Advertisment

ଏବେ ପଶିଲା ଚେତା ! ଷ୍ଟାଣ୍ଡିଂ କମିଟିର ନିଷ୍ପତ୍ତି, କଭର ହେବ ମୁକୁଳା ଡ୍ରେନ୍‌

ସହରାଞ୍ଚଳରେ ଡ୍ରେନେଜ ସମସ୍ୟା ନେଇ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ଡ୍ରେନେଜ୍‌ ସମସ୍ୟା ନେଇବିସ୍ତୃତ ଭାବେ ଆଲୋଚନା କରାଯାଇଛି ।

undefined

Student Swept Away In Drain

Advertisment

ଭୁବନେଶ୍ୱର: ସହରାଞ୍ଚଳରେ ଡ୍ରେନେଜ ସମସ୍ୟା ନେଇ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ଡ୍ରେନେଜ୍‌ ସମସ୍ୟା ନେଇବିସ୍ତୃତ ଭାବେ ଆଲୋଚନା କରାଯାଇଛି । ତେବେ ଖୁବ୍‌ଶୀଘ୍ର ସବ ମୁକୁଳା ଡ୍ରେନ୍‌ରେ ସ୍ଲାବ ପକାଇ ଆବଦ୍ଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏଥିଲାଗି ସ୍ୱତନ୍ତ୍ର ବ୍ୟୟବରାଦ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଖାଲି ସେତିକି ନୁହେଁ ଏହାସହ ଡ୍ରେନ ଉପରେ ଥିବା ଜବରଦଖଲକୁ ମଧ୍ୟ ଉଚ୍ଛେଦ କରାଯିବ ବୋଲି ଷ୍ଟାଣ୍ଡିଂ କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ବିଧାୟକ ମହମ୍ମଦ ମୋକିମ, ଅମର ପ୍ରସାଦ ଶତପଥୀ, ନଗର ଉନ୍ନୟନ ସଚିବ ଜି. ମାଥ୍ୟୁବାଥନମ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । 

Advertisment

ତେବେ କିଛି ଦିନ ପୂର୍ବରୁ ରାଜଧାନୀରେ ମଣିଷଖିଆ ଡ୍ରେନ୍‌କୁ ନେଇ ଢ଼େର ସମାଲୋଚନା କରାଯାଇଛି । କାରଣ ଗତ ରାଜଧାନୀର ଏହି ମୁକୁଳା ଡ୍ରେନ୍‌ରେ ଗତ ୬ବର୍ଷରେ ମଧ୍ୟରେ ଗଡ଼ିଲାଣି ୬ ମୁଣ୍ଡ । ନିକଟରେ ଶତାବ୍ଦୀନଗର ଲେନ୍ ୭ର ମୁକୁଳା ଡ୍ରେନ୍‌ରେ ଜଣେ ଦଶମ ଶ୍ରେଣୀ ଛାତ୍ର ରାଜାକୁ ଭସିଯାଇଥିଲା । ଯାହାକୁ ନେଇ ସାରା ରାଜ୍ୟରେ ବିରୋଧୀ ତୁମ୍ବିତୋଫାନ କରିଥିଲେ । ସରକାରଙ୍କୁ ମଧ୍ୟ ଏଥିପାଇଁ ନାନା ସମାଲୋଚା କରାଯାଇଛି । ବିଏମ୍‌ସି ମଧ୍ୟ ଏଥିରୁ ବାଦ୍‌ ପଡ଼ିନି । ବିଏମ୍‌ସି କାର୍ଯ୍ୟାଳୟ ଆଗରେ ଲୋକ ନାରା ଦେବା ସହ ଆନ୍ଦୋଳନ କରିଥିଲେ ।

ଶତାବ୍ଦୀ ନଗରର ମଣିଷଖିଆ ଡ୍ରେନ୍ ଭଳି, ରାଜଧାନୀ ସାରା ଅନେଇଛି ମାଳ ମାଳ ମୁକୁଳା ଡ୍ରେନ୍ । ସହରରେ ୧୦ଟି ମୁଖ୍ୟ ଡ୍ରେନ୍ ସମେତ ବିଭିନ୍ନ ଓ୍ୱାର୍ଡରେ ବି ରହିଛି ଛୋଟ ବଡ଼ ଡ୍ରେନ୍ । ହେଲେ ଅଧିକାଂଶ ମୁକୁଳା । ରାଜଧାନୀର ଅନ୍ୟତମ ପ୍ରବେଶ ପଥ ପଳାଶୁଣୀ ମୁଖ୍ୟ ରାସ୍ତା କଡ଼ ଡ୍ରେନ୍‌ରେ ନା ଅଛି ସ୍ଲାବ୍, ନା ଅଛି ଗାର୍ଡ ଓ୍ୱାଲ୍ ।

Advertisment

ସେମିତି ପଳାଶୁଣି-ଚକେଇସିଆଣି କେନାଲ ବନ୍ଧ ରାସ୍ତା କଡ଼ର ବିରାଟ ଡ୍ରେନ୍ କେତେ ଲୋକଙ୍କୁ ଯେ ଖଣ୍ଡିଆ ଖାବରା କଲାଣି ତାର ହିସାବ ପାଇବା ମୁସ୍କିଲ ।ସେହିଭଳି ଝାରପଡ଼ା ଗଣେଶ ମଣ୍ଡପ ସମ୍ମୁଖରେ ଯାଇଥିବା ଡ୍ରେନ୍ ଭିତରୁ ବାହାରିଥିବା ଲୁହାଛଡ଼ ଯେମିତି ବଡ଼ ବିପଦକୁ ଆମନ୍ତ୍ରଣ କରୁଛି । ଟିକିଏ ଅନ୍ୟମନସ୍କ ହେଲେ, ଦେହରେ ଗଳିଯିବ । କଳ୍ପନା ଛକ ନିକଟ ବ୍ୟସ୍ତ ବହୁଳ କଟକ ରୋଡରେ ବି ବିନା ସ୍ଲାବରେ ମୁକୁଳା ପଡ଼ିଛି ଡ୍ରେନ୍ । ସେମିତି ପୁରୁଣା ଭୁବନେଶ୍ୱର ବିନ୍ଦୁସାଗର ନିକଟ କେଦାରଗୌରୀ ଛକର ମୁକୁଳା ଡ୍ରେନ୍ ବି ମରଣଯନ୍ତା ପାଲଟିଛି । ଆଉ ଖୋଦ୍ କ୍ୟାପିଟାଲ ହସ୍ପିଟାଲ ସମ୍ମୁଖ, ରେଳ ଷ୍ଟେସନ୍ ମୁଖ୍ୟ ପ୍ରବେଶ ପଥ ହେଉ କି ମାଷ୍ଟର କ୍ୟାଣ୍ଟିନ୍ ଛକ ସବୁଠି ଡ୍ରେନ୍ ପଡ଼ିଛି ମୁକୁଳା ।

Odisha Government BMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ