• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭେଣ୍ଡିଆ ପୁଅକୁ ହରାଇ ଭୋ ଭୋ କାନ୍ଦୁଛି ମାଆ । ଡାକ୍ତର ଯେତେବେଳେ ଆସି କହୁଛନ୍ତି ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଆମେ ଆପଣଙ୍କ ପୁଅକୁ ବଞ୍ଚାଇ ପାରିଲୁନି, ସେତେବେଳେ କାନ୍ଦିବା ଛଡା ଆଉ କଣ ବା କରିପାରିବ ମାଆ ? ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଭେଣ୍ଡିଆ ପୁଅର ଜୀବନ ଚାଲିଗଲା । ଆଉ ପୁଅକୁ ହରାଇ ମାଆ ଭୋ ଭୋ ହୋଇ କାନ୍ଦିଲା ।

ବାସ୍ତବରେ ଏହି ଘଟଣା ସତ ନୁହେଁ ବରଂ ଲୋକଙ୍କୁ ସଚେତନ କରାଇବା ପାଇଁ ଏମିତି ଏକ ଭିଡ଼ିଓ ପ୍ରସ୍ତୁତ କରାଯାଇଛି । ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ଚାଲିଛି । ନୟାଗଡ଼ର ଦୁଇ କୁନି ଭଉଣୀ ପ୍ରୀତି ସୁଲଗ୍ନା ଏବଂ ଶୃତି ସୁଲଗ୍ନା ଏହି ଭିଡ଼ିଓ ପ୍ରସ୍ତୁତ କରିଛନ୍ତି । ତେବେ ଏହି ଦୁଇ ଭଉଣୀଙ୍କର ଭିଡ଼ିଓ ଏବେ ପୁଣି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଦୁଇ କୁନି ଭଉଣୀ ପ୍ରୀତି ସୁଲଗ୍ନା ଏବଂ ଶୃତି ସୁଲଗ୍ନାଙ୍କୁ ନେଇ ଚର୍ଚ୍ଚା ବଢୁଛି l ନୟାଗଡ଼ ଦଶପଲ୍ଲା ଆଦର୍ଶ ବିଦ୍ୟାଳୟର ସଙ୍ଗୀତ ଶିକ୍ଷକ କୁରେଶ ଚନ୍ଦ୍ର ସାହୁଙ୍କ ଦୁଇ କୁନି ଝିଅ ପ୍ରୀତି ଏବଂ ଶୃତି ଟ୍ରାଫିକ ସଚେତନତାକୁ ନେଇ ଏହି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି l  ଏହି ଚଳଚିତ୍ରଟି ଉଭୟ ହିନ୍ଦୀ ଏବଂ ଓଡ଼ିଆ ଦୁଇଟି ଭାଷାରେ ପ୍ରସ୍ତୁତ ହୋଇଛି l

 

ପ୍ରୀତି ସୁଲଗ୍ନା ଓ ଶୃତି ସୁଲଗ୍ନା ନିଜ ସହପାଠୀ ଏବଂ ଅଭିଭାବକ ମାନଙ୍କ ସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦଶପଲ୍ଲା ଏବଂ ରାଧା ମୋହନ ଜିଉ ନୋଡାଲ ଉଚ୍ଚ ବିଦ୍ୟାଳୟର ସହଯୋଗରେ ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି l ସଡ଼କ ସୁରକ୍ଷା ଆଧାରିତ ଦୁଇ ମିନିଟ୍‌ର ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିର ନାଁ ହେଉଛି ହେଲମେଟ l

ଗତବର୍ଷ ସଡ଼କ ସଚେତନତାକୁ ନେଇ କୁରେଶଙ୍କ ଦ୍ୱାରା ପ୍ରସ୍ତୁତ ଭିଡିଓ ପାଇଁ ସରକାରଙ୍କ ପକ୍ଷରୁ ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା l ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା -୨୦୨୨ ରେ ସାମିଲ୍ ହୋଇଥିବା ୨୩୦ ଟି ଚଳଚ୍ଚିତ୍ର ମଧ୍ୟରେ ଶ୍ରେଷ୍ଠ ୪୨ ଗୋଟି ଚଳଚିତ୍ରରେ ଏହି ହେଲମେଟ ଚଳଚିତ୍ରଟି ସ୍ଥାନ ପାଇଛି l ତେବେ ଶ୍ରୁତି ଓ ପ୍ରୀତିଙ୍କ ଏପରି ଭିଡ଼ିଓକୁ ନେଇ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଚର୍ଚ୍ଚା ଚାଲିଛି।

ରିପୋର୍ଟର- ଆର୍ତ୍ତତ୍ରାଣ ପ୍ରଧାନ