Advertisment

ରାତି ଅଧିଆ ଦୁଷ୍ମନ୍ତଙ୍କ ଶବ ବ୍ୟବଚ୍ଛେଦ, ପୋଲିସ ଏସକର୍ଟରେ ଶେଷକୃତ୍ୟ ପାଇଁ ଗଲା

ବିଧାନସଭା ଆଗରେ ହାତକାଟି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ: ତରବରିଆ ଭାବେ ରାତି ଅଧରେ ଦୁଷ୍ମନ୍ତଙ୍କ ଶବ ବ୍ୟବଚ୍ଛେଦ କରାଗଲା। ପୋଲିସ ଏସ୍‌କର୍ଟରେ ଶବକୁ ଗାଁକୁ ପଠାଇ ଦିଆଗଲା। ହେଲେ ଏତେ ତରବର ପ୍ରଶାସନ କାହିଁକି ?

ଅଦ୍ୟତନ ହୋଇଛି
SCB କୋଭିଡ୍‌ ହସ୍ପିଟାଲ୍‌ର ଚାରି ମହଲାରୁ ଖସି ପଡ଼ିଲେ ରୋଗୀ

cuttack scb medical

Advertisment

କଟକ:  ଏସସିବିରେ ଭୁଲ ଚିକିତ୍ସା ଅଭିଯୋଗ ଆଣି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।  ଦୁଷ୍ମନ୍ତଙ୍କ ମୃତଦେହର ପୋଷ୍ଟମର୍ଟମ କରାଯାଇଛି  । ରାତି ଅଧରେ ଏସସିବି ମେଡିକାଲ ପୋଷ୍ଟମର୍ଟମ ଗୃହ ଖୋଲାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପଞ୍ଚନାମା କରାଯାଇଥିଲା। ମୃତଦେହକୁ ପୋଲିସ ତାଙ୍କ ପରିବାର ଲୋକଙ୍କ ସହ ଏସକର୍ଟ କରି ନେଇଥିଲେ। ତେବେ ମଧ୍ୟରାତ୍ରରେ କାହିଁକି ପୋଷ୍ଟମର୍ଟମ କରାଗଲା ତାହା ଜଣାପଡିନାହିଁ । 

Advertisment

ସବୁଠାରୁ ଆଶ୍ଚର୍ଯ୍ୟର କଥା, ରାତି ୧୨ଟାରେ ସ୍ୱତନ୍ତ୍ର ଭାବେ ଜଣେ ମାଜିଷ୍ଟ୍ରେଟ, ଡାକ୍ତରଙ୍କୁ ଡକାଗଲା। ୩/୪ ଘଣ୍ଟା ଧରି ପୋଷ୍ଟମର୍ଟମ କରାଗଲା। ତାଙ୍କ ଗାଁର କିଛି ମୁରବୀ ଓ ତାଙ୍କ ମା’, ପତ୍ନୀ ମଧ୍ୟ ଆସିଥିଲେ।  ବ୍ୟବଚ୍ଛେଦ ପରେ ବାଲିକୁଦା ଓ କୁଜଙ୍ଗ ଥାନା ପୋଲିସର ସଶସ୍ତ୍ର ବାହିନୀ ଏସକର୍ଟ କରି ତାଙ୍କ ଶବକୁ ପଠାଇ ଦିଆଯାଇଥିଲା। ତେବେ କାହିଁକି ରାତି ଅଧିଆ ପୋଷ୍ଟମର୍ଟମ କରାଗଲା ଏବଂ ପୋଲିସ ଏସକର୍ଟରେ କାହିଁକି ନିଆଗଲା ସେ ନେଇ ଅନେକ ପ୍ରଶ୍ନ ଉଠିଛି।

ସେପଟେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ନେଇ ଦୁଷ୍ମନ୍ତ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି SCB କର୍ତ୍ତୃପକ୍ଷ  । ଏସ୍‌ସିବି ମେଡିକାଲରେ ଜରୁରୀକାଳୀନ ଅଧତ୍କାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି, ଯୁବକଙ୍କ ପରିବାର ଆଣିଥିବା ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ କଥା ଠିକ୍ ନୁହେଁ  । ୨୦୨୦ରେ ସଡ଼କ ଦୁର୍ଘଟଣାରେ ତାଙ୍କର ବ୍ୟାଡ କ୍ରସ୍ ଇଞ୍ଜୁରୀ ହୋଇଥିଲା । ୨ଟି ବିଶେଷଜ୍ଞ ଟିମ୍ ୧୦/୧୨ ଘଣ୍ଟା ଧରି ଅପରେସନ୍ କରିଥିଲେ। ଅସ୍ତ୍ରୋପଚାର ଠିକ୍ ଥିଲା ଏବଂ ତାଙ୍କୁ ଫିଜିଓଥେରାପୀ ପାଇଁ କୁହାଯାଇଥିଲା।  ତେବେ ଯୁବକଙ୍କ ଇଚ୍ଛା ଥିଲା ଯେ ଆହତ ଗୋଡ଼ ବି ଆର ଗୋଡ଼ ଭଳି ଠିକ୍ ହୋଇଯାଉ।  ଫିଜିଓଥେରାପୀରେ ତାଙ୍କର ଗୋଡ଼ ସମ୍ପୂର୍ଣ୍ଣ ଠିକ୍ ହୋଇପାରିଥାନ୍ତା॥ ତେବେ ତାଙ୍କ ଇଚ୍ଛା ଅନୁସାରେ ତାଙ୍କୁ ଗତ ୬ ତାରିଖରେ ଭୁବନେଶ୍ୱର ଏମ୍‌ସ ରେଫର କରାଯାଇଥିଲା । ଦୁଷ୍ମନ୍ତ ଆଣିଥିବା ଅଭିଯୋଗର ତଦନ୍ତ ହେବ ବୋଲି ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି।

Advertisment

କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସା ଅବହେଳା ଅଭିଯୋଗ କରି ଗତକାଲି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।  ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ ପରେ SCBରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି  । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଗ୍ରହଣ ହେଉନଥିବା ଓ SCBରେ ଚିକିତ୍ସା ମିଳୁନଥିବା ଅଭିଯୋଗ କରି ଗତକାଲି ବିଧାନସଭା ଆଗରେ ସେ ହାତ କାଟିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

Advertisment

ଗତବର୍ଷ ମାର୍ଚ୍ଚ ମାସରେ ସଡ଼କ ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା।  କଟକ ବଡ଼ ମେଡ଼ିକାଲରେ ଦୁଇ ଦୁଇ ଥର ଅପରେସନ ପରେ କରୋନା ସଂକ୍ରମଣ ଆଳରେ କର୍ତ୍ତୃପକ୍ଷ ତାଙ୍କୁ ଘରକୁ ପଠାଇଦେଲେ। ତାପରେ ଘରେ ଥିବା ସମୟରେ ଅସୁସ୍ଥ ହେବାରୁ ପୁଣି ଥରେ ଏସ୍‌ସିବିକୁ ଯାଇଥିଲେ। କିନ୍ତୁ ତାଙ୍କର ଆଡମିଶନ୍ ହୋଇପାରିଲାନି। ସରକାରଙ୍କଠାରୁ ଏସ୍‌ସିବି ଯାଏଁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଗତ ଅଗଷ୍ଟ ୨୬ ତାରିଖରେ ଦୁଷ୍ମନ୍ତଙ୍କ ମା ରାଜ୍ୟ ସରକାରଙ୍କୁ ଚିଠି କରିଥିଲେ ବି ଏଯାଏଁ କୌଣସି ସହାୟତା ମିଳିନଥିବା ସେ ଅଭିଯୋଗ କରିଥିଲେ ।

Odisha Assembly Suicide Attempt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ