Advertisment

କୋର୍ଟଙ୍କ ରାୟ ପରେ କାନ୍ଦି ପକାଇଲେ ତପସ୍ୱିନୀ। ଗେଟ୍‌ ଭାଙ୍ଗି ସୁମିତ୍‌ଙ୍କ ଘରେ ପଶିଲେ ମହିଳା

ସୁମିତଙ୍କ ପିଟିସନ୍‌କୁ କୋର୍ଟ ଖାରଜ କରି ତପସ୍ୱିନୀଙ୍କ ପିଟିସନର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶାଶୁ ଘରେ ରହିବା ଲାଗି ବ୍ୟବସ୍ଥା କରିବାକୁ ପିଟିସନ୍ କରିଥିଲେ ତପସ୍ୱିନୀ। ଏପଟେ ଶୀତ କାକରରେ ୪ ଦିନ ଧରି ଜରିପାଲ ଓ ମଶାରି ଟାଣି ସୁମିତଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ବିନୀ।

ଅଦ୍ୟତନ ହୋଇଛି
Sumit-tapawini

Sumit-tapawini

Advertisment

ବ୍ରହ୍ମପୁର: ଦମ୍ପତି ତପସ୍ୱିନୀ-ଡାକ୍ତର ସୁମିତ ବିବାହ ବିବାଦ ମାମଲା ନିଜ ପୂର୍ବ ରାୟକୁ ଆଜି ପୁଣି ଦୋହରାଇଲେ ଏସଡିଜେଏମ୍ କୋର୍ଟ। ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ଲାଇଟ୍, ପାଣି, ପରିମଳ ବ୍ୟବସ୍ଥା ଥିବା ଘର ନେଇ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ତେବେ କୋର୍ଟଙ୍କ ନିର୍ଦ୍ଦେଶରେ ସନ୍ତୁଷ୍ଟ ନଥିବା ଜଣାଇଛନ୍ତି ତପସ୍ୱିନୀଙ୍କ ଓକିଲ। ସୁମିତ ନିଖୋଜ ଥିବା ସେ କୋର୍ଟଙ୍କୁ ଜଣାଇଥିଲେ।

Advertisment

ସୁମିତ କେଉଁଠି ଅଛନ୍ତି ନା ପୋଲିସ ଜାଣିଛି ନା କେହି ଜାଣିଛନ୍ତି। ଏହା ସତ୍ତ୍ୱେ ସୁମିତଙ୍କୁ ଭଡ଼ାଘର ନେଇ ତପସ୍ୱିନୀଙ୍କୁ ରଖିବାକୁ କୁହାଯାଇଛି। ଭଡ଼ା ଘର ନେବା ପର୍ଯ୍ୟନ୍ତ ତପସ୍ୱିନୀ କେଉଁଠି ରହିବେ, କୋର୍ଟ କହିନାହାନ୍ତି କୋର୍ଟ କିଛି ସ୍ପଷ୍ଟ କରିନଥିବାରୁ, ତପସ୍ୱିନୀ କେଉଁଠି ରହିବେ ନିଜେ ନିଷ୍ପତ୍ତି ନେବେ ବୋଲି ତପସ୍ବିନୀଙ୍କ ଓକିଲ କହିଛନ୍ତି। ଅନ୍ୟପଟେ ସୁମିତଙ୍କ ପକ୍ଷରୁ ଦାଏର ପିଟିସନ୍ ଖାରଜ କରିଦେଇଛନ୍ତି କୋର୍ଟ। କାଗଜପତ୍ର ସଂଗ୍ରହ ପାଇଁ ୧୫ ଦିନ ସମୟ ମାଗି ପିଟିସନ କରିଥିଲେ ସୁମିତ।

ସୁମିତଙ୍କ ପିଟିସନ୍‌କୁ କୋର୍ଟ ଖାରଜ କରି ତପସ୍ୱିନୀଙ୍କ ପିଟିସନର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶାଶୁ ଘରେ ରହିବା ଲାଗି ବ୍ୟବସ୍ଥା କରିବାକୁ ପିଟିସନ୍ କରିଥିଲେ ତପସ୍ୱିନୀ। ଏପଟେ ଶୀତ କାକରରେ ୪ ଦିନ ଧରି ଜରିପାଲ ଓ ମଶାରି ଟାଣି ସୁମିତଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ବିନୀ। ଗତକାଲି ତପସ୍ୱିନୀ ସେଠାରେ ହିଁ ରୋଷେଇବାସ ଆରମ୍ଭ କରିଛନ୍ତି। କୋର୍ଟରେ ମାମଲା ଚାଲିଥିବାରୁ ଏହି ସମୟରେ ତାଙ୍କ ପାଖରେ ରହିବାକୁ କୌଣସି ସ୍ଥାନ ନାହିଁ। ତେଣୁ ନିଜ ଅଧିକାର ନପାଇବା ପର୍ଯ୍ୟନ୍ତ ସେଠାରେ ହିଁ କାଠ ଚୁଲି ଜାଳି ରୋଷେଇ କରି ଖାଇବେ ଏବଂ ବାହାରେ ହିଁ ବସିରହିବେ ବୋଲି ତପସ୍ୱିନୀ କହିଛନ୍ତି।  

Advertisment

ସେପଟେ ବ୍ରହ୍ମପୁରର ତପସ୍ୱିନୀ- ଡାକ୍ତର ସୁମିତ ବିବାହ ବିବାଦ ମାମଲାରେ ସୁମିତଙ୍କ ଘର ଗ୍ରୀଲ ଭାଙ୍ଗି ପଶିଗଲେ ଶତାଧିକ ମହିଳା। ବ୍ରହ୍ମପୁର ବ୍ରହ୍ମାନଗର ସ୍ଥିତ ଡାକ୍ତର ସୁମିତଙ୍କ ଘର ଗ୍ରୀଲ ଭାଙ୍ଗିଛନ୍ତି। ଘର ସାମ୍ନାରେ ଧସ୍ତାଧସ୍ତି ପରେ ଗ୍ରୀଲ ଭାଙ୍ଗି ମହିଳାମାନେ ପଶିଥିଲେ। ମେନ୍ ଗେଟ୍ ଭାଙ୍ଗି ଭିତରକୁ ପଶିଗଲେ ସ୍ଥାନୀୟ ମହିଳା। ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ ଗେଟ୍ ଭାଙ୍ଗିଲୁ କିଛି ମହିଳା କହିଛନ୍ତି। ଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଏସ୍‌ପି ପହଞ୍ଚି ବୁଝାସୁଝା ଉଦ୍ୟମ କରିଛନ୍ତି।

Advertisment
Berhampur Marital Discord Sumit Tapaswini
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ