ଗରିବ ଜନଜାତିଙ୍କ ପାଇଁ ସରକାର ଦେଲେ ଆବାସ ଯୋଜନାରେ ଘର ହେଲେ ଟଙ୍କା ହଡ଼ପ କରିନେଲେ ଠିକାଦାର ଫଳରେ ଘର ପାଇବାର ୫ ବର୍ଷ ପରେ ବି ଏମିତି ଅବସ୍ଥାରେ ଜୀବନ ଜିଉଛନ୍ତି । ଲୋକେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ଏ ହେଉଛି ଉଠାଣ ସାହି ଗ୍ରାମରେ ୫୦ରୁ ଉର୍ଦ୍ଧ୍ୱ ଖଡ଼ିଆ ଓ ମାଙ୍କଡ଼ିଆ ପରିବାର ବସବାସ କରନ୍ତି । ଆଜକୁ ପାଞ୍ଚ ବର୍ଷ ପୂର୍ବେ ସରକାରଙ୍କ ଆବାସ ଯୋଜନାରେ ଏମାନଙ୍କୁ ଘର ମିଳିଥିଲା । ହେଲେ ତାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇ ପାରିନାହିଁ କାରଣ ଆସିଥିବା ଘର ବାବଦ ଟଙ୍କାକୁ ଚଞ୍ଚକତା କରି ହଡପ କରିଛନ୍ତି ଠିକାଦାର ।
Also Read
ଗ୍ରାମର ଅଧିକାଂଶ ଲୋକଙ୍କୁ ମିଳିଥିବା ଘରର ଅବସ୍ଥା ଏମିତି କାହାର କବାଟ ନାହିଁ ତ ଆଉ କାହାର ଛାତ ମଧ୍ୟ ପଡ଼ିନାହିଁ। ଫଳରେ ୫ ବର୍ଷ ପୂର୍ବେ ଯାହା ଅବସ୍ଥା ଥିଲା, ଏବେ ବି ସମାନ ଅବସ୍ଥା । ଏ ବାବଦରେ ହିତାଧିକାରୀ ଠିକାଦାରଙ୍କୁ ପଚାରିଲେ ମିଳୁଛି ଧମକ୍ । ତେବେ ଏ ସମ୍ପର୍କରେ କପ୍ତିପଦା ବିଡିଓଙ୍କୁ ପଚାରିବାରୁ ହିତାଧିକାରୀ ମାନେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।