Advertisment

‘ମୋତେ ଭୟ ଲାଗୁଛି, ତେଣୁ ରାତିରେ ଘରୁ ପଳାଇ ଆସିଲି’

ତପସ୍ୱିନୀଙ୍କ ଏଣ୍ଟ୍ରି, ଶ୍ୱଶୁରଙ୍କ ଏକ୍‌ଜିଟ୍‌। ଗତକାଲି ହାଇଡ୍ରାମା ଭିତରେ ଶ୍ୱଶୁର ଘରକୁ ପ୍ରବେଶ କରିଥିଲେ ତପସ୍ୱିନୀ। ହେଲେ ଏହାର କିଛି ଘଣ୍ଟା ପରେ ଘରୁ ବାହାରି ଯାଇଥିଲେ ଶ୍ୱଶୁର ପ୍ରମୋଦ ସାହୁ।

ଅଦ୍ୟତନ ହୋଇଛି
Tapaswini’s Father-In-Law Releases New Video

Tapaswini’s Father-In-Law Releases New Video

Advertisment

ତପସ୍ୱିନୀଙ୍କ ଏଣ୍ଟ୍ରି, ଶ୍ୱଶୁରଙ୍କ ଏକ୍‌ଜିଟ୍‌। ବ୍ରହ୍ମପୁରର ବହୁ ଚର୍ଚ୍ଚିତ ତପସ୍ୱିନୀ ଦାଶ- ଡାକ୍ତର ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ମୋଡ଼ ଆସିଛି। ଗତକାଲି ହାଇଡ୍ରାମା ଭିତରେ ଶ୍ୱଶୁର ଘରକୁ ପ୍ରବେଶ କରିଥିଲେ ତପସ୍ୱିନୀ । ହେଲେ ଏହାର କିଛି ଘଣ୍ଟା ପରେ ଘରୁ ବାହାରି ଯାଇଥିଲେ ଶ୍ୱଶୁର ପ୍ରମୋଦ ସାହୁ।

Advertisment

ଗତକାଲି ପ୍ରଶାସନିକ ଅଧିକାରୀ ତାଙ୍କ ଅନିଚ୍ଛା ସତ୍ତ୍ୱେ ତପସ୍ୱିନୀଙ୍କୁ ଘର ଭିତରେ ପ୍ରବେଶ କରାଇଥିଲେ ବୋଲି ଶ୍ୱଶୁର ପ୍ରମୋଦ କହିଛନ୍ତି। କୋର୍ଟଙ୍କ ରାୟରେ ଦ୍ୱନ୍ଦ୍ୱ ରହିଛି, ତଥାପି ବିନା ଅନୁମତିରେ ତପସ୍ୱିନୀ ଘରକୁ ଆସିଥିବାରୁ ସେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ବୋଲି ଶ୍ୱଶୁର କହିଛନ୍ତି।

ଶ୍ୱଶୁର ପ୍ରମୋଦ ସାହୁ କହିଛନ୍ତି, ‘ମୋ ବୋହୂ ତପସ୍ୱିନୀ ଦାଶଙ୍କୁ ପ୍ରଶାସନିକ ଅଧିକାରୀମାନେ ମୋ ଅନିଚ୍ଛା ସତ୍ତ୍ୱେ ମୋ ଘରେ ପୂରାଇଲେ। କୋର୍ଟଙ୍କ ରାୟରେ କିଛି କନ୍‌ଫ୍ୟୁଜନ୍‌ ଥିଲା ଓ ସେଥିରେ କିଛି ସ୍ପଷ୍ଟୀକରଣ ନେବାର ଥିଲା। ଏହାକୁ ବୁଝିବାକୁ ମୁଁ ଚେଷ୍ଟା କରିଥିଲି। ତଥାପି ସେମାନେ ଏହାକୁ ଗ୍ରହଣ କଲେ ନାହିଁ। ଚାପର ବଶବର୍ତ୍ତୀ ହୋଇ ମୋ ଅନିଚ୍ଛା ସତ୍ତ୍ୱେ ପ୍ରଶାସନିକ ଅଧିକାରୀମାନେ ମୋ ବୋହୂକୁ ବ୍ରହ୍ମାନଗର ସ୍ଥିତ ଘରେ ରଖିଲେ। ଯଦ୍ୱାରା ମୁଁ ନିଜକୁ ସୁରକ୍ଷିତ ମଣୁ ନାହିଁ। ଘର ତଦାରଖ କରି ମୋତେ ସୁରକ୍ଷିତ, ବ୍ୟବସ୍ଥିତ ମଧ୍ୟରେ ରଖିବା ପାଇଁ ଆଇଆଇସିଙ୍କୁ ଅନୁରୋଧ କରିଛି। କାରଣ ଅତୀତରେ ମୋ ବୋହୂ ମୋ ନାଁରେ ଓ ପରିବାର ନାଁରେ ମିଥ୍ୟା ଅଭିଯୋଗ ଆଣିଥିଲେ। ଯଦ୍ୱାରା ମୁଁ ଭୟଭୀତ ହୋଇଯାଇଥିଲି। ତେଣୁ ଘରେ ରହିବା ପାଇଁ ସୁରକ୍ଷା ମଣିଲି ନାହିଁ। ଆଉ ରାତିରେ ଘର ଛାଡ଼ିକି ପଳାଇ ଆସିଛି। ଯେକୌଣସି ସ୍ଥାନରେ ରହିବି ଓ ପରବର୍ତ୍ତୀ ସମୟରେ ଘରକୁ ଫେରିବି।’

Advertisment

ଗତକାଲି ବୋହୂ ତପସ୍ୱିନୀଙ୍କ ରହିବା ପାଇଁ ଶ୍ୱଶୁର ନିଜ ବ୍ରହ୍ମାନଗର ଘରର ଉପର ମହଲାକୁ ସଫା କରିଥିଲେ। ହେଲେ ସନ୍ଧ୍ୟା ବେଳେ ନାଟକୀୟ ମୋଡ଼ ଦେଖା ଦେଇଥିଲା। କୋର୍ଟଙ୍କ ରାୟରେ ଘରେ ରହିବାକୁ ନିର୍ଦ୍ଦେଶ ନଥିବା କହି ତପସ୍ୱିନୀଙ୍କୁ ପୂରାଇ ଦେଇନଥିଲେ। ପରେ ପୋଲିସ୍ ପହଞ୍ଚି ତପସ୍ୱିନୀଙ୍କୁ ଘରକୁ ନେବାକୁ କହିବା ପରେ ସେ ଘରକୁ ଯାଇଥିଲେ।

Berhampur Marital Discord Case Tapaswini-Sumit Dispute Sumit-Tapaswini Marital Discord
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ