Advertisment

ଧର୍ମଘଟ କି ଆନ୍ଦୋଳନ କରିପାରିବେନି ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତ କର୍ମଚାରୀ, ଏସମା ଲାଗୁ କଲେ ରାଜ୍ୟ ସରକାର

ଆଜିଠୁ ଏହି ନିର୍ଦ୍ଦେଶନାମା ଆସନ୍ତା ୬ ମାସ ଯାଏଁ ବଳବତ୍ତର ରହିବ ବୋଲି ଦର୍ଶାଯାଇଛି ନୋଟିସରେ। ଏହି ସମୟରେ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ ବୋଲି ଗୃହବିଭାଗ ପକ୍ଷରୁ ଏସମା ଲାଗୁ କରାଯାଇଛି।

ESMA on Health Staff

ESMA on Health Staff

Advertisment

ସ୍ୱାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ କୌଣସି କର୍ମଚାରୀ ଧର୍ମଘଟ କିମ୍ବା ଆନ୍ଦୋଳନ କରିପାରିବେ ନାହିଁ। ଆସନ୍ତା ୬ ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏସମା ଲାଗୁ କରାଯାଇଛି। ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରର କର୍ମଚାରୀମାନଙ୍କ ଲମ୍ବା ଛୁଟି କିମ୍ବା ଧର୍ମଘଟ ଆନ୍ଦୋଳନ ନିଷିଦ୍ଧ କରିବା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାରେ ଅତ୍ୟାବଶ୍ୟକ ସେବା ଅଧିନିୟମ- ଏସମା-୧୯୮୮ ଲାଗୁ କରିଛନ୍ତି । ବିଧିବଦ୍ଧ ଭାବେ ଏନେଇ ଗୃହ ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ବିଶେଷ କରି ନର୍ସ, ପାରାମେଡିକ୍ସ, ଟେକ୍ନସିଆନଙ୍କ ସମେତ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏହି ନୋଟିସ୍ ଜାରି ହୋଇଛି।

Advertisment

ଆଜିଠୁ ଏହି ନିର୍ଦ୍ଦେଶନାମା ଆସନ୍ତା ୬ ମାସ ଯାଏଁ ବଳବତ୍ତର ରହିବ ବୋଲି ଦର୍ଶାଯାଇଛି ନୋଟିସରେ। ଏହି ସମୟରେ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ ବୋଲି ଗୃହବିଭାଗ ପକ୍ଷରୁ ଏସମା ଲାଗୁ କରାଯାଇଛି।

Odisha Health Dept Odisha News Doctors
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ