Advertisment

ଆମ କଥା ଭୁଲିଗଲେ ସରକାର ! ୧୦ ଲକ୍ଷ ପରିବାର ଚଳିବ କେମିତି?

ରାଜ୍ୟରେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଆଦି ସାମାଜିକ କାର୍ଯ୍ୟରେ ୨୦ରୁ ୨୫ ଜଣଙ୍କୁ ଅନୁମତି ମିଳୁଛି। ଏପରି ସ୍ଥଳେ ଲୋକେ ବାଧ୍ୟହୋଇ ନିରାଡମ୍ବର ଆୟୋଜନ କରୁଥିବାରୁ ସେମାନଙ୍କର କୌଣସି ଆବଶ୍ୟକତା ପଡୁନି। ତେଣୁ ସେମାନଙ୍କ ବ୍ୟବସାୟ ଠପ୍ ସାଙ୍ଗକୁ ସାଜ ସରଞ୍ଜାମରେ କଳଙ୍କି ଲାଗିଲାଣି।

ଆମ କଥା ଭୁଲିଗଲେ ସରକାର ! ୧୦ ଲକ୍ଷ ପରିବାର ଚଳିବ କେମିତି?

Tent house Owner Protest

Advertisment

ଭୁବନେଶ୍ୱର: ସରକାର ଆମକୁ ଜୀବିକା ଦିଅ, ନହେଲେ ଆମ ଜିନିଷ କିଣି ନିଅ। ଜୀବନ ଅଛି ଜୀବିକା ନାହିଁ, କେମିତି ବଞ୍ଚିବୁ କୁହ ଗୋସାଇଁ। କରୋନା କହର ଭିତରେ ପ୍ରାୟ ଦେଢ଼ବର୍ଷ ଧରି ପେଶି ହେବା ପରେ ରାଜଧାନୀ ରାଜରାସ୍ତାରେ ଏମିତି ସ୍ଲୋଗାନ ଦେଇ ବିକ୍ଷୋଭ କରିଛନ୍ତି। ଭାବପୂର୍ଣ୍ଣ ସ୍ଲୋଗାନ୍ ଦେଇ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ରାଜ୍ୟ ଟେଣ୍ଟ୍ ହାଉସ୍, କ୍ୟାଟରିଂ, ଫ୍ଲାଓ୍ୱାର ଓ  ଲାଇଟ୍ ଆଣ୍ଡ ସାଉଣ୍ଡ ଆସୋସିଏସନ୍ ସଂଘର ଶହ ଶହ ସଦସ୍ୟ ସାଙ୍ଗରେ ସାଜ ସରଞ୍ଜାମ ଆଣି ଆଜି ଲୋୟର ପିଏମଜିରେ ଜଣାଇଛନ୍ତି ଏମିତି ପ୍ରତିବାଦ। ସେମାନଙ୍କ ଦାବି, କରୋନାର ଦ୍ୱିତୀୟ ଲହର ନିୟନ୍ତ୍ରଣକୁ ଆସିବା ପରେ ସରକାର ମଲ୍, ସିନେମା ହଲ, ମନ୍ଦିର ପ୍ରବେଶକୁ କଟକଣା ମୁକ୍ତ କରିଛନ୍ତି। ହେଲେ ସେମାନଙ୍କ ପାଇଁ ଆଖି ବୁଜି ଦେଇଛନ୍ତି କାହିଁକି?

Advertisment

ରାଜ୍ୟରେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଆଦି ସାମାଜିକ କାର୍ଯ୍ୟରେ ୨୦ରୁ ୨୫ ଜଣଙ୍କୁ ଅନୁମତି ମିଳୁଛି। ଏପରି ସ୍ଥଳେ ଲୋକେ ବାଧ୍ୟହୋଇ ନିରାଡମ୍ବର ଆୟୋଜନ କରୁଥିବାରୁ ସେମାନଙ୍କର କୌଣସି ଆବଶ୍ୟକତା ପଡୁନି। ତେଣୁ ସେମାନଙ୍କ ବ୍ୟବସାୟ ଠପ୍ ସାଙ୍ଗକୁ ସାଜ ସରଞ୍ଜାମରେ କଳଙ୍କି ଲାଗିଲାଣି। ତେଣୁ ସେମାନଙ୍କ ଜୀବିକା ବଞ୍ଚାଇ ରଖିବାକୁ ସାମାଜିକ କାର୍ଯ୍ୟରେ ଅତି କମରେ ୩୦୦ ଲୋକଙ୍କୁ ଅନୁମତି ପାଇଁ ଦାବି କରିଛି ସଂଘ।

ଖାଲି ରାଜଧାନୀ ନୁହେଁ, ସମଗ୍ର ରାଜ୍ୟରେ ଆନ୍ଦୋଳନକୁ ଜୋରଦାର କରିଛି ସଂଘ ପୁରୀରୁ ବଲାଙ୍ଗିର, ବାରିପଦାରୁ କେନ୍ଦୁଝର ସବୁଠି ପ୍ଲାକାର୍ଡ ଓ ସାଜ ସରଞ୍ଜାମ ଧରି ଜିଲ୍ଲା ମୁଖ୍ୟାଳୟ ଆଗରେ ଧାରଣା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି ଜିଲ୍ଲାସ୍ତରୀୟ ସଂଘର କର୍ମକର୍ତ୍ତା। କରୋନାରେ ଦ୍ୱିତୀୟ ଲହର ଥମିବାରୁ ସରକାର ଯାତ୍ରା ପାର୍ଟିକୁ ଅନୁମତି ଦେଇଛନ୍ତି ସତ ହେଲେ ଅଗଷ୍ଟ ଗାଇଡଲାଇନରେ ରାତି ୮ଟା ପରଠୁ ନାଇଟ୍ କର୍ଫ୍ୟୁ ଥିବାରୁ ଯାତ୍ରା ମଞ୍ଚସ୍ଥ ହେବ କେମିତି ତାକୁ ନେଇ ପ୍ରଶ୍ନ ଉଠିଛି। ସେହିଭଳି ଜିମ୍, ସେଲୁନ୍, ସ୍ପା ଓ ବିୟୁଟିପାର୍ଲର ବ୍ୟବସାୟୀମାନେ ଆଜି ଆନ୍ଦୋଳନକୁ ଓହ୍ଲାଇବା ସହ ବିଗତ ୬ ମାସ ପାଇଁ ମାସିକ ୫ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି।

Advertisment
Odisha News Odisha Government Lockdown
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ