• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଏମିତି ଡ୍ୟାନ୍ସ ଦେଖିଲେ ପାଦ ହଲିବ, ଅଣ୍ଟା ଦୋହଲିବ । ନାଚିବାକୁ ନିଶ୍ଚୟ ଇଚ୍ଛାହେବ । ଷ୍ଟେପ୍‌ ଗୁଡ଼ିକୁ ମନେ ରଖିବାକୁ ନିଶ୍ଚୟ ଇଚ୍ଛା ହେବ । ଗୀତ ଯେମିତି ବାଜୁଛି, ନାଚ ବି ସେମିତି ହେଉଛି । ଶ୍ରୀକ୍ଷେତ୍ର ପାଇଁ ଏବେ ଗର୍ବ ପାଲଟିଛନ୍ତି ପୁରୀର ସୁନାପୁଅ ସଂଗ୍ରାମ । ବଲିଉଡରେ ପାଦ ଥାପିଛନ୍ତି ଓଡ଼ିଆ ଡ୍ୟାନ୍ସର ତଥା କୋରିଓଗ୍ରାଫର ସଂଗ୍ରାମ କେଶରୀ ବାରିକ । ପିଲାଦିନରୁ ନୃତ୍ୟରେ କ୍ୟାରିଅର କରିବାକୁ ଚାହୁଁଥିବା ସଂଗ୍ରାମ ସାଉଁଟିଛନ୍ତି ସଫଳତା । ଏମିତିକି ବଲିଉଡର ଟପ କୋରିଓଗ୍ରାଫର ପ୍ରିନ୍ସଙ୍କ ସହ କାମ କରିବାର ସୁଯୋଗ ପାଇବା ସହ ନିଜର ନୃତ୍ୟ ଜଲୱାରେ ଅନେକ ଫ୍ୟାନ୍ସଙ୍କୁ ବନାଇଛନ୍ତି ନିଜର ଦିୱାନା ।

ସ୍ୱପ୍ନ ...ତାହା ନୁହେଁ ଯାହା ରାତିରେ ଶୋଇବା ସମୟରେ ଆମେ ଦେଖିଥାଉ ବରଂ ସ୍ୱପ୍ନ ଏମିତି ହେବା ଦରକାର ଯାହା ଆମକୁ ରାତିରେ ଶୁଆଇ ଦିଏନାହିଁ । ସ୍ୱପ୍ନ ତ ସମସ୍ତେ ଦେଖନ୍ତି । ହେଲେ ସ୍ୱପ୍ନକୁ ସାକାର କରିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନଥାଏ । ସ୍ୱପ୍ନ ପୂରଣ ପାଇଁ ସାଧନାର ଆବଶ୍ୟକତା ରହିଥାଏ । ଠିକ୍‌ ଏମିତି ଦିନେ ସ୍ୱପ୍ନ ଦେଖିଥିଲେ ସଂଗ୍ରାମ ।

ଡ୍ୟାନ୍ସରେ କ୍ୟାରିୟର ପାଇଁ ଦେଖୁଥିଲେ ସ୍ୱପ୍ନ । ଖାଲି ସ୍ୱପ୍ନ ଦେଖି ବସିନଥିଲେ ବରଂ କେମିତି ତାହା ପୂରଣ ହେବ ସେନେଇ କରିଥିଲେ ମେହନତ୍‌ । କଥାରେ ଅଛି ପରିଶ୍ରମର ଫଳ କେବେ ବୃଥା ଯାଏନି ସେଇଥି ଲାଗି ତ ଏବେ ଗୋଟିଏ ପରେ ଗୋଟିଏ ସଫଳତାର ସ୍ୱାଦ ଚାଖିଛନ୍ତି ସଂଗ୍ରାମ । ବଲିଉଡର ଜଣାଶୁଣା ପ୍ରଡକ୍ସନ ସଂସ୍ଥା ପ୍ରିନ୍ସ ଗୁପ୍ତା ଫିଲ୍ମ ଦ୍ୱାରା ପ୍ରଯୋଜନା ହୋଇଥିବା "ମେରା ଯୁତା ହେ ଭରସାକେ" ସଙ୍ଗୀତରେ ସଂଗ୍ରାମ ଡ୍ୟାନ୍ସ କରିଛନ୍ତି । ସେପଟେ ପୁଅର ବଲିଉଡ ପ୍ରବେଶର ସଫଳତାରେ ଖୁସିରେ ବାପାଙ୍କ ଆଖି ବି ଛଳଛଳ ।

ପିଲାଟି ଦିନରୁ ପୁରୀରେ ଡ୍ୟାନ୍ସ ପ୍ରାକ୍ଟିସ କରନ୍ତି ସଂଗ୍ରାମ । ଆଉ ତାଙ୍କୁ ସାଥ୍‌ ଦିଅନ୍ତି ଚଞ୍ଚଲ । ଚଞ୍ଚଲ କୁହନ୍ତି ସବୁଥିରେ ପାରଙ୍ଗମ ସଂଗ୍ରାମ । ଏମିତିକି କଥକ୍‌ ଠାରୁ ଆରମ୍ଭ କରି ବିଭିନ୍ନ ଲୋକନୃତ୍ୟରେ ମଧ୍ୟ ସେ ସିଦ୍ଧହସ୍ତ । ପୁରୀ ବାଘଆଖେଡା ଲେନରେ ଜନ୍ମଗ୍ରହଣ କରିଥିବା ସଂଗ୍ରାମ ପିଲାଦିନରୁ ଡ୍ୟାନ୍ସ ପ୍ରତି ଆକର୍ଷିତ ଥିଲେ । ହେଲେ ପରିବାରର ଗୋଟିଏ ପୁଅ ହୋଇଥିବାରୁ ପରିବାରର ବୋଝ ସ୍ୱପ୍ନ ପୁରଣ ରାସ୍ତାରେ କଣ୍ଟା ସାଜିଥିଲା ହେଲେ ସବୁ ବାଧା ବିଘ୍ନ ପରେ ବି ସେ ସାଉଁଟୁଛନ୍ତି ସଫଳତା । ୨୦୧୯ରେ ମାୟା ନଗରୀରେ ମୁମ୍ବାଇଲେ ଏଣ୍ଟ୍ରି ମାରିଥିଲେ ସଂଗ୍ରାମ୍‌ । ବାସ୍‌ ୪ ବର୍ଷ ଭିତରେ ଅନେକ କିଛି ଶିଖିଛନ୍ତି ସଂଗ୍ରାମ୍‌ ।

(ପୁରୀରୁ ପ୍ରଦୀପ ମହାନ୍ତି)