Advertisment

'ଯଦି ଗୋଟିଏ ଦ୍ୱାର ନ ଖୋଲେ, କାଲିଠୁ ପଶ୍ଚିମ ଦ୍ୱାର ସାମ୍ନାରେ ବସିବି'

ପୁରୀ ବାସିନ୍ଦାଙ୍କ ଭାବାବେଗକୁ ଗୁରୁତ୍ୱର ସହ ନେଇ ଭକ୍ତଙ୍କ ପାଇଁ ଅତି କମରେ ଗୋଟିଏ ଦ୍ୱାର ଖୋଲିବାକୁ ସୁଦର୍ଶନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି ।

author-image
Manoranjan Behera
ଅଦ୍ୟତନ ହୋଇଛି
sudarsan pattnaik

sudarsan pattnaik

ଶ୍ରୀମନ୍ଦିର ୪ ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ପ୍ରସଙ୍ଗ । ସିଂହଦ୍ୱାରକୁ ବାଦ ଦେଲେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କମରେ ଆଉ ଏକ ଦ୍ୱାର ଖୋଲିବାକୁ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ। ଚ୍ୱିଟ୍ କରି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ତଥା ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

Advertisment

ପୁରୀ ବାସିନ୍ଦାଙ୍କ ଭାବାବେଗକୁ ଗୁରୁତ୍ୱର ସହ ନେଇ ଭକ୍ତଙ୍କ ପାଇଁ ଅତି କମରେ ଗୋଟିଏ ଦ୍ୱାର ଖୋଲିବାକୁ ସେ ଟ୍ୱିଟ୍ କରିଛନ୍ତି । ଏହା ସହ ଅନ୍ୟ ଦ୍ୱାର ପ୍ରସଙ୍ଗରେ ଛତିଶା ନିଯୋଗ ବୈଠକରେ ଗଠିତ ହୋଇଥିବା ସବ୍ କମିଟି ନିଷ୍ପତ୍ତି ଅନୁଯାୟୀ ଦ୍ୱାର ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ଯଦି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅତି କମରେ ଗୋଟିଏ ଦ୍ୱାର ଖୋଲା ନଯାଏ ତେବେ ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସାମନାରେ ବସି ଆରାଧନା କରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ।

Advertisment

ନିକଟରେ ରତ୍ନଭଣ୍ତାର ଖୋଲିବା ନେଇ ମଧ୍ୟ ଗଜପତି ମହାରାଜାଙ୍କ ପାଖକୁ ଚିଠି ଲେଖିଥିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ନିବେଦନ କରୁ ବୋଲି ଚିଠିରେ ଲେଖିଥିଲେ ସୁଦର୍ଶନ। ସେ ଲେଖିଥିଲେ ଯେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପରିଚାଳନା କମିଟି କହୁ । ପରିଚାଳନା କମିଟିରେ ଏଜେଣ୍ଡା ଭାବେ ଏହା କାହିଁକି ଆଲୋଚନା ହେଉନି ବୋଲି ମଧ୍ୟ ସେ ଚିଠିରେ ଲେଖିଥିଲେ ।

Jagannath Temple Sudarsan Pattnaik
Advertisment
Advertisment