ନାଁକୁ 5T ସ୍କୁଲ; କଲ୍ୟାଣମଣ୍ଡପରେ ପଢ଼ୁଛନ୍ତି ପିଲା

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଆଛୁଲି ପଞ୍ଚାୟତରୁ ଆସିଛି ଅବ୍ୟବସ୍ଥାର ଭିନ୍ନ କାହାଣୀ । 5T ନାଁକୁ ନେଇ ନାନା ଅସୁଧା ଭୋଗୁଛନ୍ତି ଚଢ଼ିଆପଲ୍ଲୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ।

ପିଲାଙ୍କ ପଠପଢ଼ା ଅବସ୍ଥା କହିଲେ ନସରେ

ଓଡ଼ିଶାର ବିକାଶରେ ଯୋଡ଼ାଯାଉଛି ନୂଆଫର୍ଦ୍ଦ । ରୂପାନ୍ତରଣ ନାଁରେ ରାଜ୍ୟ ସରକାର ପିଟୁଛନ୍ତି ଡିଣ୍ଡିମ । ମୋ ସରକାର, ମୋ ପୋଲିସ, ଆଉ ମୋ ସ୍କୁଲକୁ କାଳେ ଦିଆଯାଉଛି ପ୍ରାଧାନ୍ୟ । ହେଲେ ଆମେ କହିବାକୁ ଯାଉଥିବା ସ୍କୁଲ ସେ ସବୁ ମଧ୍ୟରୁ ଗୋଟିଏ ନମୁନା । କାରଣ 5T ଅଧିନରେ ସ୍କୁଲ ହେଲା, ଆଉ ତା’ ପରେ ପିଲାଙ୍କ ପଠପଢ଼ା ଅବସ୍ଥା କହିଲେ ନସରେ ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଆଛୁଲି ପଞ୍ଚାୟତରୁ ଆସିଛି ଅବ୍ୟବସ୍ଥାର ଭିନ୍ନ କାହାଣୀ । 5T ନାଁକୁ ନେଇ ନାନା ଅସୁଧା ଭୋଗୁଛନ୍ତି ଚଢ଼ିଆପଲ୍ଲୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ । ସ୍କୁଲରେ ମୋଟ୍‌ ୨୪୨ ପିଲା ପାଠପଢ଼ନ୍ତି । ଆଉ ସେମାନଙ୍କ ପାଇଁ 5T ଅଧିନରେ ରାଜ୍ୟ ସରକାର ସ୍କୁଲର ରୂପାନ୍ତରଣ କରିଛନ୍ତି । ହେଲେ ବିଦ୍ୟାଳୟରେ ନାହିଁ ଆବଶ୍ୟକୀୟ ଶ୍ରେଣୀଗୃହ କି ନାହିଁ ସେପରି କିଛି ବ୍ୟବସ୍ଥା । ତେଣୁ ପିଲାମାନେ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ନିଜର ଭବିଷ୍ୟତ ଗଢ଼ା ସାହାରା ବୋଲି ଧରିନେଇଛନ୍ତି । ଆଉ କିଛି ପିଲା କଲ୍ୟାଣମଣ୍ଡପରେ ବସି ମଧ୍ୟ ପାଠପଢ଼ୁଛନ୍ତି ।

ଗୋଟିଏ ଘରେ ପ୍ରଥମରୁ ୮ମ ଯାଏ ପଢ଼ୁଛନ୍ତି । କହିବାକୁ ଗଲେ ଗୋଟିଏ ଘରେ ପଢ଼ୁଛନ୍ତି ୧୪୭ ପିଲା । ଅନ୍ୟ ଏକ ଗୃହରେ ନବମ ଓ ଦଶମ ଶ୍ରେଣୀର ୯୫ ପିଲା ପାଠ ପଢ଼ୁଛନ୍ତି । ଯାହାଦ୍ୱାରା ପିଲାଙ୍କ ପାଠପଢ଼ା ସଠିକ୍‌ ଭାବେ ହୋଇପାରୁନାହିଁ । ଆବଶ୍ୟକୀୟ ଶିକ୍ଷକ ମଧ୍ୟ ନାହାନ୍ତି ଏଠାରେ । ଏହି ସମସ୍ୟା ଦୀର୍ଘ ଗୋଟିଏ ବର୍ଷ ଧରି ଲାଗିରହିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉଭୟ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ରୂପାନ୍ତରଣ କାହାପାଇଁ ? କଣ୍ଟ୍ରାକ୍ଟର ପ୍ରୀତି ଲାଗି ଏଠି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି କି ପ୍ରଶାସନ ? କେବେ ଦୂର ହେବ ଏହି ସ୍କୁଲର ଅବ୍ୟବସ୍ଥା ?