/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652280003.jpg)
Sweeper treats patient
ଡାକ୍ତର ନାହାନ୍ତି, ଆଉ ରୋଗୀ ଆସିଲେ ତାଙ୍କର ମେଡ଼ିକାଲ ସୁଇପର ଚିକିତ୍ସା କରୁଛନ୍ତି । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଛି । କିନ୍ତୁ ଏହି ଘଟଣାଟି ପୂରାପୁରି ସତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଦୃଶ୍ୟ । ଜଣେ ସୁଇପର କରୁଛି ହାଡ଼ ଭଙ୍ଗା ରୋଗୀର ଚିକିତ୍ସା । ଆଉ ଚିକିତ୍ସା ପାଇଁ ପୁଣି ଜଣେ ରୋଗୀ ପିଛା ନେଉଛନ୍ତି ୫୦୦ ଟଙ୍କା।
ଏମିତି ଘଟଣା ଦିନେ କି ଦୁଇଦିନ ନୁହେଁ ବରଂ ୬ ମାସ ହେଲା ଚାଲିଥିବାର ଦେଖିବାକୁ ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋଗୀମାନେ ମଧ୍ୟ ସୁଇପର ବାବୁଙ୍କୁ ୫୦୦ ଟଙ୍କା ଦେଇ ଚିକିତ୍ସା କରାଉଛନ୍ତି । ସ୍ଥାନୀୟ ସାରଣା ଗାଁର ଜଣେ ବୃଦ୍ଧ ବାଇକ୍ରେ ପଡ଼ିଯାଇଥିବାରୁ ମେଡ଼ିକାଲ ଆସିଥିଲେ। ପରେ ଏକ୍ସରେ ରିପୋର୍ଟରୁ ଜଣାପଡ଼ିଲା କି ତାଙ୍କର ହାତ ଭାଙ୍ଗିଯାଇଛି । ଆଉ ଏହାପରେ ସୁଇପର ସୁବାସ ବିଶ୍ୱାଳ ତାଙ୍କ ହାତ ପ୍ଲାଷ୍ଟର କରିବା ସହିତ ତାଙ୍କ ଠାରୁ ଖର୍ଚ୍ଚ ବାବଦକୁ ୫୦୦ଟଙ୍କା ନେଇଥିବା ଅଭଯୋଗ ହୋଇଛି ।
ଏନେଇ ସୁଇପରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମେଡ଼ିକାଲରେ ଷ୍ଟାଫ୍ ନାହାନ୍ତି । ପ୍ଲାଷ୍ଟର କରିବାକୁ ମେଡ଼ିକାଲ ଅଫିସର ତାଙ୍କୁ କହିଥିବାର ସେ କହିଛନ୍ତି। ତେବେ ଘଟଣା ସମ୍ପର୍କରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କୁ ପଚରାଯାଇଥିଲା । ସେ କହିଛନ୍ତି, ଏନେଇ ଆମ ପାଖରେ କୌଣସି ଖବର ନଥିଲା । ଯଦି ଏମିତି ହେଉଥିବ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।
ରିପୋର୍ଟର- ବାସୁଦେବ ଦାସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)