Advertisment

ତୁଟୁନି ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ଅଡୁଆ, ରାଜଧାନୀରେ ଗର୍ଜିଲେ ହାଇସ୍କୁଲ ଏନପିଏସ୍ ଶିକ୍ଷକ

ଆସନ୍ତା ୨୭ ତାରିଖରେ ମହାସଂଘ ଭୁବନେଶ୍ୱରରେ ବିଶାଳ ସମାବେଶ କରିବ ବୋଲି ସୂଚନା ଦେଇଛି ସଂଘ।

ଅଦ୍ୟତନ ହୋଇଛି
undefined

Teachers stage protest in Bhubaneswar demanding proper salary

Advertisment

ଦାନା ବାନ୍ଧୁଛି ଶିକ୍ଷକ ଆନ୍ଦୋଳନ। ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ପରେ ସ୍କୁଲ୍‌ରେ ବରିଷ୍ଠ ହୋଇଛନ୍ତି କନିଷ୍ଠ, ଆଉ କନିଷ୍ଠ ଶିକ୍ଷକ ହୋଇଛନ୍ତି ବରିଷ୍ଠ। ଯାହାକୁ ନେଇ ଶିକ୍ଷକଙ୍କ ମହଲରେ ଜୋରଦାର ଅସନ୍ତୋଷ। ଆଉ ରାଜଧାନୀରେ ଶିକ୍ଷକଙ୍କ ସରକାର ବିରୋଧୀ ସମାବେଶ। ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ହଜାର ହଜାର ଶିକ୍ଷକ ସରକାର ବିରୋଧରେ ଗର୍ଜନ କରିଛନ୍ତି। ଚଳିତ ବର୍ଷ ଅକ୍ଟୋବର ୧୫ରେ ମୁଖ୍ୟମନ୍ତ୍ରୀ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା କରିବା ପରେ ଭୁବନେଶ୍ୱରରେ ସେଲିବ୍ରେସନରେ ମାତିଥିଲେ। ଆଉ ସେଇ ନେତା ଆଜି ବି ରାଲିରେ ସାମିଲ ହୋଇ ବିଷୋଦଗାର କରିଛନ୍ତି।

Advertisment

୨୦୦୪ରୁ ୨୦୧୪ ଭିତରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ରେଗୁଲାର ନକଲେ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ସମ୍ମେଟିଭ ଓ୍ୱାନ୍ ପରୀକ୍ଷାକୁ ବର୍ଜ୍ଜନ କରିବେ ବୋଲି ଚେତାବନୀ ଦେଇଛି ସରକାରୀ ହାଇସ୍କୁଲ୍ ଏନପିଏସ୍ ଶିକ୍ଷକ ସଂଘ। ସେପଟେ ସରକାର ବିରୋଧରେ ଆଜି ମେଳି କରିଛନ୍ତି ତିନି ପ୍ରାଥମିକ ଶିକ୍ଷକ ସଂଘ। ଗଠନ କରିଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ। ସରକାର ଐତିହାସିକ ନିଷ୍ପତ୍ତି କହି ଚୁକ୍ତି ଭିତ୍ତିକ ପ୍ରଥାକୁ ଉଚ୍ଛେଦ କଲେ ମାତ୍ର ପ୍ରାଥମିକ ଶିକ୍ଷକଙ୍କ ଭିତରୁ ଅନେକଙ୍କ ଚାକିରି ରେଗୁଲାର ହୋଇନି ଏବଂ ଇନକ୍ରିମେଣ୍ଟ ବି ଦିଆଯାଉନି। ଏହା ବିରୋଧରେ ଆସନ୍ତା ୨୭ ତାରିଖରେ ମହାସଂଘ ଭୁବନେଶ୍ୱରରେ ବିଶାଳ ସମାବେଶ କରିବ ବୋଲି ସୂଚନା ଦେଇଛି ସଂଘ। ସେହିପରି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବି ମାଟ୍ରିକ ପରୀକ୍ଷା ନେଇ ଚେତାବନୀ ଦେଇଛି। ପେନସନ ସୁବିଧା ନଦେଲେ ତୀବ୍ର ଆନ୍ଦୋଳନ ହେବ ବୋଲି ଓଷ୍ଟା ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଶ୍ନ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ପରେ ବି କାହିଁକି ଦେଖାଦେଉଛି ଅସଙ୍ଗତି? ଗତ ୧୪ ନଭେମ୍ବରରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗକୁ ହୋଇଥିବା ଚିଠିରେ ଉଲ୍ଲେଖ ହୋଇଛି ଯେ ୨୦୧୩ ଚୁକ୍ତି ଭିତ୍ତିକ ଆଇନର ଉଚ୍ଛେଦ କରାଗଲା ବୋଲି କିନ୍ତୁ ତାର ପୂର୍ବରୁ ହୋଇଥିବା ଚୁକ୍ତି ଭିତ୍ତିକ ନିଯୁକ୍ତି ନେଇ କିଛି ବି ଉଲ୍ଲେଖ ନାହିଁ। ୨୦୦୪ରୁ ପ୍ରାୟ ୨ଲକ୍ଷ ୮୦ ହଜାର ଶିକ୍ଷକ ଓ କର୍ମଚାରୀ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିଲେ। ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ପରେ ମାତ୍ର ୫୭ହଜାର ଉପକୃତ ହେଲେ ସର୍ବାଧିକ ୮୨ ହଜାର ଶିକ୍ଷକ ବିଭିନ୍ନ ବର୍ଗରୁ ଥିବାବେଳେ ସେମାନଙ୍କ ନିଯୁକ୍ତିକୁ ସ୍ଥାୟୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେବି ପୂରଣ ହୋଇପାରିନି। ଯାହାକୁ ନେଇ ରାଜନୀତି ବି ସରଗରମ ବିରୋଧୀ ସରକାରଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି।

Advertisment

ଚୁକ୍ତି ଭିତ୍ତିକ ପ୍ରଥାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଛି ତାକୁ ନେଇ ଶିକ୍ଷକ ଆନ୍ଦୋଳନ ମୁଣ୍ଡ ଟେକିଲାଣି। ଏବେ ଏହାର ସମାଧାନ ସରକାର କିପରି କରୁଛନ୍ତି ତାଉପରେ ନଜର।

(ପଦମପୁରରୁ ସୋମେଶ ମହାନ୍ତି ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ)

Contractual
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ