Advertisment

ଆଉ ତାରା ଦିଶିବ ନାହିଁ, ଖାଲି ଦିଶିବ ତ..

ସୌର ଜଗତରେ ଆଉ ଦିଶିବ ନାହିଁ ତାରା। ଏମିତି ଚାଚଂଲ୍ୟକର ତଥ୍ୟ ଦେଇଛନ୍ତି ବେଜ୍ଞାନିକ। ଯାହାକୁ ନେଇ ଏବେ କେବଳ ଦେଶରେ ନୁହେଁ ବରଂ ପୂରା ବିଶ୍ୱରେ ଚର୍ଚ୍ଚା ଚାଲିଛି।

author-image
Otv Khabar Bureau
Stars disappear

Stars disappear

ଆକାଶରେ ଆଉ ଦେଖାଯିବେନି ତାରା । ବେଜ୍ଞାନିକ କଲେ ବଡ଼ ଖୁଲାସା । ଆଗକୁ ଆକାଶରେ ଆଉ ଦେଖାଯିବନି ତାରା। ସୌର ଜଗତରେ ଆଉ ଦିଶିବ ନାହିଁ ତାରା। ଏମିତି ଚାଚଂଲ୍ୟକର ତଥ୍ୟ ଦେଇଛନ୍ତି ବେଜ୍ଞାନିକ। ଯାହାକୁ ନେଇ ଏବେ କେବଳ ଦେଶରେ ନୁହେଁ ବରଂ ପୂରା ବିଶ୍ୱରେ ଚର୍ଚ୍ଚା ଚାଲିଛି। କାରଣ ସଂଧ୍ୟା ହେଲେ କ୍ଷଣି ଆମେ ଆକାଶରେ ତାରା ଦେଖିଥାଉ । ଆଉ ଯଦି ଆଗାମୀ ସମୟରେ ତାରା ଦେଖିବା ନାହିଁ, ତେବେ କଣ ଦେଖିବା ତାହାକୁ ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।

Advertisment

ଏବେ ନୁହେଁ ବରଂ ହଜାର ହଜାର ବର୍ଷ ପୂର୍ବରୁ ଆକାଶରେ ଆମେ ସମସ୍ତେ ତାରା ଦେଖି ଆସୁଛୁ। କିନ୍ତୁ ଗତ କିଛି ବର୍ଷ ହେଲା ଏଥିରେ ବିରାଟ ବ୍ୟତିକ୍ରମ ଦେଖାଦେଇଛି। ପୂର୍ବରୁ ଆମେମାନେ ଆକାଶରେ ଯେତେ ସଂଖ୍ୟାରେ ତାରା ଦେଖୁଥିଲେ ତାହା ଏବେ କମିଛି। ଏବଂ ବର୍ତ୍ତମାନ ଯେତେ ପରିମାଣରେ ତାରା ଦେଖୁଥିଲେ, ସେମାନଙ୍କର ସଂଖ୍ୟା ଆହୁରି କମିଯିବ ବୋଲି ବିଶେଷଜ୍ଞମାନେ କହିଲେଣି।

ପ୍ରଦୂଷଣକୁ ଦାୟୀ କଲେ ବିଶେଷଜ୍ଞ । ବଡ଼ ବଡ଼ ଲାଇଟ ବି ମୁଖ୍ୟ କାରଣ ବୋଲି ସେମାନେ କହିଛନ୍ତି । ସେମାନଙ୍କ କହିବା ଅନୁସାରେ ବର୍ତ୍ତମାନ ପୃଥିବୀ ଯେଉଁପରି ଭାବରେ ପ୍ରଦୂଷଣ ହେଉଛି, ତାହା ତାରା ମାନଙ୍କୁ ଦେଖିବାର ବାଧା ସୃଷ୍ଟି କରିବାର ପ୍ରମୁଖ କାରଣ। କେବଳ ପ୍ରଦୂଷଣକୁ ଦାୟୀ କରାଯାଇନାହିଁ ବରଂ ଏହାସହ ବଡ଼ ବଡ଼ ଆଲୋକକୁ ମଧ୍ୟ ଦାୟୀ କରାଯାଇଛି।

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିଶ୍ୱରେ ମାତ୍ର ୨୦ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ଖାଲି ଆକାଶରେ ତାରା ଦେଖି ପାରୁଛନ୍ତି। କାରଣ ଅନ୍ଧାରରେ ହିଁ ଆକାଶରେ ହଜାର ହଜାର ତାରା ଦେଖାଯାଆନ୍ତି, କିନ୍ତୁ ବର୍ତ୍ତମାନ ସହର ସଂଖ୍ୟା ଯେମିତି ବଢୁଛି ସେହି ପରିମାଣରେ ତାରାଙ୍କ ସଂଖ୍ୟା ବି କମୁଛି। ତେଣୁ ଏ ସ୍ଥିତି ଉପୁଜିଛି ବୋଲି ବେଜ୍ଞାନିକମାନେ ମତ ଦେଇଛନ୍ତି। ସୂଚନା ଅନୁସାରେ, ପ୍ରତିବର୍ଷ ପ୍ରଦୂଷଣ ଦୁଇ ଦଶମିକ ଦୁଇ ପ୍ରତିଶତ ବୃଦ୍ଧି ପାଉଛି। ଏହା ଦ୍ୱାରା କେବଳ ଅନ୍ଧକାର କମ୍‌ ହେଉଛି ତାହା ନୁହେଁ ବରଂ ଲଗାତାର ଭାବେ ଆଲୋକ ପ୍ରଦୂଷଣ ଦ୍ୱାରା ଆମର ଇକୋ ସିଷ୍ଟମ୍‌ ଉପରେ ମଧ୍ୟ ଅନେକ ପ୍ରଭାବ ପଡୁଛି ।

ଅନ୍ତରୀକ୍ଷରେ ଆନୁମାନିକ ୮୦ ହଜାର ଅରବ ତାରା ରହିଛନ୍ତି । ତାରକା ଗୁଡିକରେ ଅନେକ ରହସ୍ୟ ମଧ୍ୟ ରହିଛି, ଯାହାକି ବର୍ତ୍ତମାନ ମଧ୍ୟ ସାମ୍ନାକୁ ଆସି ପାରିନାହିଁ । ଏପରିକି ତାରକା ଗୁଡିକ ପ୍ରକୃତରେ କେତେ ବିଶାଳ ତାହା ମଧ୍ୟ ରହସ୍ୟ ହୋଇ ରହିଛି । ଆଉ ଏବେ ତାରାଙ୍କୁ ଦେଖି ହେବନାହିଁ ପରି ରିପୋର୍ଟ ଆସିବା ପରେ ବେଶ୍‌ ଚର୍ଚ୍ଚା ଚାଲିଛି।

Star Disappear
Advertisment
Advertisment