Advertisment

ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ଲାଗି ଖୋଲିବ ଶ୍ରୀମନ୍ଦିର

୪ ମାସର ବ୍ୟବଧାନ ପରେ ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ମହାପ୍ରଭୁଙ୍କ ଦର୍ଶନ ପାଇବେ ଭକ୍ତ।

ଅଦ୍ୟତନ ହୋଇଛି
undefined

Puri Srimandir

Advertisment

ପୁରୀ:୪ ମାସର ଅପେକ୍ଷାର ଅବସାନ ଘଟିବ। ଦୀର୍ଘମାସ ବ୍ୟବଧାନ ପରେ ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ଲାଗି ଖୋଲିବ ଶ୍ରୀମନ୍ଦିର । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଶ୍ରଦ୍ଧାଳୁମାନେ କାଲିଠୁ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ । ଆରଟିପିସିଆର ନେଗେଟିଭ କିମ୍ବା ଓ ଦୁଇଟି ଡୋଜ୍ ଟିକାକରଣ ରିପୋର୍ଟ ସହ ଆଧାର କାର୍ଡ ପ୍ରମାଣପତ୍ର ଦେଖାଇ ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ଭକ୍ତ।

Advertisment

 ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ, ୮ଟି କିଓସ୍କୋ ସ୍ଥାପନ କରାଯାଇଥିବା ବେଳେ ସୁରକ୍ଷା ପାଇଁ ୧୦ ପ୍ଲାଟୁନ୍‌ରୁ ଅଧିକ ପୋଲିସ ଫୋର୍ସ ମୁତୟନ ହେବେ। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ପଟେ ପ୍ରବେଶ ଓ ଉତ୍ତର ଦ୍ୱାର ପଟେ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି । ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ ବ୍ୟବସ୍ଥା । ପୂର୍ବରୁ ପୁରୀ ବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ମିଳିଥିଲା । ୫ଦିନ ଭିତରେ ପ୍ରାୟ ୫୧ ହଜାର ଭକ୍ତ ଦର୍ଶନ କରିଥିଲେ।

Advertisment

ସୂଚନାଥାଉ କି, ୧୬ ତାରଖରୁ ୨୦ ତାରଖ ପର୍ଯ୍ୟନ୍ତ ଏହି ପାଞ୍ଚ ଦିନ ପୁରୀ ବାସୀ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସକାଳ ୭ଟାରୁ ସାଢେ ୧୦ଟା, ଦିନ ୧୧ଟାରୁ ସାଢେ ୨ଟା ଏବଂ ୩ଟା ୩୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ ମିଳୁଥିଲା। ଆସନ୍ତା ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା।  ପୁରୀବାସୀଙ୍କୁ ୱାର୍ଡ ଅନୁଯାୟୀ ବିଭକ୍ତ କରାଯାଇ ସବୁ ୱାର୍ଡର ସବୁ ଘରେ ଟୋକନ ଦିଆଯାଇଥିଲା। କେଉଁ ସ୍ଲଟରେ କିଏ ଦର୍ଶନ କରିବ ତାହା ମଧ୍ୟ ଜଣାଇ ଦିଆଯାଇଥିଲା। ମନ୍ଦିର ପ୍ରବେଶ ପଥରେ ୮ଟି କାଉଣ୍ଟରରେ ଏହି ରେସିଡେନ୍ସ ପ୍ରମାଣପତ୍ର ଦେଖାଇ ଯାଇଥିଲେ । ଏହା ବ୍ୟତୀତ ସାନିଟାଇଜର ବ୍ୟବହାରର, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ଏଥର ମଧ୍ୟ ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। 
ସେହିପରି ୧୬ ତାରିଖରୁ ପୁରୀ ଜିଲ୍ଲା ବାହାରର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାରରେ ଶବସତ୍କାର କରିପାରିବାର ଅନୁମତି ମିଳିଥିଲା। କୋଭିଡ୍ ହୋଇନଥିବା ଶବର ସତ୍କାର ଏଣିକି ସ୍ୱର୍ଗଦ୍ୱାରରେ କରାଯାଇପାରିବ । ଏପ୍ରିଲ ମାସ ୨୫ତାରିଖରୁ ଯେଉଁ କଟକଣା ସ୍ୱର୍ଗଦ୍ୱାରରେ ଲାଗଥିଲା ସେହି କଟକଣା ଗତ ୧୬ ତାରି‌‌ଖରୁ କୋହଳ ହୋଇଯାଇଛି।

Puri Srimandir Puri Srimandir Reopening
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ