Advertisment

ଆଜିଠୁ ଖୋଲିଲା ବହୁଚର୍ଚ୍ଚିତ ମହାଲିଙ୍ଗ କଲେଜ

କଲେଜ ସଭାପତି ଗିରଫ ହେବା ପରଠୁ ସେହି କଲେଜ ପଢୁଥିବା ଛାତ୍ରଛାତ୍ରୀମାନେ ଓ ଅଭିଭାବକମାନେ ଭିଡ଼ ଜମାଇଥିଲେ। ଅନେକ ଛାତ୍ରଛାତ୍ରୀ ଟ୍ରାନ୍ସଫର ସାର୍ଟିଫିକେଟ୍‌ ପାଇଁ ଆବେଦନ କରୁଥିବା ଦେଖିବାକୁ ମିଳିଥିଲା।

Mahaling College

Mahaling College

Advertisment

ଧର୍ମଗଡ଼: ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ଚର୍ଚ୍ଚିତ ହୋଇପଡ଼ିଥିବା ମହାଲିଙ୍ଗ କଲେଜ ଆଜିଠୁ ଖୋଲିଛି। କ୍ୟାମ୍ପସରେ ଥିବା ଯୁକ୍ତ ୨ର ଉଭୟ ପ୍ରଥମ ଓ ଦ୍ୱିତୀୟ ବର୍ଷ ଏବଂ ଯୁକ୍ତ ୩ ପାଇଁ ଆଜିଠାରୁ ପାଠପଢ଼ା ଆରମ୍ଭ ହେଉଛି। ମମିତା ହତ୍ୟା ଘଟଣାକୁ ନେଇ କଲେଜ ବନ୍ଦ ରହିଥିଲା। ମହାଲିଙ୍ଗ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ମହାଲିଙ୍ଗ କଲେଜ ଓ ସନସାଇନ୍ ଇଂଲିଶ୍ ମିଡିୟମ ସ୍କୁଲର ଭବିଷ୍ୟତକୁ ନେଇ ଅନେକ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ଥିଲେ ଛାତ୍ରଛାତ୍ରୀ। 

Advertisment

କଲେଜ ସଭାପତି ଗିରଫ ହେବା ପରଠୁ ସେହି କଲେଜ ପଢୁଥିବା ଛାତ୍ରଛାତ୍ରୀମାନେ ଓ ଅଭିଭାବକମାନେ ଭିଡ଼ ଜମାଇଥିଲେ। ଅନେକ ଛାତ୍ରଛାତ୍ରୀ ଟ୍ରାନ୍ସଫର ସାର୍ଟିଫିକେଟ୍‌ ପାଇଁ ଆବେଦନ କରୁଥିବା ଦେଖିବାକୁ ମିଳିଥିଲା। 

ପ୍ରକାଶଥାଉକି, ମହାଲିଙ୍ଗ ସନସାଇନ୍‌ କଲେଜର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ପରେ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା ଟିଟିଲାଗଡ଼ ପୋଲିସ। କିନ୍ତୁ ପୋଲିସ ବାରାକରୁ ଚମ୍ପଟ ମାରିଥିଲା ଗୋବିନ୍ଦ। ପରେ ମହାଲିଙ୍ଗ ଷ୍ଟାଡିୟମର ମାଟି ତଳୁ ମମିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ହଦ୍ୟା ଅଭିଯୋଗରେ ପୋଲିସ ଏକ ଆଖୁ କିଆରୀରୁ ଗୋବନ୍ଦକୁ ଧରିଥିଲା। 

Advertisment

ମହାଲିଙ୍ଗ ପବ୍ଲିକ୍ ସ୍କୁଲରେ ଦେହ ବ୍ୟବସାୟ ପରି ଗୁରୁତର ଅଭିଯୋଗ ଆସିବା ପରେ NCPCR ଓ ଜାତୀୟ ମହିଳା କମିଶନ ଏଥିରେ ହସ୍ତକ୍ଷେପ କରିଥିଲେ।  ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। 

Odisha Mahalinga College Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ