Advertisment

ସ୍କୁଲ୍ ଟଏଲେଟ୍‌ରେ ଗୁପ୍ତ କୋଠରୀ

ସ୍କୁଲ୍ ଟଏଲେଟ୍‌ ଭିତରେ ଏକ ଗୁପ୍ତ କୋଠରୀ ଥିବା ଜଳେ ଛାତ୍ର ଦେଖିବାକୁ ପାଇଥିଲେ। ଏହା ସୁଡଙ୍ଗ ଭଳି ଦେଖାଯିବାରୁ ଏହାକୁ ଦେଖି ସେ ଡରିଯାଇଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Student found secret room in school toilet

Student found secret room in school toilet

ବିଦ୍ୟାଳୟ ଏପରି ଏକ ପବିତ୍ର ସ୍ଥାନ, ଯେଉଁଠି ପିଲାମାନଙ୍କ ଭବିଷ୍ୟତ ଗଢାଯାଏ। ସେଥିପାଇଁ ତ କୁହାଯାଏ ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା। ଏହା ଏମିତି ଏକା ଜାଗା ଯେଉଁଠି ଗୁରୁ ଓ ଛାତ୍ରଙ୍କ ମଧ୍ୟରେ ହୋଇଥାଏ ଖୋଲାଖୋଲି ଆଲୋଚନା। ଏଠି କିଛି ବି ରହି ନ ଥାଏ ଗୁପ୍ତ। କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ବିଦ୍ୟାଳୟରେ ବି ଥାଇପାରେ ଗୁପ୍ତ କୋଠରୀ ତେବେ ଆପଣ ବୋଧହୁଏ ବିଶ୍ୱାସ କରିବେ ନାହିଁ। କିନ୍ତୁ ଏହା ସତ।

Advertisment

ପ୍ରତ୍ୟେକ ପିଲା ବିଦ୍ୟାଳୟରେ ପଢିବା ସହିତ ସାଙ୍ଗମାନଙ୍କ ସହିତ ମଜାମସ୍ତି ମଧ୍ୟ କରନ୍ତି। ସ୍କୁଲ ଶିକ୍ଷା ପରେ ପ୍ରାୟ ସମସ୍ତେ ସ୍କୁଲ୍‌ର ମଜାଳିଆ ସ୍ମୃତିକୁ ମନେପକେଇ ଅନ୍ୟମାନଙ୍କ ସହ ଶେୟାର କରନ୍ତି। କିନ୍ତୁ ବିଦ୍ୟାଳୟର ମଜା ବେଳେବେଳେ ଏପରି ଏକ ରୂପ ନେଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ। ସମ୍ପ୍ରତି ଜଣେ ପିଲାଙ୍କ ସହିତ ସେଭଳି କିଛି ଘଟିଛି।

ବିଦ୍ୟାଳୟର ଏକ ଶୌଚାଳୟରେ ଏକ ଛୋଟ କୋଠରୀ ବିଶିଷ୍ଟ 'ଗୁପ୍ତ କୋଠରୀ' ଛପି ରହିଥିଲା। ଏହାକୁ ଜଣେ ଛାତ୍ର ଟିକ୍‌ଟକ୍‌ରେ ଖୁଲାସା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ହୋଣ୍ଡୁରାସର ଏଡୁଆର୍ଡୋ ମେଲେଣ୍ଡେଜ୍ ଯେଉଁ ଆଶ୍ଚର୍ଯ୍ୟଜନକ କ୍ଲିପ୍ ଶେୟାର କରିଛନ୍ତି, ସେଥିରେ ବିଦ୍ୟାଳୟର ବାଥ୍‌ରୁମ୍‌ ଭିତରକୁ ଯିବାବେଳେ ଶୌଚାଳୟ ପାଖରେ ଏକ ଛୋଟ ପ୍ରବେଶ ପଥ ଥିବା ଦେଖାଯାଏ।

Advertisment

ଏଡୁଆର୍ଡୋ ମେଲେଣ୍ଡେଜ୍ ଟିକ୍‌ଟକ୍‌ରେ ଯେଉଁ ଭିଡିଓ ଶେୟାର କରିଛନ୍ତି ତାହାକୁ ମାତ୍ର ୪ ଦିନରେ ୨ କୋଟି ୫୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି। ଭିଡିଓରେ, ଛାତ୍ର ଜଣକ ଯେତେବେଳେ ବାଥ୍‌ରୁମ୍‌ରେ ପ୍ରବେଶ କରନ୍ତି କମୋଡ୍‌ ପାଖରେ ଏକ ଛୋଟ କୋଠରୀ ଦେଖନ୍ତି ଦେଖାଯାଏ। ଏହା ପରେ ସେ ଦେଖନ୍ତି ଯେ କାନ୍ଥରେ ଥିବା କଂକ୍ରିଟ୍ ହଟାଯାଇଛି ଏବଂ ଏକ ଛୋଟ ଦ୍ୱାର ଖୋଲାଯାଇଛି।

ପିଲାଟି କବାଟ ଖୋଲିବା ମାତ୍ରେ ତା ’ଭିତରେ କାଗଜରେ କିଛି ଲେଖାଯାଇଥିଲା, ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାଗଜ ଉପରେ 'ଏଣ୍ଟର୍' ବୋଲି ଲେଖାଯାଇଥିଲା। ସେ ଯେତେବେଳେ ସେହି ଛୋଟ ଦ୍ୱାର ଭିତରକୁ ଝୁଙ୍କି ଦେଖିଲେ ତାଙ୍କ ହୋସ୍ ଉଡିଗଲା। କାରଣ ତା’ ଭିତର କେବଳ ଖାଲି ସୁଡଙ୍ଗ ଭଳି ଦେଖାଯାଉଥିଲା। ଏହା ଭିତର ପୂରା ଅନ୍ଧର ଥିଲା। ପିଲାଟି ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା

School Toiletସ୍କୁଲ୍ ଶୋଚାଳୟ

ଏହାକୁ ସେ ସୋସିଆଲ ମିଡିଆରେ ଶେୟାର କରିବା ପରେ ଲୋକମାନେ ନିଜ ନିଜ ପ୍ରତିକ୍ରିୟା ଦେଉଛନ୍ତି। ଅନେକ କହିଛନ୍ତି ଯେ ଏହା ସମ୍ଭବତଃ ବିଦ୍ୟାଳୟ ହେବା ପୂର୍ବରୁ ଏକ ଜେଲ୍ ଥିଲା ଏବଂ ଜେଲରୁ ଖସିଯିବା ପାଇଁ କେହି ସେହି ସୁଡଙ୍ଗ ତିଆରି କରିଛି। ଜଣେ ବ୍ୟକ୍ତି ମଜ୍ଜାଳିଆ ଢଙ୍ଗରେ ଲେଖିଛନ୍ତି ଯେ ବିଦ୍ୟାଳୟ ନିଜେ ଏକ ଜେଲ, ବୋଧହୁଏ ପିଲାମାନେ ଖସିଯିବା ପାଇଁ ବୋଧହୁଏ ସୁଡଙ୍ଗ ତିଆରି ହୋଇଛି। ଭିଡିଓର ଶେଷ ଭାଗରେ ସୁଡଙ୍ଗ ଭିତରେ ଥିବା ଦୃଶ୍ୟ ବହୁତ ଭୟଙ୍କର।

ଏହା ଭିତରେ ସେମିତି କିଛି ତ ଦେଖାଯାଉ ନ ଥିଲା, କିନ୍ତୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହାକୁ ଭିନ୍ନ ମାଧ୍ୟମରେ ଦେଖିଛନ୍ତି। କାହାରିକୁ ଲେଖାଯାଇଥିବା ଏଣ୍ଟରରେ ହାତ ଚିହ୍ନ ଦେଖାଯାଇଛି ତ ଅନ୍ୟକାହାକୁ ଆଉ କିଛି ସଂକେତ।

ତେବେ ଏହି ସୁଡଙ୍ଗ ଭିତରେ କିଛି ନ ଥିବା ସେ ଛାତ୍ର ଜଣକ କହିଥିବା ବେଳେ ଏହାକୁ ଲୋକେ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଏଠି ଏଣ୍ଟରର ପୋଷ୍ଟର ଥିବାରୁ ଏହା ଭିତରେ ନିଶ୍ଚିତ କିଛି ଅଛି ବୋଲି ଲୋକେ ସନ୍ଦେହ କରୁଛନ୍ତି।

Viral Video
Advertisment
Advertisment