ଲାଗିଲା ଡିଜେଲ ଇଞ୍ଜିନ୍‌; ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍

ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଅଧାରେ ଅଟକିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ମରାମତି ସରିବା ପରେ ପୁଣି ତାର ଯାତ୍ରା ଆରମ୍ଭ କରିଛି ।

ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍

ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଅଧାରେ ଅଟକିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ମରାମତି ସରିବା ପରେ ପୁଣି ତାର ଯାତ୍ରା ଆରମ୍ଭ କରିଛି । ରେଳବାଇ ପକ୍ଷରୁ ବନ୍ଦେ ଭାରତର ମରାମତି କରାଯାଇ ଡିଜେଲ ଇଞ୍ଜିନ ଲଗାଯାଇଥିଲା । ଫଳରେ ଡିଜେଲ ଇଞ୍ଜିନ୍‌ ଜରିଆରେ ବନ୍ଦେ ଭାରତ ଏକ୍ସପ୍ରେସ୍ ତା’ର ଯାତ୍ରା ଆରମ୍ଭ କରିଛି ।

ସୂଚନା ଥାଉ କି ଅପରାହ୍ଣ ୪ଟା ୩୫ରୁ ବନ୍ଦେ ଭାରତ ଟ୍ରେନ୍‌ ଅଟକି ରହିଥିଲା । ଯାଜପୁର ବୈତରଣୀ ରୋଡ୍‌ ନିକଟରେ ବନ୍ଦେ ଭାରତ ଟ୍ରେନ୍‌ ଅଟକିରହିଥିବା ବେଳେ କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା ଗ୍ଲାସ ଭାଙ୍ଗିଯାଇଥିଲା । ଫଳରେ ଏନେଇ ସୂଚନା ପାଇବା ପରେ ଯାତ୍ରା ସ୍ୱାଭାବିକ କରିବାକୁ ଉଦ୍ୟମ କରିଥିଲା ରେଳବାଇ ।

ଇଞ୍ଜିନରୁ ବିଦ୍ୟୁତ୍‌ ତାରକୁ ସଂଯୋଗ କରୁଥିବା ଯନ୍ତ୍ରାଂଶରେ ତ୍ରୁଟି ଥିବାରୁ ବନ୍ଦେ ଭାରତ ଅଟକି ରହିଥିବା ଜଣାପଡ଼ିଥିଲା ।