Doctor declare child Death
କରଞ୍ଜିଆ: ଜୀବିତ ଛୁଆକୁ ମୃତ ଘୋଷଣା କଲେ ମେଡିକାଲ କର୍ତ୍ତୃପକ୍ଷ। ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରୁ ଆଜି ଦିନ ୨.୦୬ ମିନିଟ ସମୟରେ ରାଇମଣି ମୁଣ୍ଡା ସ୍ୱାମୀ ସୁନିଆ ମୁଣ୍ଡାଙ୍କ ଔରସରୁ ଏକ ଶିଶୁ ଜନ୍ମ ନେଇଥିଲା। କରଂଜିଆ ଉପଖଣ୍ଡ ଚିକିତ୍ସାଳୟରେ ଜନ୍ମ ନେଇଥିବା ଏଇ ଶିଶୁଙ୍କୁ ମେଡ଼ିକାଲ କର୍ତ୍ତୃପକ୍ଷ ମୃତ୍ୟୁ ଘୋଷଣା କରିଥିଲେ।
ଏହା ସହିତ ଏକ ବ୍ୟାଗରେ ପୁରାଇ ପରିବାରକୁ ହସ୍ତାନ୍ତର କରିଥିଲେ। ଏହାପରେ ମୃତ ଶିଶୁଙ୍କ ପରିବାର ଲୋକ ଛୁଆକୁ ନେଇ ନିଜ ପୈତୃକ ଗ୍ରାମ କେନ୍ଦୁଝର ଜିଲ୍ଲାର ଖଡିକାପଦା ଗ୍ରାମରେ ପହଞ୍ଚିଥିଲେ। ସେଠାରେ ଥିବା ଶ୍ମଶାନରେ ମାଟିଖୋଳି ମାଟି ତଳେ ପୋତିବା ପାଇଁ ଯାଉଥିବା ବେଳେ ଛୁଆଟି କାନ୍ଦିଥିଲା।
ଫଳରେ ପରିବାର ଲୋକେ ଛୁଆକୁ ଧରି କରଂଜିଆ ଉପଖଣ୍ଡ ଚିକିତ୍ସାଳୟ ଆଣିଛନ୍ତି। ତେବେ ଏପରି ଦାୟିତ୍ୱହୀନ କାର୍ଯ୍ୟ କରିଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ। ତେବେ ଏ ସମ୍ପର୍କରେ ତେବେ ମେଡ଼ିକାଲ୍ କର୍ତ୍ତୃପକ୍ଷ ତଥା ଉପଖଣ୍ଡ ଚିକିତ୍ସାଧିକାରୀ କହିଛନ୍ତି, ଘଟଣାର ଅନୁଧ୍ୟାନ କରିବା ସହ ରେକର୍ଡ ଭେରିଫାଏ କରିବା ପରେ ଜଣାପଡ଼ିବ। ତେବେ ନବଜାତର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642608045.jpg)