Jaleswar hospital
ଭୁଲ୍ ଇଞ୍ଜେକସନରୁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି । ରୋଗୀ ମୃତ୍ୟୁକୁ ନେଇ ବାଲେଶ୍ୱର ଜଳେଶ୍ୱର ବ୍ଲକ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି । ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ମେଡିକାଲରେ ପାଟିତୁଣ୍ଡ କରିଛନ୍ତି ପରିବାର ଲୋକେ ।
ମେଡିକାଲ ଗେଟ୍ ଆଗରେ ମୃତଦେହ ରଖି ପରିବାର ଲୋକ ଧାରଣା ଦେଇଛନ୍ତି । ଗୁରୁବାର ଦିନ ୩ଟାରେ ସର୍ଦ୍ଦାର ବନ୍ଧ ପଂଚାୟତର ଶଙ୍ଖାଭଙ୍ଗା ଗାଁର ଗଙ୍ଗାଧର ମହାନ୍ତଙ୍କ ପେଟ ବ୍ୟଥା ହେବାରୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ ହୋଇଥିଲେ । ହେଲେ ଗତକାଲି ବିଳମ୍ବିତ ରାତିରେ ଡାକ୍ତରଙ୍କ ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଉଠାଇଛନ୍ତି ।
ଡାକ୍ତର ରୋଗୀଙ୍କୁ ନଦେଖି ନର୍ସ ହାତରେ ଇଞ୍ଜେସନ ଦେଇ ପଠାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏପଟେ ଡାକ୍ତରଙ୍କୁ ପଚାରିବାରୁ ପେଟ ବ୍ୟଥା ପାଇଁ ମୁଁ ଇଞ୍ଜେକ୍ସନ ଦେଇଥିଲି, କିପରି ମୃତ୍ୟୁ ହେଲା ଜାଣିନାହିଁ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691824949.jpg)