Advertisment

ଦଣ୍ଡମୁକ୍ତ ଅଞ୍ଚଳରେ ସ୍କୁଲ୍‌ ଛାତ୍ରୀଙ୍କୁ ଦଣ୍ଡ, ନିର୍ଧୂମ ମାଡ଼ ମାରିଲେ ନକଲି ଶିକ୍ଷୟିତ୍ରୀ

ଦଣ୍ଡ ମୁକ୍ତ ଅଞ୍ଚଳରେ ଜଣେ ସ୍କୁଲ୍‌ ଛାତ୍ରୀଙ୍କୁ ଦଣ୍ଡ ଦିଆଯାଇଥିବାର ଅଭିଯୋଗ ହୋଇଛି। ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦଣ୍ଡ ଦେବାକୁ ଯାଇ ଜଣେ ଶିକ୍ଷୟିତ୍ରୀ ନିର୍ଧୂମ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Tension after Class IV girl 'beaten up' by fake teacher

Tension after Class IV girl 'beaten up' by fake teacher

Advertisment

ସ୍କୁଲ୍‌ ଗୁଡ଼ିକୁ ରାଜ୍ୟ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି। କିନ୍ତୁ ଦଣ୍ଡ ମୁକ୍ତ ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଦଣ୍ଡ ଦିଆଯାଇଥିବାର ଅଭିଯୋଗ ହୋଇଛି। ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦଣ୍ଡ ଦେବାକୁ ଯାଇ ଜଣେ ଶିକ୍ଷୟିତ୍ରୀ ନିର୍ଧୂମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ସହର ଇଛାପଡା ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଅଭିଯୋଗ ଆସିଛି।

Advertisment

ସୂଚନା ଅନୁସାରେ, ଗତ ସୋମବାର ଦିନ ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ସ୍କୁଲ୍‌ର ଶିକ୍ଷୟିତ୍ରୀ ନିର୍ଧୂମ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ଅଭିଭାବକମାନେ ସ୍କୁଲ୍‌କୁ ଯାଇ ହୋ ହଲ୍ଲା କରିବା ପରେ ଜଣାପଡିଲା ଶିକ୍ଷୟିତ୍ରୀ ଜଣକ ନକଲି। ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଏକ NGO ନିଯୁକ୍ତି ଦେଇଥିବା ଜଣାପଡ଼ିଛି। ସ୍କୁଲ୍‌କୁ ଶିକ୍ଷା ବିଭାଗର ଅଧିକାରୀ ତଥା ଡି.ସି.ପି.ୟୁ ଏବଂ ସି.ଡବ୍ଲ୍ୟୁ. ସି ଚେୟାରମ୍ୟାନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Odisha Education News Fake Teacher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ