Advertisment

ଟ୍ୱିଷ୍ଟ ! ପରୀକ୍ଷା କରିବାକୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଗତ ୨୭ ତାରିଖରେ ପରୀକ୍ଷା ବାତିଲ ଦାବିରେ କିଛି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ରାଜଧାନୀରେ ଆନ୍ଦୋଳନ କରିଥିଲେ।

ଅଦ୍ୟତନ ହୋଇଛି
Student Demand

Student Demand

Advertisment

ଭୁବନେଶ୍ୱର: ରାଜଧାନୀରେ ପୁଣି ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ।  ପରୀକ୍ଷା ବାତିଲ ନୁହେଁ ଆଜି ପରୀକ୍ଷା ଦାବିରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛନ୍ତି ରାଜ୍ୟର ବିଭିନ୍ନ କଲେଜର ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ। ସେମାନଙ୍କ କହିବା କଥା, ପରୀକ୍ଷା ନ ହେଲେ ଆମ ଭବିଷ୍ୟତ ଉପରେ ପ୍ରଭାବ ପଡିବା ଆଶଙ୍କା ରହିଛି।

Advertisment

ଏଥିପାଇଁ ସରକାର କୋଭିଡ ଗାଇଡ଼ଲାଇନ ଅନୁସାରେ ଅଫଲାଇନ ହେଉ ବା ଅନଲାଇନରେ ପରୀକ୍ଷା କରାନ୍ତୁ। ବୋର୍ଡ଼ ପରୀକ୍ଷା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ। ଏହାପୂର୍ବରୁ ଗତ ୨୭ ତାରିଖରେ ପରୀକ୍ଷା ବାତିଲ ଦାବିରେ କିଛି ଯୁକ୍ତ ଦୁଇ ଛାତ୍ରଛାତ୍ରୀ ରାଜଧାନୀରେ ଆନ୍ଦୋଳନ କରିଥିଲେ।  

ଏନେଇ ଛାତ୍ରୀ ତିତିକ୍ଷା ରାୟ କହିଛନ୍ତି ଯେ ଅନଲାଇନ୍‌ ହେଉ ଅବା ଅଫଲାଇନ୍‌, ଯୁକ୍ତ ଦୁଇ ଏକଜାମ୍‌ ହେବା ଦରକାର। ଆମର କୋର୍ସ ସରିଗଲାଣି, ଦିନରାତି ପାଠ ପଢୁଛୁ। ପରୀକ୍ଷା ନହେଲେ ଆମ ଭବିଷ୍ୟତ ନଷ୍ଟ ହୋଇଯିବ। ଭଲ ଭଲ ପ୍ରତିଷ୍ଠାନରେ ପଢିପାରିବୁନି। ଆମ ଇଚ୍ଛାରେ ଚାକିରି ମିଳିବନି। ଯେଉଁ ପିଲା ପାଠ ପଢିନାହାନ୍ତି, ସେମାନେ ହିଁ ପରୀକ୍ଷା ବାତିଲ ହେବ ବୋଲି ଚାହୁଁଛନ୍ତି। ଆମେ ପାଠ ପଢିଛୁ ମାନେ ପରୀକ୍ଷା ଦେବୁ। 

Advertisment
CHSE Student Protest Exam Demand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ