Advertisment

ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେଲେ ସୁମିତ ତପସ୍ୱିନୀ

ଉଭୟଙ୍କୁ ବୁଝାଇବେ ମିଡିଏସନ୍ ଅଧିକାରୀ

undefined

Sumit Tapaswini

Advertisment

ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଦଂପତି ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କୁ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଛନ୍ତି। ଆଜି ମଧ୍ୟସ୍ଥତା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ପୂର୍ବରୁ ସୁମିତ ନେଇଥିବା ଭଡ଼ାଘରର ଏକ ଭିଡିଓ ପ୍ରସ୍ତୁତ କରିବାକୁ ମଧ୍ୟ ଉଭୟଙ୍କୁ କୁହାଯାଇଥିଲା। ସେହି ଘରଟି ରହିବା ଯୋଗ୍ୟ କି ନୁହେଁ, ତାହା କୋର୍ଟକୁ ଜଣାଇବେ ଉଭୟ ପତିପତ୍ନୀ। ସେହପରି ସୁମିତ ସରକାରୀ କ୍ୱାଟର ପାଇଛନ୍ତି କି ନାହିଁ, ତାହା ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଉଭୟଙ୍କ ମଧ୍ୟରେ ଯେଉଁ ସମସ୍ୟା ରହିଛି, ମଧ୍ୟସ୍ଥତା କେନ୍ଦ୍ରରେ ତାହା ସମଧାନ କରିବାକୁ ଚେଷ୍ଟା କରାଯିବ। ପ୍ରଥମେ ତପସ୍ୱିନୀ ତାଙ୍କ ଓକିଲଙ୍କ ସହ ଆସି ପହଞ୍ଚିଥିଲେ। ସେହିପରି ସୁମିତ ତାଙ୍କ ଓକିଲଙ୍କ ସହ ଆସିଥିଲେ। ଅଧିକ ସମୟ ଧରି ମିଡିଏସନ୍ ଅଧିକାରୀ ଉଭୟଙ୍କ ମଧ୍ୟରେ ଆପୋଷ ଆଲୋଚନା କରିଥିଲେ।

ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ସୁମିତ ମାସିକ ୧୭ହଜାର ଟଙ୍କା ଦେବେ ବୋଲି ତଳ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ଏହାକୁ ଚାଲେଞ୍ଜ କରି ସୁମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ କୋର୍ଟ ୧୭ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Advertisment
Marital Discord Sumit Tapaswini
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ