ନିଆରା ପ୍ରତିବାଦ,ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସ୍‌ରେ ଝାଡୁ ମାରିଲେ ଶିକ୍ଷକ

DEO କାର୍ଯ୍ୟାଳୟରେ ଶିକ୍ଷକଙ୍କ ନିଆରା ପ୍ରତିବାଦ । ଝାଡ଼ୁ ମାରି ବିରୋଧ ପ୍ରଦର୍ଶନ କଲେ ଶିକ୍ଷକ ସଂଘ। ଭେଣ୍ଡିଆ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଝାଡ଼ୁ ମରାଇଥିଲେ ADEO । ପ୍ରଧାନଶିକ୍ଷକ ଝାଡ଼ୁ ମାରୁଥିବା ଫଟୋ ହୋଇଥିଲା ଭାଇରାଲ୍ ।

Teacher

News Summary

DEO କାର୍ଯ୍ୟାଳୟରେ ଶିକ୍ଷକଙ୍କ ନିଆରା ପ୍ରତିବାଦ

ପ୍ରଧାନ ଶିକ୍ଷକଙ୍କୁ ଝାଡ଼ୁ ଧରାଇଥିଲେ ଆଉ ଏବେ ପ୍ରତିବାଦ ସ୍ୱରୂପ ଝାଡ଼ୁ ମାରିଲେ ଅନ୍ୟ ଶିକ୍ଷକ। ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷକମାନେ ଝାଡ଼ୁ ମାରିଛନ୍ତି । ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ଚାମ୍ବର ସମେତ ପୁରା ଅଫିସରେ ବୁଲି ବୁଲି ଝାଡ଼ୁ ମାରି ପ୍ରତିବାଦ କରିଛନ୍ତି ।

ଗତ ୮ ତାରିଖରେ ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଭେଣ୍ଡିଆ ହାଇସ୍କୁଲର ପ୍ରଧାନଶିକ୍ଷକ ଜଗଦିଶ ଗୌଡ଼ଙ୍କୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରେଶମ ଲାଲ୍ ନାୟକ ଝାଡ଼ୁ ଧରିବାକୁ କହିଥଲେ ।

ସ୍କୁଲ ପରିଦର୍ଶନରେ ଯାଇଥିବା ବେଳେ ଅପରିଷ୍କାର ଥିବା ଦେଖି ସେ ପ୍ରଧାନଶିକ୍ଷକଙ୍କୁ ଝାଡ଼ୁ କରିବାକୁ କହି ଏହାର ଫଟୋ ଉତ୍ତୋଳନ କରିଥିଲେ । ଯାହା ପରବର୍ତ୍ତି ସମୟରେ ଭାଇରାଲ୍ ହୋଇଥିଲା । ଏହି ଘଟଣାକୁ ଗୁରୁତର ସହ ନେଇ ପ୍ରାଥମିକ ଶିକ୍ଷକ ସଂଘ ବିରୋଧ ପ୍ରଦର୍ଶନ କରିଛି ।

ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିବା ସହ ପ୍ରତିବାଦ କରି ତାଙ୍କ ଅଫିସକୁ ଝାଡ଼ୁ ମାରିଛନ୍ତି । ଘଟଣାକୁ ନେଇ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି । କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି ।