Suresh Mohapatra
ସୁରେଶ ମହାପାତ୍ର ହେବେ OERC ଚେୟାରମ୍ୟାନ୍ । ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରୀ କମିଶନ-ଓଇଆରସି ଚେୟାରମ୍ୟାନ ଭାବେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଯୁକ୍ତି ଦିଆଯାଇଥିବା ଜଣାପଡ଼ିଛି । ଆସନ୍ତା ୨୮ ତାରିଖରେ ସେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବେ । ଏହା ପରେ ସୁରେଶ ମହାପାତ୍ର ଓଇଆରସି ଅଧ୍ୟକ୍ଷ ପଦର ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡ଼ିଛି ।
ସହିପରି ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା । ମାର୍ଚ୍ଚ ୧ ତାରିଖରୁ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିବେ ।
ସାଧାରଣ ପ୍ରଶାସନ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁ ଘୋଷଣା କରାଯାଇଛି । ୧୯୮୯ ବ୍ୟାଚ୍ର IAS ଅଫିସର ହେଉଛନ୍ତି ପ୍ରଦୀପ ଜେନା ।
ବର୍ତ୍ତମାନ ପ୍ରଦୀପ SRC ଦାୟିତ୍ୱରେ ରହିଛନ୍ତି । ଆସନ୍ତା ୨୮ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅବସର ରହିଛି । ତେଣୁ ପ୍ରଦୀପ ଦାୟିତ୍ୱ ଗ୍ରହଣ କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677417852.jpg)