Advertisment

ସ୍ମାର୍ଟ ଟିଭିରେ ପାଠ ପଢ଼ା ନୁହେଁ, ଚାଲିଲା ପୁଷ୍ପା ଫିଲ୍ମ

ପିଲାଙ୍କ ହାତରେ ଟିଭି ଚଳାଇବାର ଅଧିକାର ଗଲା କେମିତି?

ଅଦ୍ୟତନ ହୋଇଛି
 puspa movie in smart class

puspa movie in smart class

Advertisment

ସ୍ମାର୍ଟ ସ୍କୁଲର ସ୍ମାର୍ଟ କ୍ଲାସ। ଅତ୍ୟାଧୁନିକ କ୍ଲାସ ରୁମ୍ କିନ୍ତୁ ପାଠପଢ଼ା ନାହିଁ। ସେଠାରେ ଚାଲିଛି ପୁଷ୍ପା ଫିଲ୍ମର କ୍ରେଜ୍। ସ୍ମାର୍ଟ କ୍ଲାସ ରୁମ୍‌ର ଟିଭିରେ ପାଠ ପଢ଼ା ବଦଳରେ ଚାଲିଛି ପୁଷ୍ପା ଫିଲ୍ମ। ଭଲରେ ଆଧୁନିକ ପଦ୍ଧତିରେ ପାଠ ପଢ଼ା ପାଇଁ ରାଜ୍ୟ ସରକାର ସ୍କୁଲରେ ଟିଭିର ବ୍ୟବସ୍ଥା କରିଛନ୍ତି କିନ୍ତୁ ସେହି ଟିଭିରେ ପାଠ ପଢ଼ା ବଦଳରେ ଚାଲିଛି ପୁଷ୍ପା ଫିଲ୍ମ। ଏହି ଦୃଶ୍ୟ ଗଂଜାମ ଜିଲ୍ଲା ସେରଗଡ଼ ଅଞ୍ଚଳର ବୋଲି କୁହାଯାଉଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍କୁଲର ତାହା ସ୍ପଷ୍ଟ ହୋଇନାହିଁ।

Advertisment

କ୍ଲାସରେ ଶିକ୍ଷକ ନାହାନ୍ତି  ଅଳ୍ପ ଛାତ୍ର ଅଛନ୍ତି ଏବଂ ଟିଭିରେ ସେମାନେ ପୁଷ୍ପା ଫିଲ୍ମର ଗୀତ ଲଗାାଇ ମଉଜ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେହି ଜଣେ ଏହାର ଭିଡିଓ କରି ଭାଇରାଲ କରିଥିବା ସନ୍ଦେହ କରାଯାଉଛି। 

ତେବେ ପ୍ରଶ୍ନ ଉଠୁଛି, ପିଲାଙ୍କ ହାତରେ ଟିଭି ଚଳାଇବାର ଅଧିକାର ଗଲା କେମିତି? ସେହି ସମୟରେ ଶିକ୍ଷକ କୁଆଡ଼େ ଥିଲେ? ସ୍ମାର୍ଟ ସ୍କୁଲର ସ୍ମାର୍ଟ କ୍ଲାସରୁମ୍‌ରେ ଏମିତି  କେମିତି ଚାଲିଛି ବୋଲି ପ୍ରଶ୍ନ ଉଠିଛି।

Advertisment
Smart School Puspa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ