Advertisment

ପ୍ରେମ ପାଇଁ ଥାନାରେ ପହଞ୍ଚିଲେ ପ୍ରେମିକ ! ମୋବାଇଲଠୁ ସୁନା ସବୁ ନେଇଥିଲା ପ୍ରେମିକା

ପ୍ରେମିକାର ମନଲାଖି ଗିଫ୍ଟ ପ୍ରେମିକ ସମୀର ଉପହାର ଦେଉଥିଲେ । କେତେବେଳେ ମୋବାଇଲ ତ ପୁଣି କେତେବେଳେ ଅଳଙ୍କାର ।

ଅଦ୍ୟତନ ହୋଇଛି
Love Dhoka

Love Dhoka

Advertisment

ସୁନା ନେଲା, ମୋବାଇଲ ନେଲା । ଏବେ ନୂଆ ପ୍ରେମିକ ପାଇବା ପରେ ପ୍ରେମିକକୁ ଭୁଲିଗଲା । ଆଉ ନିଜର ପ୍ରେମିକା ଅନ୍ୟ କାହା ସହିତ ପ୍ରେମ କରୁଥିବାର ଦେଖି ସହିପାରିଲାନି ପ୍ରେମିକ । ଉପାୟ କିଛି ନପାଇବାରୁ ସିଧା ଥାନାରେ ପହଞ୍ଚି ମାମଲା ରୁଜୁ କରିଛନ୍ତି ପ୍ରେମିକ ସମୀର ଜେନା । ଯାହାକୁ ନେଇ ପୂରା ଅଂଚଳରେ ଚାଲିଛି ଚର୍ଚ୍ଚା ।

Advertisment

ଉଭୟଙ୍କ ପ୍ରେମ ସମ୍ପର୍କର ପ୍ରମାଣ ସ୍ୱରୂପ, ପୋଲିସ ପାଖରେ ପହଞ୍ଚିଥିବା ଚାଟିଂ ସ୍କ୍ରିନ୍ ସଟ୍ ଗୁଡ଼ିକୁ ଦେଖିଲେ ଲାଗୁଛି ଉଭୟଙ୍କ ମଧ୍ୟରେ କେତେବେଳେ ଝଗଡ଼ା ହୋଇଛି ତ ପୁଣି କେତେବେଳେ ପ୍ରେମ ମଜବୁତ ହୋଇଛି । ଖାଲି ଏତିକି ନୁହେଁ ପ୍ରେମ ଏତେ ଗଭୀର ଥିଲା ଯେ, ଅନେକ ସମୟରେ ଅଡ଼ିଓ କଲ୍‌ ବ୍ୟତିତ ଭିଡ଼ିଓ କଲରେ କଥାବାର୍ତ୍ତା ହେଉଥିଲେ ଏହି ପ୍ରେମୀଯୁଗଳ। ସବୁ କିଛି ଠିକ୍‌ଠାକ ଚାଲିଥିଲା। ପ୍ରେମର ମିଠା ମିଠା ସ୍ୱପ୍ନରେ ଉଭୟ ବେଶ୍‌ ରଙ୍ଗୀନ ମଧ୍ୟ ହେଉଥିଲେ। 

ପ୍ରେମିକାର ମନଲାଖି ଗିଫ୍ଟ ପ୍ରେମିକ ସମୀର ଉପହାର ଦେଉଥିଲେ । କେତେବେଳେ ମୋବାଇଲ ତ ପୁଣି କେତେବେଳେ ଅଳଙ୍କାର । ଆଉ ଦାମିକିଆ ଗିଫ୍ଟ ପାଇବା ପରେ ପ୍ରେମିକା ବି ବେଶ ଖୁସି ଥିଲା । କିନ୍ତୁ ପ୍ରେମିକା ଏହାରି ମଧ୍ୟରେ ଆଉ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ସମୀର ଅଭିଯୋଗ କରିଛନ୍ତି ।

Advertisment

ଯାଜପୁର ଟାଉନ ଥାନା ଅର୍ନ୍ତଗତ ରାହାସୋଇ ଗ୍ରାମର ସମୀର ଜେନା, ଯାଜପୁର ସଦର ଥାନା ଅନ୍ତର୍ଗତ ବାଲିଆ ମୁଣ୍ଡୁଳି ଗ୍ରାମର ଜଣେ ଯୁବତୀଙ୍କୁ ୬ ବର୍ଷ ହେବ ପ୍ରେମ କରୁଥିଲେ । ଯୁବତୀଙ୍କୁ ମନ ଦେଇ ଭଲ ପାଉଥିବାରୁ  ବିବାହ କରି ଜୀବନ ସାଥୀ କରିବାର ଆଶା ବି ରଖିଥିଲେ । ଉଭୟ ଜୀବନସାଥୀ ହେବାର ନିଷ୍ପତ୍ତି ନେଇଥିବାରୁ ପ୍ରେମିକାଙ୍କ ପଛରେ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିଲେ ସମୀର । ହେଲେ ଏବେ ସବୁ ଜଣାପଡ଼ିବା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିଲା । ଏବେ ମାମଲା ଯାଇ ଥାନାରେ ପହଞ୍ଚିଛି ।

ପୋଲିସ ସାମ୍ନାରେ ସମୀର କହିଛନ୍ତି, ଯେମିତି ପ୍ରେମରେ ଆଘାତ ପାଇଲେ ଯୁବତୀଙ୍କୁ ନ୍ୟାୟ ମିଳୁଛି । ଠିକ୍‌ ସେମିତି ମତେ ବି ନ୍ୟାୟ ଦରକାର । କେବଳ ଏତିକି ନୁହେଁ ବରଂ ଅନ୍ଧପରି କାହାକୁ ପ୍ରେମ ନକରିବା ଲାଗି ଯୁବବର୍ଗଙ୍କୁ ସେ ପରାମର୍ଶ ବି ଦେଇଛନ୍ତି । ସେପଟେ ଏସମ୍ପର୍କରେ ଯାଜପୁର ଥାନା ଅଧିକାରୀ କହିଛନ୍ତି ପୁରା ଘଟଣାକୁ ନେଇ ଥାନାରେ କୌଣସି ଲିଖିତ ମାମଲା ରୁଜୁ ହୋଇନାହିଁ । 

Advertisment
Love Dhoka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ