Advertisment

ସିକ୍ରେଟ୍‌ ଚାମ୍ବରରେ ସିକ୍ରେଟ୍‌ ଚାଲାଣ: ‘ପୁଷ୍ପା’ ଷ୍ଟାଇଲ୍‌ରେ କରୁଥିଲେ ଏମିତି କାମ, ଧରାପଡ଼ିଗଲେ...

ଟ୍ରକ୍‌ରେ ସିକ୍ରେଟ୍‌ ଚାମ୍ବର କରାଯାଇ ଚାଲାଣ ହେଉଥିଲା ଗଞ୍ଜେଇ। କେଜିଏ କି ୨ କେଜି ନୁହେଁ ଏକାଥରକେ ୧୦ କ୍ୱିଣ୍ଟାଲ ଗଞ୍ଜେଇ ରାଜ୍ୟ ବହାରକୁ ଚୋରା ଚାଲଣ ପାଇଁ ଯୋଜନା ହୋଇଥିଲା।

author-image
Rajalaxmi Sahoo
STF seizes 10 quintal ganja smuggled in secret chamber of a truck

STF seizes 10 quintal ganja smuggled in secret chamber of a truck

ଟ୍ରକ୍‌ରେ ସିକ୍ରେଟ୍‌ ଚାମ୍ବର କରାଯାଇ ଚାଲାଣ ହେଉଥିଲା ଗଞ୍ଜେଇ। କେଜିଏ କି ୨ କେଜି ନୁହେଁ ଏକାଥରକେ ୧୦ କ୍ୱିଣ୍ଟାଲ ଗଞ୍ଜେଇ ରାଜ୍ୟ ବହାରକୁ ଚୋରା ଚାଲଣ ପାଇଁ ଯୋଜନା ହୋଇଥିଲା। ଓଡ଼ିଶାରୁ ଛାଡ଼ଖଣ୍ଡ ଓ ବିହାରକୁ ଗଞ୍ଜେଇ ଚାଲାଣ ପାଇଁ ପୁରା ପ୍ଲାନିଂ ହୋଇଥିଲା। ହେଲେ ସବୁକିଛି ଫସର ଫାଟି ଯାଇଥିଲା। ବାହାର ରାଜ୍ୟକୁ ଚାଲାଣ ପୂର୍ବରୁ STF ହାତରେ ଧରାପଡ଼ିଥିଲା। 

Advertisment

ଗତକାଲି ଭୁବନେଶ୍ୱର ତମାଣ୍ଡୋ ଛକରେ ଏକ ଟ୍ରକ୍‌କୁ STF ଅଟକାଇଥିଲା। ଏଥିରେ ଗଞ୍ଜେଇ ଚୋରା ଚାଲଣ ହେଉଥିବା ଖବର ପାଇ STF ଗାଡ଼ି ଅଟକାଇ ଯାଞ୍ଚ ପରା ପୁରା ଘଟଣା ସାମ୍ନାକୁ ଆସିଥିଲା। ଯାଞ୍ଚ ବେଳେ ଯେପରି କେହି ଧରି ପାରିବେନି ସେନେଇ ବିଶେଷ ଧ୍ୟାନ ରଖିଥିଲେ ସ୍ମଗଲର୍। ହାଇୱା ଟ୍ରକ୍‌ରେ ସିକ୍ରେଟ୍‌ ଚାମ୍ବର କରି ସେଥିରେ ଗଞ୍ଜେଇ ଚାଲଣ କରାଯାଉଥିଲା। ଏହି ସିକ୍ରେଟ୍ ଚାମ୍ବରକୁ ଯେକେହିବି ଦେଖିଲେ ପ୍ରଥମେ ଆଶ୍ଚର୍ଯ୍ୟ ହେବେ। 

ଯାଞ୍ଚ ବେଳେ ଟ୍ରକ୍‌ରୁ ୧୦ କ୍ୱିଣ୍ଟାଲ ଗଞ୍ଜେଇ ମିଳିଥିଲା। ଏହାକୁ ଓଡ଼ିଶାରୁ ଛାଡ଼ଖଣ୍ଡ ଓ ବିହାରକୁ ଚାଲାଣ ନେଇ ଯୋଜନା ରଖାଯାଇଥିଲା। ଏହି ଘଟଣାରେ ପୋଲିସ୍‌ ଅଭିଯୁକ୍ତ ରାଜେଶ ସିଂଙ୍କୁ ପୋଲିସ୍‌ ଧରିଛି। 

Advertisment

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଫିଲ୍ମ ‘ପୁଷ୍ପା’ରେ ଅଭିନବ ଉପାୟରେ ଟ୍ରକ୍‌ରେ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା। ଏହି ଷ୍ଟାଇଲ୍‌କୁ କପି କହି ଅନେକ ଚୋରା ଜିନିଷ ଚାଲାଣ ହେଉଥିବା ନଜର ଆସିଛି। 

Ganja Seized Ganja Smuggling
Advertisment
Advertisment