Advertisment

ମଧ୍ୟାହ୍ନ ଭୋଜନରେ କେବଳ ଭାତ ! ତରକାରୀ ପାଇଁ ବିଡିଓଙ୍କ ଅଫିସ ଆଗରେ ଧାରଣା

ମଧ୍ୟାହ୍ନ ଭୋଜନରେ ତରକାରୀ ଦେଲେନି। ତେଣୁ ଥାଳିରେ ଭାତ ଧରି ପ୍ରାୟ ଦେଢ଼ କିମି ଚାଲିଲେ ପିଲା। ସେମାନେ ଚାଲି ଚାଲି ବ୍ଲକ୍‌ ଅଫିସ୍‌ରେ ପହଞ୍ଚି ଧାରଣାରେ ବସିଲେ।

ଅଦ୍ୟତନ ହୋଇଛି
Mayurbhanj Midday Meal Scam

Midday Meal

Advertisment

ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନରେ କେବଳ ଭାତ । ତରକାରୀ ଆଦୌ ନାହିଁ । ଖାଲି ଭାତ କଣ ଖାଇହେବ । ତେଣୁ ପ୍ରତିବାଦରେ ବିଡିଓଙ୍କ ଅଫିସ ଆଗରେ କେବଳ ଭାତ ଥିବା ଥାଳି ଧରି ପିଲାଙ୍କ ଧାରଣା । ଏଭଳି ଘଟଣା ହେଉଛି- ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକର ବିନୋଦ ବିହାରୀ ପ୍ରାଥମିକ ବିଦ୍ୟାଳୟର ।

Advertisment

ମଧ୍ୟାହ୍ନ ଭୋଜନ ବେଳେ ତରକାରୀ ସରିଯିବାରୁ ଥାଳି ଧରି ବିଡିଓଙ୍କ ଅଫିସକୁ ଚାଲି ଚାଲି ଯାଇଛନ୍ତି ପିଲାମାନେ । ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାନେ ପ୍ରାୟ ଦେଢ଼ କିଲୋମିଟର ଚାଲି ଚାଲି ଯାଇ ବ୍ଲକ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ଅଭିଭାବକ, ବ୍ଲକ କର୍ମଚାରୀ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ବି ସେମାନେ ବୁଝିନଥିଲେ । କିନ୍ତୁ ବିଡିଓ ଅଫିସରେ ନ ଥିବାରୁ ଅଧିକ ଅସନ୍ତୋଷ ପ୍ରକାଶ ପାଇଛି ।

ଅଧିକ ପଢ଼ନ୍ତୁ: ଭୋକରେ ଆଉଟୁ ପାଉଟୁ ସ୍କୁଲ୍‌ ପିଲା; ମଧ୍ୟାହ୍ନ ଭୋଜନ ବଦଳରେ ୫ ଟଙ୍କିଆ ବିସ୍କୁଟ ଦେଇ ଶିକ୍ଷକ ଛୁ...

Advertisment

ବାସ୍ତବରେ ରାସଗୋବିନ୍ଦପୁର ବ୍ଲକର ବିନୋଦ ବିହାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଆଜି ୧୨୦ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଆସିଥିଲା। ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଖାଦ୍ୟ ପ୍ରସ୍ତୁତ କରି ସ୍କୁଲକୁ ଆଣିଥିଲା। ନିର୍ଦ୍ଧାରିତ ସମୟରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇଥିଲେ। ସବା ଶେଷରେ ବସିଥିବା ୧୫ ଜଣ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କୁ କିନ୍ତୁ ଖାଇବା ମିଳିନଥିଲା। ସେମାନଙ୍କୁ ଖାଇବା ପାଇଁ କେବଳ ଭାତ  ଦିଆଯାଇଥିଲା । ପିଲାମାନେ ତରକାରୀ ମାଗିବାରୁ ନାହିଁ ବୋଲି ଖାଦ୍ୟ ବଣ୍ଟନ ଦାୟିତ୍ୱରେ ଥିବା ପାଚିକା ଓ ସହାୟିକା କହିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ କିଛି ସମୟ ଧରି ଉଭୟଙ୍କ ଭିତରେ ଯୁକ୍ତିତର୍କ ଲାଗିଥିଲା।

ଯୁକ୍ତିତର୍କ ଚାଲିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିଲେ। ନିୟମିତ ଏମିତି ହେଉଥିବାରୁ ପିଲାମାନେ ରାଗିଯାଇ ଥାଳିରେ ଭାତ ଧରି ବିଡିଓ ଅଫିସ୍‌ ଅଭିମୁଖେ ଚାଲିଥିଲେ। ପ୍ରାୟ ଦେଢ଼ କିମି ଚାଲିବା ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାମାନେ ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ ଭାତ ଥଳି ରଖି ଧାରଣାରେ ବସିଛନ୍ତି। ସେପଟେ ଆଜି ଅଭିଯୋଗ ଶୁଣାଣୀ ଥିବାରୁ ବିଡ଼ିଓ ଅଫିସ୍‌ରେ ନଥିଲେ। ତେଣୁ ବିଇଓ ଧାରଣା ସ୍ଥଳରେ ପହଞ୍ଚି ପିଲାଙ୍କୁ ବୁଝାଇଥିଲେ। ହେଲେ ପିଲାମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ବିଡିଓଙ୍କୁ ଦେଖାନକଲେ, ଧାରଣାରୁ ଉଠିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ।

Advertisment

ଅଭିଯୋଗରୁ ପ୍ରକାଶ, ମଧ୍ୟାହ୍ନ ଭୋଜନ ଦାୟିଥିବା ସ୍ୱୟଂ ସହାୟଗ କୋଷ୍ଠୀ ନିୟମିତ କମ୍‌ ଖାଦ୍ୟ ପ୍ରସ୍ତୁତ କରି ଆଣୁଛି। ଯେଉଁଥିପାଇଁ ବହୁ ପିଲା ଖାଇବାକୁ ନପାଇ ଭୋକିଲା ରହୁଛନ୍ତି। ପିଲାଙ୍କ ପାଇଁ ୩ କେଜି ଡାଲିର ଆବଶ୍ୟକତା ଥିବା ବେଳେ ୧ କେଜିରେ ଚଳାଇ ଦେଉଛି। ଯେଉଁଥିପାଇଁ ତରକାରୀ ଅଭାବ ହେଉଛି। ଅଧିକାଂଶ ସମୟରେ ପିଲାମାନେ ଭୋକିଲା ରହୁଛନ୍ତି। ଏନେଇ ସ୍କୁଲ କର୍ତ୍ତୃପକ୍ଷ ଓ ସ୍କୁଲ ପରିଚାଳନା କମିଟି ବହୁବାର ବିଇଓଙ୍କ ପାଖରେ ଅଭିଯୋଗ କରିଛନ୍ତି। ଏହା ସତ୍ତ୍ୱେ ସ୍ୱୟଂ ସହାୟଗ କୋଷ୍ଠୀ ପିଲାଙ୍କୁ ନିମ୍ନମାର ଖାଦ୍ୟ ଦେଉଥିବା ଅଭିଯୋଗ ହୋଇଛି।

Students Protest Midday Meal Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ