଛନ୍ତି ସଫଳତାର ସହିତ କୋଭିଡ ଟିକା !

୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକା ପ୍ରଥମ ଡୋଜ୍ ଶତକଡା ୯୫ ଭାଗ ଏବଂ ଦ୍ୱିତୀୟ ଡୋଜ୍ ଶତକଡା ୬୫ ଭାଗ ଦିଆସରିଛି। ଖୁବ୍ ଶୀଘ୍ର ଏହି ଶତ ପ୍ରତିଶତ ଲୋକେ କରୋନା ଟିକା ନେଇଯିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Covid Vaccine to death patient

Covid Vaccine to death patient

Advertisment

ଖୋର୍ଦ୍ଧା: ମଲା ଲୋକ ନେଉଛନ୍ତି ସଫଳତାର ସହିତ କୋଭିଡ ଟିକା। ଏକଥା ଆମେ କହୁନୁ ବରଂ ସରକାରୀ ଆପ୍ ଜରିଆରେ ଆସୁଛି ଏଭଳି ତଥ୍ୟ। କୋଭିଡ୍ ଟିକାକରଣ କ୍ଷେତ୍ରରେ ଜିଲ୍ଲାର ସଫଳତା ଦେଖାଇବାକୁ ଆଖିବୁଜା ଉଦ୍ୟମର ପରିଣାମ ସାମନାକୁ ଆସିଛି। ଜଣେ ମୃତ ମହିଳାଙ୍କୁ ଟିକା ଦିଆଯାଇଥିବା ଦର୍ଶାଯିବାରୁ ଏହା ସ୍ପଷ୍ଟ ହୋଇଛି। ଖୋର୍ଦ୍ଧା ଟାଉନରେ ବାସ କରୁଥିବା ଜଣେ ମହିଳା ଇନ୍ଦୁମଣି ଦେଇ ୪ ମାସ ତଳେ ପ୍ରାଣ ହରାଇଛନ୍ତି। ହେଲେ ତାଙ୍କ ପୁଅ ପ୍ରଫୁଲ୍ଲ ଦାସଙ୍କ ମୋବାଇଲକୁ ଗତକାଲି ମେସେଜ ଆସିଲା ଯେ, ୧୩ ତାରିଖ ଦିନ ଇନ୍ଦୁମଣି ଦେଇଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫଳତାର ସହ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି।

Advertisment

କୋଭିଡ ଟିକାକରଣରେ ଜିଲ୍ଲାର ସଫଳତା ଦେଖାଇବାକୁ ଚାଲିଛି ଆଖିବୁଜା ଉଦ୍ୟମ। ଏପରିକି ୪ ମାସ ତଳେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ସଫଳତାର ସହିତ ଟିକା ଦିଆଯାଇଥିବା ନେଇ ଆସୁଛି ମୋବାଇଲକୁ ମେସେଜ୍। ଖୋର୍ଦ୍ଧା ସହରର ପ୍ରଫୁଲ କୁମାର ଦାସ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଏଭଳି ଅଭିଯୋଗ କରିଥିବା ବେଳେ ଟିକାକରଣ ସୂଚନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସହରର ବୁଦ୍ଧିଜୀବୀ। ସେପଟେ ଜିଲ୍ଲାରେ ଟିକାକରଣର ହାର ଉତ୍ସାହଜନକ ବୋଲି ସ୍ବାସ୍ଥ୍ୟ ବିଭାଗ କହୁଥିବା ବେଳେ ଏହି ଅଭିଯୋଗ ଉପରେ ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।

ଖୋର୍ଦ୍ଧା ସହରର ପ୍ରଫୁଲ୍ଲ କୁମାର ଦାସ। ପ୍ରଫୁଲଙ୍କ ମୋବାଇଲକୁ ଗତକାଲି ଏକ ମେସେଜ୍ ଆସିଲା ଯେ ତାଙ୍କ ମା ଇନ୍ଦୁମଣି ଦେଇ ଗତ ୧୩ ତାରିଖରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଟ୍ରମାକେୟାର କେନ୍ଦ୍ରରେ କୋଭିଡର ଦ୍ୱିତୀୟ ଡୋଜ୍ ଟିକା ସଫଳତାର ସହିତ ନେଲେ। ସେଥିରେ ମଧ୍ୟ ଟିକା ଦେଇଥିବା ନର୍ସ ମାତାଜି ବେହେରାଙ୍କ ନାମ ଉଲ୍ଲେଖ ଥିଲା। ତେବେ ଆଶ୍ଚର୍ଯ୍ୟକର କଥା ହେଲା ପ୍ରଫୁଲ୍ଲଙ୍କ ମା' ଇନ୍ଦୁମଣୀ ଗତ ଅଗଷ୍ଟ ୨୬ରେ ମୃତ୍ୟୁ ହୋଇସାରିଛି। ତେବେ ମୃତ୍ୟୁର ପ୍ରାୟ ୪ମାସ ପରେ ତାଙ୍କ ମାଙ୍କୁ କିଏ ଏବଂ କିଭଳି ଟିକା ଦେଲେ ତାକୁ ନେଇ ସେ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେପଟେ ସରକାର ବାହାବା ନେବାକୁ କୋଭିଡ ଟିକାର ତଥ୍ୟକୁ ମନଇଛା ଉଲ୍ଲେଖ କରୁଥିବା ଅନେକ ଅଭିଯୋଗ କରରିନ୍ତି।

Advertisment

ସେପଟେ ଖୋର୍ଦ୍ଧା ଜିଲ୍ଲାରେ ଟିକାଦାନ ହାର ଯଥେଷ୍ଟ ଭଲ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ବିଭାଗ କହିଛିି। ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକା ପ୍ରଥମ ଡୋଜ୍ ଶତକଡା ୯୫ ଭାଗ ଏବଂ ଦ୍ୱିତୀୟ ଡୋଜ୍ ଶତକଡା ୬୫ ଭାଗ ଦିଆସରିଛି। ଖୁବ୍ ଶୀଘ୍ର ଏହି ସଂଖ୍ୟା ଶତକଡା 100 ଭାଗ ହୋଇଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ସେପଟେ ଏହି ତଥ୍ୟ ତ୍ରୁଟିଶୂନ୍ୟ ନୁହେଁ ବୋଲି ମାନିଛନ୍ତି ସିଡିଏମ୍ଓ ଏକକାଳୀନ ଏତେ ସଂଖ୍ୟାରେ କାମ ହେଉଥିବାରୁ ଅନେକ ତ୍ରୁଟି ହେଉଥିବ ବୋଲି ସ୍ୱୀକାର କରିବା ସହିତ ଆସିଥିବା ଅଭିଯୋଗର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।

COVID Vaccine COVID19 Khordha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ