Advertisment

‘ମାଟିରେ ମିଶିଗଲା ମୋ ପରିବାରର ମାନ-ସମ୍ମାନ, ଏ ଜନ୍ମରେ ଆଉ ରିକଭରି ହୋଇପାରିବନି’

ବ୍ରହ୍ମପୁରର ଡାକ୍ତର ସୁମିତ୍‌ ସାହୁ-ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ବିବାଦ ମାମଲା ଥମିବାର ନାଁ ଧରୁନି। ଜିଲ୍ଲା ଜଜ୍ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଅଦ୍ୟତନ ହୋଇଛି
Dr Sumit Sahu

Dr Sumit Sahu

Advertisment

ବ୍ରହ୍ମପୁରର ଡାକ୍ତର ସୁମିତ୍‌ ସାହୁ-ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ବିବାଦ ମାମଲା ଥମିବାର ନାଁ ଧରୁନି। ପ୍ରତ୍ୟେକ ଦିନ ମାମଲାକୁ ନେଇ କିଛି ନା କିଛି ନୂଆ ଟ୍ୱିଷ୍ଟ୍‌ ସାମ୍ନାକୁ ଆସୁଛି। ୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ସୁମିତ୍‌ଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ୪ ତାରିଖରେ ଜିଲ୍ଲା ଜଜ୍ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। 

Advertisment

ସୁମିତଙ୍କ ଘରେ ତପସ୍ୱିନୀ ରହିବାସ ସହ ମାସିକ ୧୭ ହଜାର ଟଙ୍କା ଦେବାକୁ ଜିଲ୍ଲା ଜଜ୍ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ସୁମିତ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ସୁମିତ୍‌ଙ୍କ ଓକିଲ କହିଛନ୍ତି, ‘ସେମାନେ(ତପସ୍ୱିନୀ-ସୁମିତ୍‌) ଲଭ୍‌ ମ୍ୟାରେଜ କରିଥିଲେ। ପତ୍ନୀ ତପସ୍ୱିନୀଙ୍କ ସହ ତାଙ୍କର ଠିକ୍‌ ଭାବେ ନପଡ଼ିବାରୁ ସୁମିତ୍‌ କେସ୍‌ କରିଥିଲେ। ପରେ ସୁମିତ୍‌ ଛାଡ଼ପତ୍ର ଆବେଦନ କରିଥିଲେ। ୪ ତାରିଖରେ ଜିଲ୍ଲା ଜଜ୍ ଏକ ଅର୍ଡର ପାସ୍‌ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଆମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ। ଯେଉଁ ଘର ଭିତରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଛି, ଯଦି ସେହି ଘର ଭିତରେ ଉଭୟ ପୁଣି ଏକାଠି ରହିବେ, ତା’ହେଲେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ବର୍ତ୍ତମାନ ସୁମିତ୍‌ଙ୍କ ମାନସିକ ଅବସ୍ଥା, ସାମାଜିକ ସମ୍ମାନ ଯାହା କ୍ଷୁର୍ଣ୍ଣ ହୋଇଛି ଏସବୁକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ। ଗୋଟିଏ ଛାତ ତଳେ ସୁମିତ୍‌-ତପସ୍ୱିନୀ ରହିବା ପାଇଁ ଜିଲ୍ଲା ଜଜ୍ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ଆମେ ଏହାକୁ ବିରୋଧ କରୁଛୁ। ଏହାସହ ମାସିକ ୧୭ ହଜାର ଟଙ୍କା ଦେବାକୁ ବି ନିର୍ଦ୍ଦେଶକୁ ମଧ୍ୟ ଆମେ ବିରୋଧ କରୁଛୁ। ତେଣୁ ବ୍ରହ୍ମପୁର ଜିଲ୍ଲା ଜଜ୍‌ କରିଥିବା ଅର୍ଡରକୁ ପୁର୍ନବାର ଶୁଣାଣି କରାଯାଉ।’

ସେପଟେ ସୁମିତ୍‌ କହିଛନ୍ତି, ‘ଏତେ ସବୁ ମୋ ସହ ଓ ପରିବାର ସହ ଘଟିଲା, ଏହାଦ୍ୱାରା ମୋର ଓ ପରିବାରର ମାନସମ୍ମାନ ମାଟିରେ ମିଶିଗଲା। ମୁଁ ଭାବୁଛି ଏ ଜନ୍ମରେ ଆଉ ଏଇଟା ରିକଭରି ହୋଇପାରିବ ନାହିଁ। ଏଥିପାଇଁ ମୋ ମାନସିକ ଅବସ୍ଥା ବହୁତ ଖରାପ ହୋଇ ସାରିଲାଣି। ଏଥିପାଇଁ ମୁଁ ଛୁଟିରେ ଅଛି। ରିୟୁନିଅନ୍‌ ବି ହୋଇପାରେ। ହେଲେ ଏହାର ଅର୍ଥ ଏହା ନୁହେଁ ଯେ, ଘର ଭିତରର ଚାରି କାନ୍ଥର କଥା ଦାଣ୍ଡକୁ ଆଣି ଡ୍ରାମା ସୃଷ୍ଟି କରିବା। ଏହା ଠିକ୍‌ ନୁହେଁ। ଏବେବି ଛୁଟିରେ ଅଛି।’

Advertisment

ସୂଚନାଥାଉ କି, କୋର୍ଟଙ୍କ ରାୟ କପି ଆସିବା ପରେ ନୂଆ ମୋଡ଼ ନେଇଥିଲା ଡାକ୍ତର ସୁମିତ-ତପସ୍ୱିନୀଙ୍କ ପାରିବାରିକ ବିବାଦ ମାମଲା। ତପସ୍ୱିନୀଙ୍କୁ ତାଙ୍କ ଶାଶୁ ଘରେ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ ନଥିବା କହିଛନ୍ତି ସୁମିତଙ୍କ ଓକିଲ। କେବଳ ମାସିକ ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଶାଶୁ ଘରେ ରହିବାକୁ ନିର୍ଦ୍ଦେଶ ନଥିବା ସୁମିତଙ୍କ ଓକିଲ କହିଛନ୍ତି। ଏହାର ଅର୍ଥ ନବୁଝିକି ଓ ଭୁଲ ଅର୍ଥ ବାହାର କରି ସେମାନେ ଏଭଳି ପଦକ୍ଷେପ ନେବାକୁ ବସିଥିଲେ।

Tapaswini Dash Berhampur Marital Discord Case Dr Sumit Sahu Tapaswini-Sumit Dispute Sumit Tapaswini Sumit-Tapaswini Marital Discord
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ