Advertisment

ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଜମି ଯୋଗାଇ ଦିଅନ୍ତୁ ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ପାଇକ ବିଦ୍ରୋହକୁ ଅନ୍ୟତମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ମିଳିବା ପାଇଁ କହିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଜମି ଦିଅନ୍ତୁ ବୋଲି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ।

provide land for the Pika Rebellion Memorial

provide land for the Pika Rebellion Memorial

Advertisment

ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଜମି ଯୋଗାଇ ଦିଅନ୍ତୁ ରାଜ୍ୟ ସରକାର । ଓଡ଼ିଶା ଗସ୍ତରେ ଥିବା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଗତକାଲି ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ।

Advertisment

ପାଇକ ବିଦ୍ରୋହକୁ କେନ୍ଦ୍ରସରକାର ଦେଶର ଅନ୍ୟତମ ସ୍ୱାଧୀନତା ସଂଗ୍ରାମ ଭାବେ କେନ୍ଦ୍ର ସରକାର ମାନ୍ୟତା ଦେଇଛନ୍ତି । ଖୋର୍ଦ୍ଧା ବରୁଣେଇରେ ଏକ ସ୍ମାରକୀ ପ୍ରତିଷ୍ଠା ପାଇଁ ଘୋଷଣା ବି ହୋଇଛି । ଯଦି, ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଜମି ଦେବେ ତାହେଲେ ଏହି କାର୍ଯ୍ୟ ହୋଇପାରିବ । କିଛି ଦିନ ତଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଷନ ରେଡ୍ଡୀଙ୍କ ସହ ଏସମ୍ପର୍କରେ ଖୋଦ୍ ସେ କଥା ବି ହୋଇଥିବା କହିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ଏହା ପୂର୍ବରୁ ଗତ ୨୮ ତାରିଖ ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଦର୍ଶନ ପାଇଁ ଦୀର୍ଘ ଦିନରୁ ଇଚ୍ଛା ଥିଲେ ମଧ୍ୟ କରୋନା ପାଇଁ ଆସିପାରୁନଥିଲେ ଏବେ କରୋନା ଟିକେ କମିବା ପରେ ସେ ପୁରୀ ଗସ୍ତ କରି ସେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ।

Advertisment
Biswa Bhusan Harichandan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ