Advertisment

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।

ଅଦ୍ୟତନ ହୋଇଛି
Vigilance Raid In Odisha

Tangarpali Additional Tehsildar In Vigilance Net

Advertisment

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। କୁଳମଣିଙ୍କ ପୈତୃକ ଗାଁ ଲେଫ୍ରିପଡା ଥାନା ଅନ୍ତର୍ଗତ ଡୁମାବହାଲ ସମେତ ସୁନ୍ଦରଗଡ ଏବଂ ଲେଫ୍ରିପଡା ର ୮ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି।

Advertisment

ସୁନ୍ଦରଗଡ଼ ସହରର ମିଶନ ରୋଡ୍‌ ସ୍ଥିତ ୨ ମହଲା ଘର, ଲେଫ୍ରିପଡ଼ାର ୩ ମହଲା ଘର ଏବଂ ଡୁମାବାହାଲରେ ୩ଟି ଘର ରେଡ୍ ହୋଇଛି। ସୂଚନାଥାଉ କି, କିରାଣୀ ଚାକିରି ଭାବରେ ଚାକିରି ଆରମ୍ଭ କରି ଅତିରିକ୍ତ ତହସିଲଦାର କୁଳମଣି ପଦୋନ୍ନତି ପାଇ ORS ପାଇଥିଲେ। ଏହା ପୂର୍ବରୁ ସେ ହେମଗିରି ତହସିଲରେ ମଧ୍ୟ ଅତିରିକ୍ତ ତହସିଲଦାର ଭାବରେ ଅବସ୍ଥାପିତ ଥିଲେ।

ଅନ୍ୟପକ୍ଷେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅର୍ନ୍ତଗତ ଭେଜିପୁଟର ଭାରପ୍ରାପ୍ତ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ୍‌ ହୋଇଛି।ଜଣେ ଅଭିଯୋଗକାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ସେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀ ଏହି ଲାଞ୍ଚ ଟଙ୍କାକୁ ଜବତ କରିବା ସହ ଭାରପ୍ରାପ୍ତ ଫାଣ୍ଡି ଅଧିକାରୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ସମ୍ପୃକ୍ତ ଫାଣ୍ଡି ଅଧିକାରୀଙ୍କ ୨ଟି ସ୍ଥାନରେ ଥିବା ଘରେ ଭିଜିଲାନ୍ସ ଟିମ୍‌ ଛାନ୍‌ଭିନ୍‌ କରିଛନ୍ତି। 

Advertisment
Vigilance Raid Tangarpali Additional Tehsildar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ