Subarnarekha Flood
ବଢୁଛି ସୁବର୍ଣ୍ଣରେଖା । ରାଜଘାଟରେ ପୁଣି ବଢ଼ିଲା ଜଳସ୍ତର । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଏବେ ରାଜଘାଟରେ ଜଳସ୍ତର ରହିଛି ୧୦.୭୦ ମିଟର । ସେଠାରେ ବିପଦ ସଙ୍କେତ ସ୍ତର ରହିଛି ୧୦.୩୬ ମିଟର । ଥରେ କି ଦୁଇ ଥର ନୁହେଁ । ସୁବର୍ଣ୍ଣରେଖା ନଦୀରେ ପାଞ୍ଚ ପାଞ୍ଚ ଥର ବନ୍ୟା ଆସିଲାଣି । ଫଳରେ ପ୍ରଭାବିତ ହୋଇଛି ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ଶତାଧିକ ଗାଁ ।
ଏଥର ଷଷ୍ଠଥର ବନ୍ୟାରେ ସବୁ ବ୍ଲକର ବହୁ ଇଲାକା ଜଳମଗ୍ନ ହେବା ସହ ହଜାର ହଜାର ହେକ୍ଟର ଫସଲ ଉଜୁଡ଼ି ଯାଇଛି । ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଅଧିକ ଗାଁ, ଜଳେଶ୍ବର ବ୍ଲକର ୬ଟି ପଞ୍ଚାୟତର ୩୦ଟି ଗାଁ ଏବଂ ଭୋଗରାଇ ବ୍ଲକର ୯ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇ ରହିଛି । ଅନେକ ରାସ୍ତାରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗ୍ରାଉଣ୍ଡ ଜିରୋକୁ ଯାଇ ବାଲେଶ୍ବର ଜିଲ୍ଲାପାଳ ଏବଂ ଆରଡିସି ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି।...
ସେପଟେ ପ୍ରବଳ ବର୍ଷା ଯୋଗୁ କୋରାପୁଟ ଜିଲ୍ଲା ଲମତାପୁଟରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁ ତୁକୁମ ଗାଁ ରାସ୍ତା ପୋଲ ଉପରେ ଦୁଇ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି । ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ତୁକୁମ, ପିପଲପୁଟ, ମଝାପୁଟ ଅଞ୍ଚଳକୁ ଯାତାୟାତ ଠପ୍ ହୋଇଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗକୁ ପୁଣି ଲଘୁଚାପ ଆସୁଛି । ଆଗାମୀ ୪ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ଆଗାମୀ ୪ ଦିନ ଯାଏ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ରହିବ ପ୍ରଭାବ । ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଆଜି ପ୍ରବଳରି ଅତି ପ୍ରବଳ ବର୍ଷା ନେଇ ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ପାଣିପାଗ ବିଭାଗ । ସେହିପରି ପ୍ରବଳ ବର୍ଷା ନେଇ କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ନୟାଗଡ଼, ଗଂଜାମ ଓ ନବରଙ୍ଗପୁରକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଏସବୁ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନ ବି ବହିପାରେ । ୨୯ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ସକ୍ରିୟ ଘୂର୍ଣ୍ଣିବଳୟ ଓ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ଆଜିଠାରୁ ୨୯ ତାରିଖ ଯାଏ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756192290.jpg)