Advertisment

ଲାଇଟ୍‌ ଖୋଲିନେଉଛି ଠିକା କମ୍ପାନୀ; ଅନ୍ଧାର ହୋଇଯିବ ବଡଦେଉଳ !

ବଡଦେଉଳକୁ ସିଧାସଳଖ ଫୋକସ ଲାଇଟ୍‌ରେ ଆଲୋକୀକରଣ କରୁଥିବା ବଡ ବଡ ହାଥମାକ୍ସ ଲାଇଟ୍ ଖୋଲି ନେଇଯାଇଛି ଇଭେଣ୍ଟ କମ୍ପାନୀ। ଯାହାଫଳରେ ଅନ୍ଧାରରେ ବଡଦେଉଳ !

 Puri Srimandir

Puri Srimandir

Advertisment

ବାହାରୁ ଚିକଚିକ କରୁଥିବା ଆମ ଶ୍ରୀମନ୍ଦିର ଅନ୍ଧାର ହେଇଯିବ ! ହୁଏତ ଦିନ କେଇଟା ଲାଇଟ୍ ଜଳାଉଥିବା ଠିକା କମ୍ପାନୀ ଆହୁରୀ ଅନେକ ଲାଇଟ୍ ଖୋଲିନେବ। ଯାହାକୁ ନେଇ ଏବେ ପୁରୀ ସହରରେ ଚର୍ଚ୍ଚା ଜୋର ଧରିଛି। ଅଭିଯୋଗ ହୋଇଛି କି ବଡଦେଉଳକୁ ସିଧାସଳଖ ଫୋକସ ଲାଇଟରେ ଆଲୋକୀକରଣ କରୁଥିବା ବଡ ବଡ ହାଥମାକ୍ସ ଲାଇଟ୍ ଖେୋଲି ନେଇଯାଇଛି ଇଭେଣ୍ଟ କମ୍ପାନୀ।  ବିଜେଡି ସରକାର ହାରିବା ଫଳରେ ଯେଉଁ ଇଭେଣ୍ଟ କମ୍ପାନୀ ଭଡା ଦେଇଥିଲା ସେହି କମ୍ପାନୀ ରାତା ରାତି ବଡ ଲାଇଟ୍ ସବୁ ଖୋଲି ନେଇଯାଇଛି। ଫଳରେ ବଡଦେଉଳ ଏବେ ଅନ୍ଧାରରେ।

Advertisment

ଏବେ ଦୂରରୁ ବଡଦେଉଳ ସଠିକ ଭାବରେ ଦୃଶ୍ୟମାନ ହେଉନାହିଁ। ବାସ୍ତବରେ ଶ୍ରୀ ସେତୁ ଉପରୁ ହେଉ ଅଥବା ବଡଦାଣ୍ଡର ଯେ କୌଣସି ସ୍ଥାନରୁ। ଦିନ କେଇଟା ପୂର୍ବରୁ ଯେମିତି ସ୍ପଷ୍ଟ ଦିଶୁଥିବା ବଡ଼ ଦେଉଳ ଆଉ ସେଭଳି ଦୃଶ୍ୟମାନ ହେଉନି। 

ଗତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ କରଣ, ଆଲୋକୀକରଣ, ବଡଦାଣ୍ଡର ଆଲୋକୀକରଣ, ମେଘନାଦ ପ୍ରାଚୀରର ଆଲୋକୀକରଣ ପାଇଁ ବ୍ୟାପକ ଫୋକସଲାଇଟ ବ୍ୟବସ୍ଥା କରାଯାଇଥିଲା। ଆଲୋକୀକରଣରୟକୁ ସ୍ଥାୟୀ ନ କରି ଇଭେଣ୍ଟ କମ୍ପାନୀ ଦ୍ବାରା ଭଡା ସୁତ୍ରରେ ଲଗାଯାଇଥିଲା। ଯାହାକୁ ନେଇ ସେତେବେଳେ ଅଭିଯୋଗ ଉଠିଥିଲା। କଣ ପାଇଁ ଭଡା ସୁତ୍ରରେ ଆଲୋକୀକରଣ କରାଯାଉଛି ଓ ସ୍ଥାୟୀ ଭାବରେ ନ କରାଯାଉଛି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ  ଉଠାଇଥିଲେ। 

Advertisment

ଏପରିକି ଏ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ବିଜେଡି ସରକାର ହାରିବା ଫଳରେ ଯେଉଁ ଇଭେଣ୍ଟ କମ୍ପାନୀ ଭଡା ଦେଇଥିଲା ସେହି କମ୍ପାନୀ ରାତା ରାତି ବଡ ଲାଇଟ୍ ସବୁ ଖୋଲି ନେଇଗଲା। ଫଳରେ ଏଭଳି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି।  

Puri Jagannath Temple Sri Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ