Advertisment

ବ୍ୟବସ୍ଥାର ମୁଖା ଖୋଲିଲେ ନବମ ଶ୍ରେଣୀର ଛାତ୍ର, ଖାତାରେ ଉତ୍ତର ନ ଲେଖି, ଅବ୍ୟବସ୍ଥା ବିରୋଧରେ ଲେଖିଲେ

ଯାଜପୁର ବ୍ଲକ ଖଇରାବାଦ ପଂଚାୟତର ପ୍ରହ୍ଲାଦଚନ୍ଦ୍ର ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଉତ୍ତର ଖାତାକୁ ନେଇ ଚର୍ଚ୍ଚା। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ସ୍କୁଲରେ ସଂସ୍କୃତ ଶିକ୍ଷକ ପଦବୀ ଦୀର୍ଘ ଦିନ ହେବ ପୂରଣ ହେଉ ନ ଥିବାରୁ ପିଲାଏ, ପାଠ ପଢିନଥିବା ଅଭିଯୋଗ କରିଛନ୍ତି ।

Strange Answer In Exam Paper

Strange Answer In Exam Paper

Advertisment

ପରୀକ୍ଷା ଖାତାରେ ପ୍ରତିବାଦ । ବିଦ୍ୟାଳୟରେ ଶିକ୍ଷକ ଅଭାବର ପ୍ରତିବାଦ ଜଣାଇଲେ ନବମ ଶ୍ରେଣୀର ଛାତ୍ର । ଖାତାରେ ଉତ୍ତର ନ ଲେଖି, ଅବ୍ୟବସ୍ଥା ବିରୋଧରେ ଖୋଲାଖୋଲି ଲେଖି ଜଣାଇଛନ୍ତି ଛାତ୍ର । ଯାଜପୁର ବ୍ଲକ ଖଇରାବାଦ ପଂଚାୟତର ପ୍ରହ୍ଲାଦଚନ୍ଦ୍ର ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଉତ୍ତର ଖାତାକୁ ନେଇ ଚର୍ଚ୍ଚା। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ସ୍କୁଲରେ ସଂସ୍କୃତ ଶିକ୍ଷକ ପଦବୀ ଦୀର୍ଘ ଦିନ ହେବ ପୂରଣ ହେଉ ନ ଥିବାରୁ ପିଲାଏ, ପାଠ ପଢିନଥିବା ଅଭିଯୋଗ କରିଛନ୍ତି । ତେଣୁ ସଂସ୍କୃତ ବିଷୟ ଉତ୍ତର ଖାତାରେ, ଆମର ପାଠ ପଢା ହୋଇନି, ଅଧିକ କିଛି ଆଶା କରନ୍ତୁ ନାହିଁ ବୋଲି ଲେଖିଛନ୍ତି। ସେପଟେ ଏ ଘଟଣା ଜଣାପଡ଼ିବା ପରେ କିଛି ଅଭିଭାବକ ସ୍କୁଲକୁ ଆସି ସ୍କୁଲ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା ବେଳେ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଥିଲା।

Odisha Jajpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ