ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ, ଜିଲ୍ଲାପାଳ-ଟାଟା ପ୍ରୋଜେକ୍ଟ -OBCC ନାଁରେ ଥାନାରେ ମାମଲା

ଥାନାରେ ମାମଲା ରୁଜୁ ପାଇଁ କୋର୍ଟ ଯାଇଥିଲେ ଓକିଲ ସଂଘ ସଂପାଦକ । ବେଆଇନ ଖନନ ଚାଲିଥିବାରୁ ମାମଲା ରୁଜୁ ପାଇଁ ଆବେଦନ କରିଥିଲେ ।

Srimandir Heritage Corridor Row

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ SDJM କୋର୍ଟରେ ମାମଲା ପରେ ଏଥିରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । କୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ କଲା ସିଂହଦ୍ୱାର ଥାନା ପୋଲିସ । ପୁରୀ ଜିଲ୍ଲାପାଳ, ଟାଟା ପ୍ରୋଜେକ୍ଟ ମ୍ୟାନେଜର, OBCC ନିର୍ବାହୀ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିଛି ସିଂହଦ୍ୱାର ଥାନା ପୋଲିସ । ଆନ୍‌ସିଏଣ୍ଟ ମନୁମେଣ୍ଟ ଆକ୍ଟର ଧାରା 2D(C), 30(A)ରେ ମାମଲା ରୁଜୁ କରାଯାଇଛି । ଥାନାରେ ମାମଲା ରୁଜୁ ପାଇଁ କୋର୍ଟ ଯାଇଥିଲେ ଓକିଲ ସଂଘ ସଂପାଦକ । ବେଆଇନ ଖନନ ଚାଲିଥିବାରୁ ମାମଲା ରୁଜୁ ପାଇଁ ଆବେଦନ କରିଥିଲେ ।

ଅନ୍ୟପଟେ ଆଜି ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ ବି.ଆର. ଗାଭାଇ ଓ ଜଷ୍ଟିସ ହେମା କୋହଲିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଆସନ୍ତାକାଲି ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ।

ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ନିର୍ମାଣ ବିରୋଧରେ ଯୁକ୍ତି ବାଢ଼ିଥିଲେ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ । ଏନେଇ ସେ କହିଥିଲେ, ନିଷିଦ୍ଧାଞ୍ଚଳରେ ଆଦୌ କୌଣସି ନିର୍ମାଣ ହୋଇପାରିବନି । ରେଗୁଲେଟଡ ଅଞ୍ଚଳ ପାଇଁ ବି କୌଣସି ଅନୁମତି ଦିଆଯାଇ ନାହିଁ । କୌଣସି ନିର୍ମାଣ କାମକୁ ଅନୁମତି କିମ୍ବା ମଂଜୁରୀ ଦିଆଯାଇନାହିଁ । ପରିକ୍ରମା ପ୍ରକଳ୍ପ ପାଇଁ କର୍ତ୍ତୃପକ୍ଷଙ୍କ ଦ୍ୱାରା କୌଣସି NOC ଦିଆଯାଇନାହିଁ । ଏହି ନିର୍ମାଣ ଦ୍ୱାରା ଆମ୍‌ସାର ଆକ୍ଟର ଖୋଲା ଉଲ୍ଲଂଘନ କରାଯାଇଥିବା କହିଲେ ପାଭାନୀ ।

ଏହି ପ୍ରସଙ୍ଗରେ ପୁରୀ ଶଙ୍କରାଚାର୍ଯ୍ୟ ସରକାରଙ୍କ ପକ୍ଷରେ ଥିବା ସୁପ୍ରିମକୋର୍ଟରେ ପିନାକୀ ମିଶ୍ର କହିଥିବା ବେଳେ ତାହା କିନ୍ତୁ ସମ୍ପୂର୍ଣ୍ଣ ମିଥ୍ୟା । ଏହି ଘଟଣାରେ ସେ ସରକାରଙ୍କ ସହ ନାହାନ୍ତି ବୋଲି ଶଙ୍କରାଚାର୍ଯ୍ୟ ସ୍ପଷ୍ଟ କରି ସାରିଥିବା କହିଛନ୍ତି ଆଡଭୋକେଟ ଗୌତମ ଦାସ ।

ଅପରପକ୍ଷେ, ପ୍ରକଳ୍ପ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ଓଡ଼ିଶାର ଆଡଭୋକେଟ ଜେନେରାଲ ଅଶୋକ ପରିଜା । ଏନେଇ ସେ କହିଛନ୍ତି, ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଶ୍ରଦ୍ଧାଳୁଙ୍କୁ ସୁବିଧା ପ୍ରକଳ୍ପର ମୂଳ ଲକ୍ଷ୍ୟ । ବର୍ତ୍ତମାନ ଆମେ ଯାହା ନିର୍ମାଣ କରୁଛୁ, ପରିକ୍ରମା ଅଞ୍ଚଳର ତାହା ମାତ୍ର ୧% । ଟଏଲେଟ୍, ଇଲେକ୍ଟ୍ରି ରୁମ୍‌ ପାଇଁ ଅନୁମତି ମିଳିଛି । NMA ଅନୁମତି ଦେଇଛି । ପୁରୀକୁ ଦୈନିକ ୬୦ ହଜାର ଶ୍ରଦ୍ଧାଳୁ ଆସୁଛନ୍ତି । ସେମାନଙ୍କ ନିମନ୍ତେ ଟଏଲେଟ ନିର୍ମାଣ ଜରୁରୀ । ଟଏଲେଟ ପାଇଁ ଆମିକସକ୍ୟୁରୀ କହିବା ପରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।