Advertisment

ବାଣକୁ ବ୍ୟାନ ନ କରିବାକୁ ନବୀନଙ୍କୁ ଚିଠି ଲେଖିଲେ ଷ୍ଟାଲିନ୍

ଏନଜିଟି ଓ ସୁପ୍ରିମକୋର୍ଟର ଗାଇଡଲାଇନ୍ ମାନି ବାଣକୁ ଅନୁମତି ଦିଆଯାଉ ବୋଲି ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଷ୍ଟାଲିନ। ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment

ଭୁବନେଶ୍ୱର: ବାଣ ଉପରେ ସଂପୂର୍ଣ୍ଣ ବ୍ୟାନ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଉଦବେଗ। ବାଣକୁ ପୁରା ବ୍ୟାନ ନ କରିବାକୁ ନବୀନ ପଟ୍ଟନାୟକଙ୍କ ସମେତ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସେ ଚିଠି ଲେଖିଛନ୍ତି। କରୋନା କାଳରେ ଏମ୍ଏସ୍ଏମ୍ଇ ବହୁତ ପ୍ରଭାବିତ ହୋଇଛନ୍ତି। ବାଣକୁ ପୁରା ବ୍ୟାନ କଲେ ୮ ଲକ୍ଷ ଲୋକ ପ୍ରଭାବିତ ହେବାର ଆଶଙ୍କା ଅଛି। ତାମିଲନାଡୁର ଶିବକାଶୀରୁ ଦେଶର ବିଭିନ୍ନ ସ୍ଥାନକୁ ବାଣ ରପ୍ତାନି ହୋଇଥାଏ। ତେବେ ବାଣକୁ ସମ୍ପୂର୍ଣ୍ଣ ନିଷେଧ କରାଗଲେ ବହୁ କାରିଗର ରୋଜଗାର ହରାଇବେ। 

Advertisment

ତା ବଦଳରେ ଏନଜିଟି ଓ ସୁପ୍ରିମକୋର୍ଟର ଗାଇଡଲାଇନ୍ ମାନି ବାଣକୁ ଅନୁମତି ଦିଆଯାଉ ବୋଲି ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଷ୍ଟାଲିନ। ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି।

ସେ ଆହୁରି କରିଛନ୍ତି, ଅଧିକ ପ୍ରଦୂଷଣ କରୁଥିବା ବାଣ ଆଉ ତିଆରି କରାଯାଉନାହିଁ। ଗ୍ରୀନ ବାଣ ତିଆରି କରିବାକୁ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।  ଲୋକଙ୍କ ସ୍ୱାସ୍ଥ୍ୟ ଓ ପ୍ରଦୂଷଣକୁ ଦେଖି ୩୦ ସେପ୍ଟେମ୍ବରରେ ଓଡ଼ିଶାରେ ବାଣର ବିକ୍ରି ଓ ବ୍ୟବହାର ଉପରେ ଏସ୍ଆରସି ସଂପୂର୍ଣ୍ଣ ବ୍ୟାନ ଲଗାଇଥିଲେ।

Advertisment
Stalin Letter To CM Neveen SupremeCourt NGT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ