Advertisment

ଗାଁର ଭେଣ୍ତିଆ ପୁଅକୁ ବଞ୍ଚାଇବା ପାଇଁ ଭିକ ମାଗୁଛନ୍ତି ଗାଁଲୋକ ଓ ସରପଞ୍ଚ

ଭୋ ଭୋ ହୋଇ କାନ୍ଦୁଛନ୍ତି ସରପଞ୍ଚ। ଗାଁ ସାରା ଲୋକ ବ୍ୟାନର ଧରି ବୁଲୁଛନ୍ତି ମାଇଲ୍ ମାଇଲ୍ ବାଟ। ଭିକ୍ଷା ମାଗୁଛନ୍ତି ଗାଁର ପୁଅ ସୌମ୍ୟଙ୍କ ପାଇଁ। ଗରିବ ଦିନମଜୁରିଆର ପୁଅ ସୌମ୍ୟ ସବୁଗୁଣରେ ଭଲ ପିଲାଟିଏ। ଏବେ ସେ ଏମ୍ସ ହସପିଟାଲରେ ଜୀବନ ସହ ଲଢ଼େଇ କରୁଛି। ସମସ୍ତେ ହାତ ଯୋଡ଼ି ଭିକ୍ଷା ମାଗୁଛନ୍ତି, ଆପଣ ଦୟାକଲେ ପିଲାଟି ବଞ୍ଚି ଯାଆନ୍ତା।

author-image
Otv Khabar Bureau
Save Youth Life

Save Youth Life

କୋହ ସମ୍ଭାଳି ପାରୁ ନାହାଁନ୍ତି ଢେଙ୍କାନାଳ ଜିଲ୍ଲା ନାଧରା ପଞ୍ଚାୟତର ସରପଞ୍ଚ । କେବଳ ସେ ନୁହଁନ୍ତି, ସାରା ଗାଁର ଲୋକ ଏକାଠି ହୋଇ ଗୋଟେ ପିଲାଟି ପାଇଁ ଭୋ ଭୋ ହୋଇ କାନ୍ଦୁଛନ୍ତି । ସମସ୍ତେ ମିଶି ପିଲାଟିର ଜୀବନ ଭିକ୍ଷା କରୁଛନ୍ତି । ଢେଙ୍କାନାଳର ୨୧ ବର୍ଷୀୟ ଯୁବକ ସୌମ୍ୟରଞ୍ଜନ ବାରିକଙ୍କ ପାଇଁ ଆଜି କାନ୍ଦୁଛନ୍ତି ସାଙ୍ଗ ସାଥୀ, ବନ୍ଧୁ ବାନ୍ଧବଙ୍କଠୁ ନେଇ ଗାଁର ଆବାଳ ବୃଦ୍ଧବନୀତା ।

Advertisment

କାରଣ ୨୧ ବର୍ଷୀୟ ସୌମ୍ୟ ଏବେ ଭୁବନେଶ୍ୱର ଏମସ୍‌ରେ ଜୀବନ ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି । ପ୍ରାୟ ତିନିମାସ ତଳୁ ତାଙ୍କର ଲିଭର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଡାକ୍ତର କହୁଛନ୍ତି, ଶିଘ୍ର ଲିଭର ପ୍ରତିରୋପଣ ନହେଲେ ସୌମ୍ୟଙ୍କୁ ବଞ୍ଚାଇବା କଷ୍ଟକର । ଏଥିପାଇଁ ଦରକାର ୩୫ରୁ ୪୦ ଲକ୍ଷ ଟଙ୍କା। ସୌମ୍ୟଙ୍କ ବାପା ତରଣୀସେନ ଦିନମଜୁରିଆ ମଣିଷ। ସେ ବା ଏତେ ଟଙ୍କା ଆଣିବେ କୁଆଡୁ। ଯାହା କିଛି ସଞ୍ଚିତ ଅର୍ଥ ଥିଲା ତାକୁ ବିକି ଭାଙ୍ଗି ଖର୍ଚ୍ଚ କରି ସାରିଲେଣି।

ସୌମ୍ୟଙ୍କ ବାପା ମାଇଲ୍ ମାଇଲ୍ ରାସ୍ତା ବୁଲି ବୁଲି ସାରା ଗାଁ ଲୋକ ଏମିତି ଭିକ୍ଷା ମାଗୁଛନ୍ତି ଗାଁର ପୁଅ ସୌମ୍ୟଙ୍କ ପାଇଁ । କାରଣ ସୌମ୍ୟ ବାପା ମାଆଙ୍କର ଏକମାତ୍ର ପିଲା, ଆଉ ସେ ଖୁବ୍ ଭଲ ସ୍ୱଭାବର ପିଲା। ତେଣୁ ତାକୁ ଆର୍ଥିକ ସହାୟତା ଦେବାକୁ ସମସ୍ତେ ଅନୁରୋଧ କରିଛନ୍ତି ଏବଂ ଏଥିପାଇଁ ସୋସିଆଲ୍ ମିଡିଆରେ ଆକାଉଣ୍ଟ ନମ୍ବର ମଧ୍ୟ ଦେଇଛନ୍ତି ।

Advertisment
Special Story Villagers Begging Save Youth Life
Advertisment
Advertisment