Advertisment

ତପସ୍ୱିନୀ ରହିବା ପାଇଁ କେବଳ ଉପର ମହଲା ହିଁ ଯୋଗ୍ୟ: ଶ୍ୱଶୂର ପ୍ରମୋଦ ସାହୁ

କୋର୍ଟ କହିଛନ୍ତି ଯେ, ଶାନ୍ତିର ସହ ତାଙ୍କ ଶ୍ୱଶୂର ଘରେ ରହିବେ। ଶଶୂର ଘର ଲୋକଙ୍କ ସହ କୌଣସି ଝଗଡା କରିବେ ନାହିଁ। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ ନାହିଁ କି ଅନ୍ୟ ଲୋକଙ୍କ ଦ୍ୱାରା କରାଇବେ ନାହିଁ।

ଅଦ୍ୟତନ ହୋଇଛି
Tapaswini sumeet dispute

Tapaswini sumeet dispute

Advertisment

ବ୍ରହ୍ମପୁର: କୋର୍ଟଙ୍କ ରାୟ ପରେ ବି ତପସ୍ୱିନୀ ଗତକାଲି ସୁମିତଙ୍କ ଘରର ଗ୍ୟାରେଜରେ ରାତି କାଟିଛନ୍ତି। ସୁମିତଙ୍କ ପରିବାର ପକ୍ଷରୁ ଯେଉଁ ଘର ଦିଆଯାଉଥିଲା, ତାହା ଜଣେ ମହିଳା ପାଇଁ ରହିବାକୁ ଅଯୋଗ୍ୟ ଥିଲା ବୋଲି ତପସ୍ୱିନୀ ଅଭିଯୋଗ କରିଛନ୍ତି। ତା ବଦଳରେ ସେ ସୁମିତଙ୍କ ବେଡରୁମ୍‌ରେ ରହିବାକୁ ଜିଦ୍ ଧରିଥିଲେ। ହେଲେ ସୁମିତଙ୍କ ପରିବାର ଲୋକେ ବେଡରୁମ୍ ଦେବା ସମ୍ଭବ ନୁହଁ ବୋଲି ଦର୍ଶାଇଥିଲେ। ତେବେ ଏଭଳି ସ୍ଥିତିରେ କାହିଁକି ଉପର ମହଲାରେ ରହିବେ ତପସ୍ୱିନୀ, ରୁମ୍‌ ଦେଖାଇବା ସହ ପ୍ରତିକ୍ରିୟା ରଖିଛନ୍ତି ତପସ୍ୱିନୀଙ୍କ ଶ୍ୱଶୂର ପ୍ରମୋଦ ସାହୁ।

Advertisment

ସେ କହିଛନ୍ତି ଯେ- ତପସ୍ୱିନୀଙ୍କ ରହିବା ପାଇଁ ଆଜି ସକାଳୁ କିଛି ମୂଲିଆଙ୍କ ଘର ପରିଷ୍କାର କରୁଛୁ। ପ୍ରଥମେ ମୂଲିଆ ଆଣିବାକୁ ଯାଉଥିବା ବେଳେ ପ୍ରଥମେ ତପସ୍ୱିନୀ ଛାଡ଼ିନଥିଲେ। କିନ୍ତୁ ମୁଁ ଓ ସ୍ଥାନୀୟ ଲୋକ ବୁଝାସୁଝା କରିବା ପରେ ବହୁ କଷ୍ଟରେ ସେ ଛାଡିଥିଲେ। ତାପରେ ଘର ସଫା କାମ ଆରମ୍ଭ ହୋଇଥିଲା। ମୁଁ ନିଜେ ଏହାର ତଦାରଖ କରୁଛି। ତପସ୍ୱିନୀଙ୍କ ରହିବା ପାଇଁ ସମସ୍ତ ପ୍ରକାର ମୌଳିକ ସୁବିଧା ତଥା ଲାଇଟ୍, ଫ୍ୟାନ୍, ଇଲେକ୍ଟ୍ରି, ଟଏଲେଟ୍ ଓ ପାଣି ବ୍ୟବସ୍ଥା ଆଦି କରାଯାଇଛି।

Advertisment

ଏହି ଘରେ ଡ୍ରଇଁ ରୁମ୍‌ ଓ ଡାଇନିଂ ହଲ ରଖାଯାଇଛି। ଖଟ ଓ ଗଦି ପଡ଼ିଯାଇଛି। ସେ ଆରାମରେ ଏ ଘରେ ରହିପାରିବେ। ଜଣେ ଲୋକ ରହିବା ପାଇଁ ଘରେ ବହୁତ ଜାଗା ରହିଛି। ଆଗରୁ ମଧ୍ୟ ସେ ଘରେ ରହିଆସିଥିଲେ। ବର୍ତ୍ତମାନ ବି ସେ ମଧ୍ୟ ରହିବେ। ଆମେ ଏଇ ଘରେ ହିଁ ସମସ୍ତେ ଆମେ ରହୁଛୁ। ଯେହେତୁ ତଳ ଘରର ଜାଗା ଛୋଟ ଓ ଲୋକସଂଖ୍ୟା ଅଧିକ, ପୁରୁଣା ଘର ଓ ଏହାସହ ୨ଟି କୁକୁର ମଧ୍ୟ ଅଛନ୍ତି।

ଗତକାଲି ପ୍ରୋଟେକ୍ସନ ଅଫିସର, ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍, ଅତିରିକ୍ତ ଏସ୍‌ପି, ଏସଡିପିଓ, ପୋଲିସ ଅଧିକାରୀ ସମସ୍ତେ ତଳ ଘରକୁ ଯାଇ ଦେଖିଛନ୍ତି। ତେବେ ତଳ ଘର ସମ୍ପୂର୍ଣ୍ଣ ଅନୁପଯୋଗୀ ବୋଲି ସେମାନେ ହୃଦୟଙ୍ଗମ କରିଛନ୍ତି। ଉପର ଘର ତା ତୁଳନାରେ ଯଥେଷ୍ଟ ଭଲ ଅଛି। ଏହା ମଧ୍ୟ ତାଙ୍କ ଶଶୁର ଘର।  ସେ ଯେତେବେଳେ ଆସିଥିଲେ, ଏହି ଘରେ ରହିଥିଲେ। ଘର କାର୍ଯ୍ୟକ୍ଷମ କରିବା ପରେ ପୁଣି ରହିବେ। 

Advertisment

କୋର୍ଟ କହିଛନ୍ତି ଯେ, ଶାନ୍ତିର ସହ ତାଙ୍କ ଶ୍ୱଶୂର ଘରେ ରହିବେ। ଶଶୂର ଘର ଲୋକଙ୍କ ସହ କୌଣସି ଝଗଡା କରିବେ ନାହିଁ। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବେ ନାହିଁ କି ଅନ୍ୟ ଲୋକଙ୍କ ଦ୍ୱାରା କରାଇବେ ନାହିଁ। କୋର୍ଟଙ୍କ ପ୍ରତ୍ୟେକ ଆଦେଶକୁ ଆମେ ମାନୁଥିଲୁ, ମାନୁଛୁ ଓ ଆଗକୁ ମାନୁଥିବୁ।

ତଳ ଘରେ କଣ ପାଇଁ ରହିବା ପାଇଁ ଚାହୁଁଛନ୍ତି, ତପସ୍ୱିନୀ ହିଁ ଜାଣିଥିବେ। ସେ ଆଗରୁ ଆମ ବିରୋଧରେ ୩ଟି DV କେସ୍, ୪୯୮ ଦଫାରେ କେସ୍‌ ଦେଇଛନ୍ତି। ଆଜକୁ ୪୦ ଦିନ ହେଲା, ମିଡିଆରେ ମିଥ୍ୟା ଅଭିଯୋଗ କରୁଛନ୍ତି, ଯାହାଦ୍ୱାରା ଏହି ଘଟଣାର ପୁନରାବୃତ୍ତି ହେବ ଓ ତାହା ହେଲେ ଆମ ଜୀବନ ବିପନ୍ନ ହୋଇଯିବ।  

Tapaswini-Sumit Dispute Berhmapur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ