• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ୟାଙ୍କ କୃଷି ଅଧିକାରୀ ଭାବେ କାର୍ଯ୍ୟରତ ବଲାଙ୍ଗିରର ଯୁବକ ଦିବ୍ୟରଂଜନ ମିଶ୍ରଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ନଦୀକୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି, ତାକୁ ନେଇ ସନ୍ଦେହ ବଢୁଥିବାବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ବେନାମୀ ଲୋକଙ୍କ ପାଖକୁ ଯାଇଥିବା ଜଣାପଡ଼ିଛି । ତେଣୁ ଦିବ୍ୟରଞ୍ଜନ ସାଇବର କ୍ରାଇମର ଶିକାର ହୋଇଥିବା ପୋଲିସ୍ ସନ୍ଦେହ କରୁଥିବାବେଳେ ପାଣିରୁ ଉଦ୍ଧାର ତାଙ୍କ ମୋବାଇଲ୍ ଫୋନରୁ ସୁରାଗ ଖୋଜିବ ବୋଲି କହିଛି । ତେଣେ ଦିବ୍ୟରଞ୍ଜନଙ୍କ ପରିବାର ଲୋକେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ହତ୍ୟା ନା ଆତ୍ମହତ୍ୟା ? ବଲାଙ୍ଗିରର ବ୍ୟାଙ୍କ କୃଷି ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଯଦିଓ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡିଛି କିନ୍ତୁ ଏଠି ପ୍ରଶ୍ନ କଣ ପାଇଁ ଜୀବନ ହାରିଲେ ଦିବ୍ୟରଂଜନ? ବ୍ୟାଙ୍କରୁ କୌଣସି ଚାପ ଥିଲା କି ? ପରିବାରରେ କାହା ସହ ଝଗଡା ହୋଇଥିଲା କି ? କାରଣ ଖୋଜା ଭିତରେ ଓଟିଭି ହାତରେ ଲାଗିଛି କିଛି ଗୁଢ଼ ରହସ୍ୟ ।

ଦିବ୍ୟରଞ୍ଜନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ ଗତ ଦୁଇ ମାସ ଭିତରେ ବିଭିନ୍ନ ଆକାଉଣ୍ଟକୁ, ନିଜେ ଦିବ୍ୟରଞ୍ଜନ ପଠାଇଛନ୍ତି ପ୍ରାୟ ୨୫ ଲକ୍ଷ ଟଙ୍କା । ଏତେ ପରିମାଣର ଟଙ୍କା କାହିଁକି ପଠାଇଛନ୍ତି ଏହି ବ୍ୟାଙ୍କ ଅଧିକାରୀ ? ଆକାଉଣ୍ଟ ଡିଟେଲରୁ ରାଜସ୍ଥାନ ଏବଂ ପଶ୍ଚିମବଂଗର କିଛି ନାଁ ବି ସାମ୍ନାକୁ ଆସିଛି । ୟୁପିଆଇ ମାଧ୍ୟମରେ ଟଙ୍କା ଟ୍ରାନସଫର ହୋଇଥିବାରୁ, ଫେକ ନାଁ ବ୍ୟବହାର କରାଯାଇଥିବା ସନ୍ଦେହ କରାଯାଉଛି ।

ତେଣୁ ଦିବ୍ୟରଂଜନଙ୍କୁ ସାଇବର ଅପରାଧି ମାୟା ଜାଲରେ ଛନ୍ଦି ଦେଇଥିବା ସନ୍ଦେହକୁ ବି ଏଡ଼ାଇ ହେଉନି । ବ୍ଲାକମେଲିଂର ଶିକାର ହୋଇ ବାରମ୍ବାର ଟଙ୍କା ପଠାଇବା ପରେ, ଶେଷରେ ଆତ୍ମହତ୍ୟାର ରାସ୍ତା ବାଛିନେଇଥିବା ବି ସନ୍ଦେହ କରାଯାଉଛି । ତେବେ ମୃତ ଦିବ୍ୟରଂଜନଙ୍କ ବାପାଙ୍କ ଅଭିଯୋଗ, ଷଡଯନ୍ତ୍ର କରି ତାଙ୍କ ପୁଅକୁ ହତ୍ୟା କରାଯାଇଛି କିମ୍ବା ଆତହତ୍ୟା ପାଇଁ ବାଧ୍ୟ କରାଯାଇଛି । ଟଙ୍କା ନେଣଦେଣ ଘଟଣାରେ ବାହାର ରାଜ୍ୟର ଅପରାଧି ସଂପୃକ୍ତ ଥିବାରୁ ସେ ସିବିଆଇ ତଦନ୍ତ ପାଇଁ